ଏଚ୍‌ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍‌୯୦ ୫ଜିର ଶୁଭାରମ୍ଭ


ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍‌ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍‌୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍ ମାଷ୍ଟର୍ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍‌ପି ମେନ୍ କ୍ୟାମେରା ଓ ୩୮୪୦ ଏଚ୍‌ଜେଡ୍ ପିଡବ୍ଲ୍ୟୁଏମ୍ ଡିମିଙ୍ଗ୍ ଟେକ୍ନୋଲୋଜି ସହ ଶିଳ୍ପ ଅଗ୍ରଣୀ କ୍ୱାଡ୍‌-କର୍ଭଡ୍ ଫ୍ଲୋଟିଂଙ୍ଗ୍ ଡିସ୍େ‌ପ୍ଲ ସହ ସୁସଜ୍ଜିତ, ଅନର୍‌୯୦ ୫ଜିରେ ପର୍ସନାଲାଇଜ୍‌ଡ ଅନୁଭୂତି ଓ ମାନବ-କୈନ୍ଦ୍ରିକ ସମାଧାନଗୁଡିକ ସହିତ ଗୋଟିଏ ଡିଭାଇସ୍‌ରେ ଅତ୍ୟାଧୁନିକ ହାର୍ଡୱେୟାର ଓ ସଫ୍ଟୱେୟାର ରହିଛି । ଏହାର ଟ୍ରିପଲ କ୍ୟାମେରା ଏକ ୧୨ଏମ୍‌ପି ଅଲ୍‌ଟ୍ରା-ୱାଇଡ୍‌, ୧୧୨ଂ ଫିଲ୍ଡ ଅଫ୍ ଭ୍ୟୁ ସହିତ ମାକ୍ରୋ କ୍ୟାମେରା ଓ ଏକ ୨ଏମ୍‌ପି ଡେପ୍‌ଥ କ୍ୟାମେରା ସହିତ ଆସୁଛି ଏବଂ ଏହାର ଫ୍ରଂଟ୍‌ରେ ଏକ ୫୦ ଏମ୍‌ପି କ୍ୟାମେରା ରହିଛି । ଅନର୍‌୯୦ ୫ଜି ଏକ ବୃହତ୍ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ସହ ଆସୁଛି । ଏହି ସ୍ମାର୍ଟଫୋନ୍ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୭ ଜେନ୍ ୧ ଆକ୍‌ସିଲରେଟେଡ୍ ଏଡିସନ ପ୍ରୋସେସର ଦ୍ୱାରା ପରିଚାଳିତ ଅଟେ ଯେଉଁଥିରେ ଏହାର ପୂର୍ବପିଢି ତୁଳନାରେ ୨୦% ଉନ୍ନତ ଜିପିୟୁ ପ୍ରଦର୍ଶନ ଓ ୩୦% ଉତମ ଏଆଇ ପ୍ରଦର୍ଶନ ରହିଛି । ଅନର୍‌୯୦ ନୂଆ ଆଣ୍ଡ୍ରଏଡ୍ ୧୩-ଆଧାରିତ ମ୍ୟାଜିକ୍ ଓଏସ୍ ୭.୧ ଉପରେ ପରିଚାଳିତ ଏବଂ ଏହା ମ୍ୟାଜିକ୍ ଟେକ୍ସଟ୍ ଭଳି ଉନ୍ନତ ସ୍ମାର୍ଟଫୋନ୍ ଫିଚରଗୁଡିକରେ ସୁସଜ୍ଜିତ ରହିଛି । ଅନର୍‌୯୦ ୫ଜି ବିକ୍ରି ପାଇଁ ୩ଟି ରଙ୍ଗ ଯଥା ଏମେରାଲ୍ଡ ଗ୍ରୀନ୍‌, ଡାଇମଣ୍ଡ ସିଲ୍‌ଭର ଓ ମିଡ୍‌ନାଇଟ୍ ବ୍ଲାକ୍‌ରେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ୨୦୨୩ରୁ ଆମାଜନ ଓ ରିଟେଲ୍ ଚ୍ୟାନେଲଗୁଡିକରେ ଉପଲବ୍ଧ ହୋଇଯାଇଛି । ଏହି ସ୍ମାର୍ଟଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍ ୮+୨୫୬ଜିବି ଓ ୧୨+୫୧୨ଜିବିରେ ଯଥାକ୍ରମେ ଟ.୩୭,୯୯୯/- ଏବଂ ଟ.୩୯,୯୯୯/-ରେ ଉପଲବ୍ଧ ରହିଛି । ବିଭିନ୍ନ ଅଫର ସହିତ ଏହାର ୮+୨୫୬ ଜିବି ଭାରିଏଂଟର ମୂଲ୍ୟ ମାତ୍ର୨୭,୯୯୯/- ଟଙ୍କା ୧୨+୫୧୨ ଜିବି ଭାରିଏଂଟର ମୂଲ୍ୟ ୨୯,୯୯୯/-କୁ ହ୍ରାସ ପାଇଛି । ଗ୍ରାହକମାନେ ୧୮୦ଟି ସହରରେ ପରିବ୍ୟାପ୍ତ ୪୦୦ ସର୍ଭିସ୍ ସେଂଟର୍‌ର ଏକ ବିଶାଳ ନେଟ୍‌ୱର୍କ ସପୋର୍ଟକୁ ଉପଭୋଗ କରିପାରିବେ ।

