ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ନଉଡାଇବା ପାଇଁ ଧମକ ଦେଲା ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ


ସ୍ୱାଧୀନତା ଦିବସରେ ଦେଶର ସ୍ୱାଭିମାନର ପ୍ରତୀକ ତ୍ରୀରଙ୍ଗା ପତାକା ନଉଡ଼ାଇବାକୁ ଧମକ୍‌ ଦେଲା ଖାଲିସ୍ତାନୀ ସଂଗଠନ। ହିମାଚଳ ପ୍ରଦେଶ ନାଦୌନର କଂଗ୍ରେସ ବିଧାୟକ ସୁଖୱିନ୍ଦର ସିଂହ ସୁଖୁଙ୍କୁ ଫୋନ୍ କରି ଏଭଳି ଧମକ୍ ଦେଇଛି ଖାଲିସ୍ତାନୀ ସଂଗଠନ ସିଖ୍ ଫର୍ ଜଷ୍ଟିସ୍‌(ଏସ୍‌ଏଫ୍‌ଜେ)ର ସଦସ୍ୟ ଗୁପତୱନ୍ତ ସିଂହ ପନ୍ନୁ।

କଂଗ୍ରେସ ବିଧାୟକଙ୍କୁ ସୂଚନା ଅନୁସାରେ, ରାଜ୍ୟରେ କୌଣସି ବ୍ୟକ୍ତିଙ୍କୁ ପାତାକା ଉଡ଼ାଇବାକୁ ଦିଆଯିବ ନାହିଁ। ଅଗଷ୍ଟ ୧୫ ଦିନ ସମସ୍ତଙ୍କୁ ଘର ଭିତରେ ରହିବାକୁ ଚେତାବନୀ ଦିଆଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ମଧ୍ୟ ଅନେକ ସାମ୍ବାଦିକଙ୍କୁ କଲ୍‌ ରେକର୍ଡ ମେସେଜ୍‌ ଦେଇ ଚେତାବନୀ ଦିଆଯାଇିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ପନ୍ନୁ ବୋଲି ପରିଚୟ ଦେଇଥିଲା କହିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ତ୍ରୀରଙ୍ଗା ଉଡ଼ାଇବାକୁ ଦିଆଯିବ ନାହି। ପନ୍ନୁ ହେଉଛି ଏସ୍‌ଏଫ୍‌ଜେର ଜେନେରାଲ କାଉନସିଲ୍। ଏହାପରେ ଶନିବାର ପୁଲିସ ପନ୍ନୁ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି।


Share It

Comments are closed.