ବର୍ଷାଦିନେ କିପରି ନେବେ ତ୍ୱଚାର ଯତ୍ନ


ବର୍ଷାଦିନରେ ତ୍ୱଚାର ସମସ୍ୟା ଦେଖାଯିବା ସ୍ୱଭାବିକ । ବର୍ଷା ଦିନେ ବାୟୁରେ ଆର୍ଦ୍ରତା ରହିଥିବାରୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ । ବର୍ଷାଜଳରେ ବିଭିନ୍ନ ବ୍ୟକ୍ଟେରିଆ ଏବଂ ଜୀବାଣୁ ଥିବା ହେତୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ, ଦାଗ, ଲାଲ ପଡିଯିବା ଇତ୍ୟାଦି ଅସୁବିଧା ମଧ୍ୟ ଦେଖାଯାଇଥାଏ । ତେଣୁ ବର୍ଷା ଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା କିପରି ନେବେ ବର୍ଷା ଦିନେ ତ୍ୱଚାର ଯତ୍ନ ।
୧. ଅଧିକରୁ ଅଧିକ ଜଳ ପାନ ଏବଂ ଖାଦ୍ୟ ପେୟରେ ଧ୍ୟାନ– ବର୍ଷାଦିନେ ପାଣିପାଗ ଥଣ୍ଡା ଥିବେ ହେତୁ ଶୋଷ ଲାଗେ ନାହିଁ । ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ ହୋଇଯାଏ ଏବଂ ତ୍ୱଚାରେ ବ୍ରଣ, କଳା ଦାଗ ଇତ୍ୟାଦିର ସମସ୍ୟା ଦେଖାଯାଇଥାଏ । ତେଣୁ ଭଲ ତ୍ୱଚା ତଥା ସତେଜ ଚମକଦାର ତ୍ୱଚା ପାଇଁ ଦିନକୁ ଅତି କମରେ ୧୦ରୁ ୧୨ ଗ୍ଲାସ ପାଣି ପିଅନ୍ତୁ । ବର୍ଷାଦିନେ ଯଥା ସମ୍ଭବ ଫାଷ୍ଟଫୁଡ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ । ଏହା ଦ୍ୱାରା ଶରୀରରେ ତେଲର ପରିମାଣ ବୃଦ୍ଧି ପାଇଥାଏ ଏବଂ ତ୍ୱଚା ଖରାପ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ।
୨. ଧୋଇବା ପ୍ରଣାଳୀ – ବର୍ଷାଦିନେ ତ୍ୱଚାରୁ ଅତ୍ୟଧିକ ମାତ୍ରାରେ ତେଲ ଏବଂ ମଇଳା ଜମିଥାଏ ଯାହା ଆଖିକୁ ଦେଖା ନଗଲେ ମଧ୍ୟ ତ୍ୱଚାକୁ ଖରାପ କରିଥାଏ । ଏହାକୁ ଦୂର କରିବା ପାଇଁ ମୁହଁକୁ ଅତିକମ୍ରେ ୨ରୁ ୩ ଥର ଧୁଅନ୍ତୁ । କିନ୍ତୁ ସବୁ ସମୟରେ ଫେସୱାସର ବ୍ୟବହାର କରିବା ଉଚିତ ନୁହେଁ । ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁହଁ ଧୋଇପାରିବେ ଯାହାଦ୍ୱାରା ମୁହଁର ସମସ୍ତ ମଇଳା ଏବଂ ତେଲ ଅଂଶ ସହଜରେ ବାହାରି ଯାଇଥାଏ । ଫେସୱାସ ବ୍ୟତୀତ ଆପଣ ବେସନ, ଦହି ଏବଂ କଞ୍ଚା ଦୁଗ୍ଧର ପେଷ୍ଟ ପ୍ରସ୍ତୁତ କରି ଲଗାଇପାରିବେ ।
୩. ଟୋନରର ବ୍ୟବହାର – ତ୍ୱଚାର ଟୋନ ଠିକ କରିବା ପାଇଁ ବିନା ଆଲକୋହୋଲିକ ଟୋନର ବ୍ୟବହାର କରନ୍ତୁ । ଆପଣ ବଜାରରେ ମିଳୁଥିôବା ଗୋଲାପ ଜଳ ମଧ୍ୟ ଲଗାଇ ପରିବେ । ଏହା ଦ୍ୱାରା ତ୍ୱଚାରେ ଖୋଲା ଥିବା ପୋର ଗୁଡିକ ବନ୍ଦ ହୋଇ ମଇଳା ବାହାରି ତ୍ୱଚାରେ ତରୁନ୍ତ ଚମକ ଆଣିଥାଏ । ଆପଣଙ୍କ ତ୍ୱଚା ତେଲିଆ ହୋଇଥିଲେ ବାରମ୍ବାର ମୁହଁ ଧୋଇବା ପରେ ଟୋନର ଲଗାଇବା ଭୁଲନ୍ତୁ ନାହିଁ ।
୪. ମେକ ଅପର କମ ବ୍ୟବହାର– ବର୍ଷାଦିନେ ଅନ୍ୟ ଦିନ ଅପେକ୍ଷା ମେକଅପର ବ୍ୟବହାର କମ କରନ୍ତୁ । ବାହାରେ ଆର୍ଦ୍ରତା ଅତ୍ୟଧିକ ମାତ୍ରାରେ ଥିବା ହେତୁ ଆପଣ କମ କରିବା ପାଇଁ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଫାଉଣ୍ଡେସନ ଏବଂ ମେକଅପ ପାଉଡରର ବ୍ୟବହାର ଯଥା ସମ୍ଭବ କମ କରନ୍ତୁ ଏବଂ ଆପଣ ୱାଟରପ୍ରୁଫ ମେକଅପର ବ୍ୟବହାର କରାପାରିବେ । ଯଦି ଆପଣଙ୍କର ତେଲିଆ ତ୍ୱଚା ତେବେ ଆପଣ ତ୍ୱଚା ଅନୁଯାୟୀ ମଶ୍ଚରାଇଜର ଚୟନ କରିପାରିବେ ।
୫. ସନସ୍କ୍ରିନର ବ୍ୟବହାର – ବର୍ଷାଦିନେ ସନସ୍କ୍ରିନର ବ୍ୟବହାର ନିଶ୍ଚିନ୍ତ ଭାବେ କରନ୍ତୁ । ଆପଣ ଏପରି ମଧ୍ୟ ମଶ୍ଚରାଇଜର ବ୍ୟବହାର କରିପାରିବେ ଯାହା ଏସପିଏଫ ଯୁକ୍ତ ହୋଇଥିବ । ବର୍ଷାଦିନେ ଖରା କମ ଥିଲେ ମଧ୍ୟ ଖରାର ପ୍ରଭାବ ଖୁବ ଅଧିକ ଥାଏ ତେଣୁ ଭଲ ତ୍ୱଚା ପାଇଁ ଏକ ଉତ୍ତମ ସନସ୍କିନ ତଥା ଭଲ ଏସପିଏଫ ଯୁକ୍ତ କ୍ରିମ ବ୍ୟବହାର କରିପାରିବେ ।


Share It

Comments are closed.