ଏହି ଶୁଭାରମ୍ଭ ସମ୍ପର୍କରେ ଏଚ୍‌ଟେକ୍‌ର ସିଇଓ ମାଧବ ସେଠ୍ କହିଛନ୍ତି, ‘ଅନର୍‌ର ମଜଭୁତ ନେଟ୍‌ୱର୍କ ଓ ମୂଲ୍ୟ ଶୃଙ୍ଖଳାର ବ୍ୟବହାର କରି ଆମେ ଅନର୍‌୯୦ ୫ଜିର ଶୁଭାରମ୍ଭ ସହିତ ଭାରତରେ ପ୍ରଥମ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଛୁ । ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଓ ସର୍ବୋତମ ଶ୍ରେଣୀର ଉଦ୍ଭାବନ ସମେତ ଏକ ଅଲ୍‌ଟ୍ରା-କ୍ଲିୟର ୨୦୦ ଏମ୍‌ପି କ୍ୟାମେରା, ଏଆଇ ବ୍ଲଗ୍ ମାଷ୍ଟର ଓ ଜିରୋ ରିସ୍କ ଆଇ-କମ୍ଫର୍ଟ ଡିସ୍‌ପ୍ଲେ ଥିବା ଏହି ହ୍ୟାଣ୍ଡସେଟ୍ ସ୍ମାର୍ଟଫୋନ୍ ଫଟୋଗ୍ରାଫି ଓ ଡିସ୍‌ପ୍ଲେ ଟେକ୍ନୋଲୋଜି କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛି । ଭାରତରେ ଏହି ଉତ୍ସାହଜନକ ଯାତ୍ରା ଆରମ୍ଭ କରିଥିବାରୁ ଆମେ ନିଶ୍ଚିତ ଯେ, ଉପଭୋକ୍ତାମାନେ ଅନର୍‌ର ଚମତ୍କାର ଉତ୍ପାଦଗୁଡିକୁ ହୃଦୟରୁ ଗ୍ରହଣ କରିବେ ।’ ଏହି ସହଭାଗିତା ଉପରେ ଆମାଜନ ଇଣ୍ଡିଆର ଓୟାରଲେସ୍ ଓ ଟିଭି ବିଭାଗର ନିର୍ଦ୍ଦେଶକ, ରଞ୍ଜିତ ବାବୁ କହିଛନ୍ତିଯେ, “ଏଚଟେକ ମାଧ୍ୟମରେ ଭାରତରେ ଅନରର ପ୍ରତ୍ୟାବର୍ତନ ଦେଖି ଆମାଜନରେ ଆମ୍ଭେମାନେ ଉତ୍ସାହିତ ଏବଂ ଆମେ ନିଶ୍ଚିତଯେ, ଅନର ୯୦ ଅନେକ ସ୍ମାର୍ଟଫୋନ୍ ମଧ୍ୟରୁ ପ୍ରଥମ ହେବ ଯାହା ଅନର୍ ଟେକକୁ ଭାରତରେ ଏକ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡରେ ପରିଣତ କରିବାରେ ସାହାଯ୍ୟ କରିବ ।”

ଆଇସିଆଇସିଆଇ ଏବଂ ଏସବିଆଇ ବ୍ୟାଙ୍କ କାର୍ଡ଼ରୁ ସିସି, ଡ଼ିସି, ଇଏମଆଇ ନେଣଦେଣ ବ୍ୟବହାରକଲେ ନୂଆକରି ଶୁଭାରମ୍‌ଭ ହୋଇଥିବା ଅନର ୯୦ ୫ଜି କ୍ରୟ କରୁଥିବା ଉପଭୋକ୍ତାମାନେ ୩୦୦୦ଟଙ୍କାର ତୁରନ୍ତ ରିହାତି ପାଇପାରିବେ । ଏହାବ୍ୟତୀତ ଯେଉଁ ଉପଭୋକ୍ତାମାନେ ଅନର ୯୦ କିଣିବା ସମୟରେ ନିଜର ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରିବାକୁ ଇଛୁକ, ସେମାନେ ମଧ୍ୟ ୨୦୦୦ ଟଙ୍କାର ଅତିରିକ୍ତ ରିହାତି ପାଇପାରିବେ । ନୂଆ କରି ଲଂଚ୍ ହୋଇଥିବା ଅନର୍‌୯୦ ୫ଜିକୁ କ୍ରୟ କରୁଥିବା ଉପଭୋକ୍ତାମାନେ ସମସ୍ତ ଅଗ୍ରଣୀ ବ୍ୟାଙ୍କ ଓ ବଜାଜ ଫିନ୍‌ସର୍ଭ କାର୍ଡଗୁଡିକରୁ ୯ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇବାକୁ ସକ୍ଷମ ହେବେ । ଏଥିରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୫୦୦୦ ଟଙ୍କା ମୂଲ୍ୟର ଅନର୍ ଟିଡବ୍ଲ୍ୟୁଏସ୍‌ର ଏକ ବଣ୍ଡଲ୍ ଡିଲ୍ ଜଡିତ ରହିଛି । ବଣ୍ଡଲ ଡିଲ୍‌ର ଅଂଶ ଭାବେ ଉପଭୋକ୍ତାମାନେ ମାଗଣାରେ ଏକ ୩୦ୱାଟ୍ ଟାଇପ୍‌-ସି ଚାର୍ଜର ପାଇବେ ଯାହା ଡିଭାଇସ୍ ସହିତ କମ୍ପାଟିବୁଲ ଅଟେ ।

 

 


Share It

Comments are closed.