ଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଆସନ୍ତୁ ଜାଣିବା


ସାଧାରଣତଃ ଶୀତଦିନ ଆସିଲେ ସମସ୍ତେ ଚିନ୍ତାରେ ପଡିପାରନ୍ତି । କାରଣ ଏହି ଦିନ ମାନଙ୍କରେ ଶରୀରରେ ଶୁଖିଲା ପଣ ଲାଗି ଚର୍ମ ଲୋଚାକୋଚା ଦିଶିଥାଏ ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତ ବିଭିନ୍ନ ପ୍ରକାରର ଉପାୟ ବ୍ୟବହାର କରିଥାନ୍ତି କିନ୍ତୁ ତାହା ବେଶ ଫଳପ୍ରଦ ହୋଇନଥାଏ ।
ତେବେ ଆସନ୍ତୁ ଏଥିରେ ମୁକ୍ତି ପାଇବା ଲାଗି ହେଲେ କିଛି ଘରୋଇ ଉପଚାର ବିଷୟରେ ଜାଣିବା
– ଅମୃତଭଣ୍ଡା, କଦଳୀ, ମହୁଫେସପ୍ୟାକ– ଖଣ୍ଡେ ପାଚିଲା ଅମୃତଭଣ୍ଡା, ପାଚୀଲା କଦଳୀ, ଏକ ଚାମଚ ମହୁ ଏହି ତିନୋଟିକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ, ଏହି ପେଷ୍ଟକୁ ମୁହିଁରେ କିମ୍ବା ଶରୀରର ଶୁଖିଲା ଲାଗୁଥିବା ଅଂଶରେ ମାଲସ କରିପାରିବେ । କାରଣ ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ କଦଳୀରେ ଭିଟାମିନ ପ୍ରଚୁର ପରିମାଣରେ ଥିବା ଯୋଗୁଁ ଏହି ମସାଜ ଆପଣଙ୍କୁ  ଚମକଦେବା ସହ ମହୁ ପ୍ରାକୃତିକ ମଶ୍ଚରାଇଜର ଭାବେ କାମ କରିଥାଏ । ତେଣୁ ଶୁଖିଲା ପଣକୁ ଦୂର କରିଥାଏ ।
୨- କ୍ଷୀର ଏବଂ ଆଲମଣ୍ଡ ଫେସପ୍ୟାକ – ଏକ ଚାମଚ ଆଲମଣ୍ଡ ପାଉଡର, କଞ୍ଚାକ୍ଷୀରକୁ ପେଷ୍ଟକରି ତ୍ୱଚାରେ ଲଗାନ୍ତୁ । ଏହାକୁ ୧୦ ମିନିଟ ପରେ ଧୋଇ ଦିଅନ୍ତୁ ।
ସାଧାରଣତଃ ଆଲମଣ୍ଡରେ ଭିଟାମିନ ଇ ଏବଂ ଫ୍ୟାଟିଏସିଡ ଥାଏ, କେବଳ ଏତିକି ନୁହେଁ  ଏକ ବହୁତ ଭଳ ମଶ୍ଚରାଇଜର ଭଳି କାମ କରିଥାଏ । ଯାହା ଆପଣଙ୍କ ତ୍ୱଚାକୁ କୋମଳ ଏବଂ ଉଜ୍ଜଳ କରିଥାଏ । ମାତ୍ର ଯାହାର କ୍ଷାର ଦ୍ୱାରା ଚର୍ମରେ ଆଲାର୍ଜି ହେଉଥିଲେ । ତେବେ ଏପରି କରିବା ଅନୁଚିତ ।
୩- ଗ୍ଲିସେରିନ – ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଶୁଖିଲା ପରେ ଏକ କଟନ ବଲ ସାହାର୍ଯ୍ୟରେ ଆପଣଙ୍କ ମୁହଁକୁ ମାଲିସ କରନ୍ତୁ । ଏପରି କରିବା ସମୟରେ ଆଖି, ଓଠକୁ ଦୂରେଇ ରଖନ୍ତୁ । ଗ୍ଲିସେରିନ ଦ୍ୱାରା ଶରୀରରେ ଶୁଖିଲାପଣ ଦୂର ହୋଇଥାଏ । ଶରୀରକୁ କୋମଳ ରଖିବାରେ ଏହା ସାହାର୍ଯ୍ୟ କରେ ।
୪- ଅଲିଭ ଅଏଲ ଓ କେଶର ଫେସବ୍ୟାକ – ଅଣ୍ଡାର କେଶର, ୪ଡ୍ରପ ଅଲିଭ ଅଏକୁ ମିକ୍ସ କରି ମୁହଁରେ ଲଗାନ୍ତୁ । ଏହାକୁ ୨୦ ମିନିଟ ରଖଲାପରେ ଧୋଇ ଦିଅନ୍ତୁ । ଅଲିଭ ଅଏଲ ପ୍ରାକୃତିକ ଆଣ୍ଟିଅକ୍ସଡେଣ୍ଟ ଏବଂ ଭିଟାମିନ ଈ ଓ କେ, ଓ ଅଣ୍ଡା କେଶର ଭିଟାମିନ ଏ ଯୋଗୁଁ ଏହା ଶୁଖିଲାପଣକୁ ଦୂର କରିଥାଏ । ଏହି ଫେସପ୍ୟାକକୁ ଶୀତ ଦିନରେ ୨ଥର ଦିଅନ୍ତୁ ।

Share It

Comments are closed.