ରାମ ସୀତାଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ ଏବଂ ଦୀପିକା


ନିକଟ କିଛି ଦନ ହେବ ହ୍ରିତିକଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁପର ୩୦’ ବକ୍ସ ଅଫିସରେ ନିଜ ଜଲୱା ଦେଖାଇଥିବାବେଳେ ହ୍ରିତିଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏହି ମଧ୍ୟରେ ହ୍ରିତିକଙ୍କ ପ୍ରଶଂସକଙ୍କ ପାଇଁ ପୁଣି ଏକ ଖୁସିର ଖବର ଆସିଛି । ମିଳିଥିବା ସୂଚନା ମୁତାବକ ହ୍ରିତିକଙ୍କୁ ପ୍ରଥମ ଥର ପାଇଁ ଦୀପିକାଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ ଏହି ଫିଲ୍ମରେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ଦୀପିକା ନଜର ଆସିବାକୁ ଥିବାବେଳେ ବର୍ତ୍ତମାନ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର ଓøପଚାରିକ ଘୋଷଣା ହେବାକୁ କେବଳ ବାକି ରହିଛି ।
ଏହି ଫିଲ୍ମର ନିର୍ମାତା ନିତିଶ ତିୱାରୀ ଏବଂ ରବି ଉଦ୍ୟାଭାର ହିନ୍ଦୁ ପୌରାଣିକ ଗ୍ରନ୍ଥ ଉପରେ ଆଧାରତି ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ନାମ ‘ରାମାୟଣ’ ରହିଥିବାବେଳେ ଏହାକୁ ୩ଡିରେ ପ୍ରସ୍ତୁତ କରାଯିବ ବୋଲି ଯୋଜନା ରହିଛି । ଏହି ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ହ୍ରିତିକ ନଜର ଆସିବାର ଥିବାବେଳେ ସୀତାଙ୍କ ଭୂମିକାରେ ଦୀପିକା ନଜର ଆସିବେ ବୋଲି ସୂଚନା ମିଳିଛି ।
ପ୍ରଡକସନ ହାଉସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ମାତା ଏହି ଫିଲ୍ମ ପାଇଁ ହ୍ରିତିକଙ୍କ ନାମକୁ ଚୟନ କରିଥିବାବେଳେ ହ୍ରିତିକ ନିଜେ ଏହି ଫିଲ୍ମ ପାଇଁ ହଁ ମଧ୍ୟ କରିସାରିଛନ୍ତି ।


Share It

Comments are closed.