ହ୍ରୁଲଜନ୍ ହେଲଥକେୟାର ପକ୍ଷରୁ ଓଡ଼ିଶାରେ ନୂତନ ଉତ୍ପାଦର ବଜାର ପ୍ରବେଶ


କଟକ: ଗୁଜରାଟର ରାଜକୋଟ ସ୍ଥିତ କଂପାନି ହ୍ରୁଲଜନ ହେଲଥାକେୟାର ପକ୍ଷରୁ ଏହାର ନୂତନ ଉତ୍ପାଦଗୁଡ଼ିକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି । କଂପାନି ପକ୍ଷରୁ ମହିଳାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଉତ୍ପାଦ ସମେତ ବେବି କେୟାର ଉତ୍ପାଦକୁ ମଧ୍ୟ ଉନ୍ମୋଚନ କରାଯାଇଛି ।
କଂପାନି ଉନ୍ମୋଚନ କରିଥିବା ଉତ୍ପାଦଗୁଡ଼ିକ ହେଉଛି ସାନିଟାରି ପ୍ୟାଡ୍, ବେବି ପପ୍ ଅପ୍ ପ୍ୟାଂଟ୍, କଟକ ସ୍ୱାବ୍, କସମେଟିକ୍ କଟନ୍ ବଲ୍, ଅଣ୍ଡର ଆର୍ମ ସ୍ୱେଟ୍ ପ୍ୟାଡ୍, ବେବି ମସାଜ ଅଏଲ୍, ପିରିଅଡ୍ କେୟାର ଏବଂ ଫର୍ଟିଲିଟି ବୁଷ୍ଟର ଉତ୍ପାଦ । ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରୁଥିବା ଏହି କଂପାନି ୩୫ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛି । ସେଥି ମଧ୍ୟରୁ ୧୮ କୋଟି ଟଙ୍କା ଏକ ୟୁନିଟ୍ ବସାଇବାରେ ବ୍ୟୟ କରାଯିବ । ବଳକା ୨୫ କୋଟି ଟଙ୍କା ବେବି କେୟାର ଡିଭିଜନ୍ର ସମ୍ପ୍ରସାରଣରେ ବ୍ୟବହାର କରାଯିବ ।
ଉତ୍ପାଦ ବିକଶିତ କରିବା ଲାଗି କଂପାନି ପାଖରେ ଆୟୁର୍ବେଦିକ ଓ ନେଚୁରୁପାଥିର ଏକ ବଳିଷ୍ଠ ଡାକ୍ତରୀ ଟିମ୍ ରହିଛି । ସେମାନେ ୧୦୦% ଆୟୁର୍ବେଦିକ ଉତ୍ପାଦ ବିକଶିତ କରିବା ଦିଗରେ କାମ କରୁଛନ୍ତି । କଂପାନି ଏହାର ଉତ୍ପାଦଗୁଡ଼ିକୁ ଭାରତ ସମେତ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ପହଂଚାଇବାକୁ ଯୋଜନା ରଖିଛି ।
ଏହି ଅବସରରେ ଅମିତ କେ ବାଗଥାଲିଆ, ପ୍ରତିଷ୍ଠାତା ସଦସ୍ୟ, ହ୍ରୁଲଜନ ହେଲଥକେୟାର କହିଛନ୍ତି ଯେ, “ଓଡ଼ିଶା ବଜାରରେ ପ୍ରବେଶ କରିଥିବାରୁ ଆମେ ବହୁତ ଉତ୍ସାହିତ । ଏହି ବଜାରରେ ଆୟୁର୍ବେଦିକ ଉତ୍ପାଦ ପାଇଁ ବିପୁଳ ସୁଯୋଗ ରହିଛି । ଏଠାରେ ୧୦୦% ଆୟୁର୍ବେଦିକ ଉତ୍ପାଦ ଉପଲବ୍ଧ କରାଇ ଆମେ ବଜାରରେ ବିପ୍ଳବ ସୃଷ୍ଟି କରିବାକୁ ଚାହୁଛୁ ।ଆମର ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଆମ ଉତ୍ପାଦକୁ ବହୁତ ପସନ୍ଦ କରିବେ ।’’
ହ୍ରୁଲଜନ୍ର ଫ୍ଲୋର୍ରେ ୫୮ ମହିଳା କାର୍ଯ୍ୟ କରୁଥିବା ବେଳେ ଏହାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଏଚଆର୍ ଠାରୁ ଆରମ୍ଭ କରି ରପ୍ତାନି ବିଭାଗ ପର୍ଯ୍ୟନ୍ତ ସବୁ କିଛିକୁ ମହିଳା କର୍ମଚାରୀମାନେ ସମ୍ଭାଳୁଛନ୍ତି । ମହିଳା ସଶକ୍ତୀକରଣ କ୍ଷେତ୍ରରେ ଗଭୀର ଭାବେ ଜଡ଼ିତ ହୋଇ କଂପାନି କାର୍ଯ୍ୟ କରିବାକୁ ଚାହୁଛି ।


Share It

Comments are closed.