୩୦୦ କୋଟି ବଜେଟରେ ପ୍ରସ୍ତୁତ ହେବ ରାମାୟଣ, ରାମ-ସୀତାଙ୍କ ପାଇଁ ହ୍ରିତିକ-ଦୀପିକା ଫାଇନାଲ !


ଦେଶରେ ଯେତେବେଳେ ରାମାୟଣ କଥା ଉଠେ ସେତେବେଳେ ସର୍ବପ୍ରଥମେ ରାମାନନ୍ଦ ସାଗରଙ୍କ ଏହି ଧାରାବାହିକ କଥା ମନେ ପଡିଯାଏ, ଯିଏକି ମହାମାରି କରୋନା ସମୟରେ ସମସ୍ତଙ୍କୁ ମନୋରଞ୍ଜନ କରାଇଥିଲା । ଏହି ଧାରାବାହିକ ସୋ’ ସମସ୍ତଙ୍କ ମନ ଜିଣି ଦେଇଛି ।
ବର୍ତ୍ତମାନ ବଲିଉଡ ଏହି ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି । କୌଣସି ଏନିମେସନ କିମ୍ବା ଛୋଟ ଫିଲ୍ମ ନୁହେଁ ବରଂ ୩୦୦ କୋଟି ବଜେଟରେ ଏହି ଫିଲ୍ମ ନିର୍ମାଣ ହେବାର ପ୍ରସ୍ତୁତି ଚାଲିଛି । ନିର୍ମାତା ମଧୁ ମେଣ୍ଟାନା ନିଜର ଏହି ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ସେ ଏହି ଫିଲ୍ମ ଜରିଆରେ ରାମାୟଣର ଭବ୍ୟ ପ୍ରସ୍ତୁତି ଦେଖାଇବାର ଇଚ୍ଛା ରଖିଛନ୍ତି । ସଂପୂର୍ଣ୍ଣ ଫିଲ୍ମ ୩ଡିରେ ସୁଟିଂ ହେବ । କେବଳ ଏତିକି ନୁହେଁ ଶୁଣିବାକୁ ଏହା ମିଳୁଛି ଯେ, ନିର୍ମାତା ଫିଲ୍ମର କାଷ୍ଟିଙ୍ଗ ମଧ୍ୟ ଫାଇନାଲ କରିସାରିଛନ୍ତି । ଏବଂ ଭାଗବାନ ରାମଙ୍କ ଭୂମିକାରେ ହ୍ରିତିକ ଓ ମା ସୀତାଙ୍କ ଭୂମିକାରେ ଦୀପିକା ମଧ୍ୟ ନଜର ଆସି ପାରନ୍ତି ।
ଔପଚାରିକ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଏହି ଦୁହେଁ ବର୍ତ୍ତମାନ ଭାଗବାନ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିପାରନ୍ତି ବୋଲି ବହୁତ ସମ୍ଭାବନା ରହିଛି । ପ୍ରକାଶ ଥାଉକି, ଏହି ଫିଲ୍ମର ନିର୍ଦ୍ଦେଶନା ଦଙ୍ଗଲ ଫିଲ୍ମର ଫେମ ନିର୍ଦ୍ଦେଶକ ନୀତିଶ ତିୱାରୀ ଦେବେ ।


Share It

Comments are closed.