ବଏଫ୍ରେଣ୍ଡ ଅର୍ସଲାନ ଗୋନିଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର କରି ଚର୍ଚ୍ଚାରେ ସୁଜୈନ


ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ତାଙ୍କ ଆଫେୟରକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସୁଜୈନ ଇନଷ୍ଟାଗ୍ରାମରେ ତାଙ୍କ ବଏଫ୍ରେଣ୍ଡ୍ ଅର୍ସଲାନ ଗୋନିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଅର୍ସଲାନଙ୍କ ବାହୁରେ ନଜର ଆସିଛନ୍ତି। ସୁଜୈନ-ଅର୍ସଲାନଙ୍କ ଏହି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

A post shared by Sussanne Khan (@suzkr)

ସୁଜୈନ ତାଙ୍କ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ମଝିରେ ସବୁବେଳେ ସ୍ଥାନ ନଥାଏ, ବେଳେବେଳେ ଏହା ଏକ ନିଆରା ଅନୁଭବ କରିଥାଏ।’ ସୁଜୈନଙ୍କ ଏହି ଫଟୋରେ ଅର୍ସଲାନ୍ ଅନେକ ଚୁମ୍ବନ ଇମୋଜି ସେୟାର କରିଛନ୍ତି। ଫଟୋରେ, ସୁଜୈନଙ୍କୁ ଏକ ବ୍ଲୁ-ବ୍ଲାକ୍ ଡ୍ରେସରେ ଦେଖିବାକୁ ମିଳିଥିବାବେଳେ ଅର୍ସଲାନ ଏକ ହ୍ୱାଇଟ୍ ଟି-ସାର୍ଟରେ ନଜର ଆସିଛନ୍ତି। ଦୁହେଁ ଏହି ଲୁକ୍‌ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଅର୍ସଲାନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ସୁଜୈନଙ୍କ ସହ ଅଭିନେତ୍ରୀ ସୋନଲ ଚୌହାନଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଇଛି।


Share It

Comments are closed.