କରୋନାରେ ଆକ୍ରାନ୍ତ ହେଲେ ହ୍ରିତିକଙ୍କ ମା ପିଙ୍କି ରୋସନ


ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। କୁହାଯାଉଛି ଯେ ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।

ପିଙ୍କି ରୋଶନଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାର ୨୦ଦିନ ପରେ ନିଜ କରୋନା ଟେଷ୍ଟ୍ କରାଇଥାନ୍ତି। ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ କହିବା ମୁତାବକ ଯୋଗ କରିବା ଫଳରେ ତାଙ୍କ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ୧୫ଦିନ ଯାଏଁ ଭାଇରସ୍ ତାଙ୍କ ଶରୀରରେ ରହିବ। ଶୁକ୍ରବାର ସେ ଆଉ ଏକ ଟେଷ୍ଟ କରିବେ। ସେ ଆଶା କରୁଛନ୍ତି ଯେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବ।

ନିକଟରେ ପିଙ୍କି ରୋଶନ ,ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଲୋକଙ୍କୁ ସତ ଜାଣିବାର ଆବଶ୍ୟକତା ରହିଛି କିନ୍ତୁ ସଚ୍ଚୋଟ ହେବାର ନୁହେଁ। ପିଙ୍କିଙ୍କ ଏହି ବୟାନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି।


Share It

Comments are closed.