ଲମ୍ବା ଏବଂ ଘନ କେଶ ପାଇଁ ଜଡା ତେଲର କିପରି କରିବେ ବ୍ୟବହାର


କାଷ୍ଟର ଅଏଲ ବା ଜଡା ତେଲ ବହୁ ପୁରାତନ କାଳରୁ କେଶକୁ ଘନ ଏବଂ ମଜବୁତ ରଖିବା ପାଇଁ ବ୍ୟବହାର କରାଯାଉଛି । ଏହି ତେଲ ପୋଷକ ତତ୍ୱ ଏବଂ ପ୍ରୋଟିନର ଉତ୍ତମ ସ୍ରୋତ ଅଟେ । ଏହି ତେଲରେ ପ୍ରୋଟିନ ସିହତ ବିଭିନ୍ନ ଭିଟାମିନ, ଫ୍ୟାଟି ଏସିଡ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା କେଶର ତୁରନ୍ତ ବୃଦ୍ଧି ସହିତ ଘନ କରିବାରେ ସାହାଯ୍ୟ କରିଥାଏ । ଆଶନ୍ତୁ ଜାଣିବା କିପରି ଏହାକୁ କେଶରେ ବ୍ୟବହାର କରିପାରିବେ . . .
୧. ଆପଣ ଏହି ତେଲକୁ ସପ୍ତାହକୁ ଥରେ ମଧ୍ୟ ନିଜ କେଶରେ ବ୍ୟବହାର କରିପାରିବେ । ଆପଣ ଥରେ କେଶରେ ଏହାକୁ ଭଲଭାବେ ଲଗାଇ ମସାଜ କରନ୍ତୁ ଏହା ପରେ ୨୦ମିନିଟ ରଖି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୨. ଆପଣ ଏହାକୁ ବିଭିନ୍ନ ତେଲ ସହିତ ମିଶାଇ ମଧ୍ୟ ଲଗାଇପାରିବେ । ଏହାକୁ ବିଭିନ୍ନ ତେଲରେ ମିଶାଇ ଡାଇଲୁଟ କରି ଲଗାଇବା ଦ୍ୱାରା କେଶ ବୃଦ୍ଧିରେ ଅଧିକ ଫଳପ୍ରଦ ହୋଇଥାଏ । ଏହାକୁ ଆପଣ ନଡିଆ ତେଲ, ଜୋଜୋବା ଏବଂ ଆଲମଣ୍ଡ ଅଏଲ ସହିତ ଲଗାଇପାରିବେ ।
୩. ଜଡା ତେଲ କୁ ଆପଣ ପିଆଜ ରସରେ ମିଶାଇ ମଧ୍ୟ କେଶରେ ଲଗାନ୍ତୁ । ଏହା ଦ୍ୱାରା କେଶର ଅତ୍ୟଧିକ ବୃଦ୍ଧିକୁ ଲକ୍ଷ୍ୟ କରାଯାଇଛି । ଦୁଇଟି ଚାମାଚ ଲେଖାଏଁ ଜଡା ତେଲ ଏବଂ ପିଆଜ ରସକୁ ଭଲଭାବେ ମିଶାଇ କେଶରେ ଲଗାନ୍ତୁ ।
୪. ଜଡା ତେଲକୁ ମଧ୍ୟ ଆଲୋଭେରା ଜେଲ ସହିତ ମିଶାଇ ଆପଣ କେଶରେ ଲଗାଇ ପାରିବେ । ଏହା କେଶକୁ କଣ୍ଡିସନିଂ କରିବା ସହିତ କେଶର ଝଡା ସମସ୍ୟା ଦୂର ହୋଇଥାଏ । ଏବଂ ସ୍କାଲ୍ପକୁ ମଧ୍ୟ ସୁସ୍ଥ ରଖିଥାଏ ।
୫. ଜଡା ତେଲ ସହିତ ଆପଣ କିଛି ପୁଦିନା ପତ୍ର ମଧ୍ୟ ମିଶାଇ କେଶରେ ମସାଜ କରିପାରିବେ । ଏହା କେଶର ଫଟା ଏବଂ ପତଳା ହେବା ସମସ୍ୟାକୁ ଦୂର କରିଥାଏ ।


Share It

Comments are closed.