କ୍ରୀଡାବିତଙ୍କ ଠାରୁ ଶିଖନ୍ତୁ ଜିତିବା କୌଶଳ


ଖେଳାଳିମାନେ ସାଧାରଣତଃ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ । ସଫଳ ହେବା ପାଇଁ ସେମାନଙ୍କୁ ଧୈର୍ଯ୍ୟା, ନିଷ୍ଠା, ଏକାଗ୍ରତା ସହ ଆତ୍ମବିଶ୍ୱାସ ରଖିବାକୁ ପଡିଥାଏ । ବିଫଳତାକୁ କିପରି ସଫଳତାରେ ପରିଣତ କରିବାକୁ ହେବ ସେଥିପାଇଁ ଖେଳାଳୀ ମାନେ ସର୍ବଦା ଚେଷ୍ଟା ରଖିଥାନ୍ତି । ତେଣୁ ଜଣେ ଖେଳାଳିର ଉତ୍ସାହ ଓ ନିଷ୍ଠା ନେଇ ଆମେ ଜୀବନ ସଂଗ୍ରାମରେ ମୈଦାନକୁ ଓହ୍ଲାଇଲେ କେବେ ବି ହାର ମାନିବା ନାହିଁ ।
୧. ହାରିବାରୁ ଶିଖନ୍ତୁ – ଖେଳରେ ହାର ଜିତ ଲାଗିରହିଥାଏ । ଖେଳ ଆମକୁ ଏକ ବଡ ଶିକ୍ଷା ଦେଇଥାଏ ଯେ, ହାରିବାରେ ଭାଙ୍ଗି ନପଡି ଜିତିବାର କୌଶଳ ଶିଖନ୍ତୁ ଏବଂ ସ୍ୱପ୍ନ ପୁରଣ ପାଇଁ ଆଗକୁ ମାଡି ଚାଲନ୍ତୁ । ଖେଳ ଯାହା ବି ହେଉ ଖେଳାଳୀ ସର୍ବଦା ନିଜର ସାଧ୍ୟ ମତେ ଚେଷ୍ଟା କରିଥାଏ ଓ ପରିଣାମ କ’ଣ ହେବ ସେଥିପ୍ରତି ସେ ଚିନ୍ତା କରି ନଥାଏ ।
୨. ଟିମ ୱାର୍କ ମ୍ୟାଜିକ – ବହୁ କ୍ଷେତ୍ରରେ ଟିମ ୱାର୍କ ବ୍ୟକ୍ତିର ସଫଳତା ଆଣିଦେଇଥାଏ । ଟିମ କିପରି ଗଠନ କରାଯିବ ଏବଂ ନିଜ ଟିମ ସହ କିପରି କାମ କରିବାକୁ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ପରସ୍ପର କିପରି ଖାପଖୁଆଇ ଚଳିବେ ତାହା ଶିଖିପାରିବେ ଯାହା ଜୀବନର ଲମ୍ବା ରସ୍ତାକୁ ପାରି ହେବାରେ ସହାଯକ ହେବ ।
୩. ନିଜକୁ ଦ୍ୱିତୀୟ ସୁଯୋଗ ଦିଅନ୍ତୁ – ଭୁଲ କାମ କରିବା ପରେ ଆମେ ଭାବୁ ଯେ ସବୁ ସରିଗଲା । କିନ୍ତୁ ଏକଥା ଆମ ମନରେ ଉଙ୍କି ମାରେ ନାହିଁ ଯେ, ନିଜକୁ ଆଉ ଏକ ସୁଯୋଗ ଦେବା କାରଣ କିଏ ଜାଣେ ଏକ ରାସ୍ତା ଆମକୁ ଅପେକ୍ଷା କରିଥିବା । ସର୍ବଦା ନିଜକୁ ଦ୍ୱିତୀୟ ଶିକ୍ଷା ଦେବାକୁ କ୍ରିଡା ଆମକୁ ଏହି ଶିକ୍ଷା ଦେଇଥାଏ ।
୪. ନିଜ ସୀମା ପ୍ରସ୍ତୁତ କରନ୍ତୁ – ଆପଣ କେତେ ଦକ୍ଷ, ଏକଥା ସାଧାରଣ ଭାବରେ ଅନ୍ୟ ଜଣଙ୍କ ଭାବନରୁ ସ୍ଥିର କରାଯାଏ । ଏଣୁ ଆପଣ ନିଜ ପାଇଁ ଏକ ସୀମା ଧାର୍ଯ୍ୟ କରନ୍ତୁ । କ୍ରୀଡା ସବୁବେଳେ ଚ୍ୟାଲେଞ୍ଜ ଦେଇଥାଏ । ଆପଣ କେତେ ଦକ୍ଷ ତାହା ମଧ୍ୟ ଜଣାଇଥାଏ । ଫଳରେ ସେହି ଦିଗରେ ଆପଣ କେତେ ଦକ୍ଷ ସେହି ପ୍ରତି ଯତ୍ନବାନ ହୁଅନ୍ତୁ ।
୫. ହାରିଲେ ମଧ୍ୟ ନିଜକୁ ସମ୍ଭାଳନ୍ତୁ – ସବୁବେଳ ଆପଣଙ୍କ ବିଜୟ ହେବ, ଏମିତି ନୁହେଁ । ଏହି ସତ୍ୟକୁ ମାନି ହାରକୁ ସକାରତ୍ମକ ରୂପରେ ଆପଣାଇ କିପରି ଆଗକୁ ବଢିପାରିବ, ଏହା ଖେଳରୁ ହିଁ ଶିଖନ୍ତୁ ।


Share It

Comments are closed.