ବର୍ଷା ଦିନେ କିପରି ନେବେ ଆଖିର ସଠିକ ଯତ୍ନ, ଆସନ୍ତୁ ଜାଣିବା


ବର୍ଷା ଦିନେ ବର୍ଷା ପାଣି, ଜଳିୟବାଷ୍ପ ଏବଂ ରୋଗ ଜୀବାଣୁ ସଂକ୍ରମଣ ଆଶଙ୍କା ରହିଥାଏ । ବର୍ଷା ଦିନେ ପ୍ରାୟତଃ ଆଖି ଶୁଖିଯାଏ ଏବଂ ବର୍ଷା ପାଣି ପଡି ଆଖି କୁଣ୍ଡାଇ ହୁଏ । ସଫା ପାଣିରେ ଧୋଇବା ପରେ ମଧ୍ୟ ଆଖିକୁ କୁଣ୍ଡାଇବା ପାଇଁ ବାରମ୍ବାର ହାତ ଯାଇଥାଏ ଏବଂ ଆଖି ଲାଲ ହୋଇ ପାଣି ଗଡିଥାଏ । ତେଣୁ ବର୍ଷାଦିନେ ଆଖିର ସ୍ୱତନ୍ତ୍ର ଯତ୍ନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା କିପରି ନେବା ଆଖିର ଯତ୍ନ ।

୧. ନିଜ କପଡା କାହା ସହିତ ସେୟାର କରନ୍ତୁ ନାହିଁ – ନିଜର ବ୍ୟକ୍ତିଗତ ଟାୱେଲ ତଥା ବସ୍ତ୍ର, ନାପକିନ ଇତ୍ୟାଦି କାହା ସହିତ ସେୟାର କରନ୍ତୁ ନାହିଁ । ମଇଳା, ଅପରିଷ୍କାର ହାତରେ ଆଖିରେ ହାତ ମାରନ୍ତୁ ନାହିଁ । ଆଖି କୁଣ୍ଡାଇ ହେଉଥିଲେ ସଫା ପାଣିରେ ଧୁଅନ୍ତୁ ଏବଂ ସଫା କପଡାରେ ପୋଛନ୍ତୁ ।
୨. ସଠିକ ସ୍ୱଚ୍ଛତା – ଆପଣ ବର୍ଷାରେ ଭିଜିବା ପରେ ଆଖିକୁ ସଠିକ ଭାବେ ସଫା ପାଣିରେ ଧୁଅନ୍ତୁ ଏବଂ ସଫା କପଡାରେ ଧିରେ ଧିରେ ପୋଛନ୍ତୁ । ଦିନକୁ ପ୍ରତିଦିନ ୫ରୁ ୬ଥର ଧୁଅନ୍ତୁ ଏବଂ ପୋଛନ୍ତୁ ଏହା ଦ୍ୱାରା ଆଖିରେ ହେଉଥିବା ସଂକ୍ରମଣରୁ ରକ୍ଷା ମିଳିପାରିବ ।
୩. ଆଖିକୁ ଆଙ୍ଗୁଠିରେ ଦଳନ୍ତୁ ନାହିଁ – ଆଖି କୁଣ୍ଡାଇ ହେଉଥିଲେ ଆଖିକୁ ଆଙ୍ଗୁଠିରେ ଦଳନ୍ତୁ ନାହିଁ । ଦଳିବା ଦ୍ୱାରା ତାହା ବେଶି କୁଣ୍ଡାଇ ହେଇ ଲାଲ ପଡିଯାଏ । ଯଦି ଘରୋଇ ଉପଚାର କରିଲା ପରେ ଆଖି ଭଲ ଲାଗିନଥାଏ ତେବେ ତେବେ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କୁ ପରମର୍ଶ କରନ୍ତୁ ।
୪. ଲେନ୍ସ ପିନ୍ଧିବା ପୂର୍ବରୁ ଆଖିକୁ ଧୁଅନ୍ତୁ – ଆଖି ଲାଲ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଖିରେ ଡ୍ରପ ପକାଇ ଲେନ୍ସ ପିନ୍ଧନ୍ତୁ । ଆପଣ ଲେନ୍ସ ବ୍ୟବହାର କରୁଥିଲେ ବର୍ଷାଦିନେ ବାହାରେ ଜଳିୟବାଷ୍ପ ଅଧିକ ପରିମାଣରେ ଥାଏ ତେଣୁ ଏହା ଆଖି ଉପରେ ଅଧିକ ପ୍ରଭାବ ପକାଇଥାଏ ତେଣୁ ବାହାରକୁ ବାହାରିବା ସମୟରେ ସନ ଗ୍ଲାସ ବ୍ୟବହାର କରନ୍ତୁ । ଲେନ୍ସ ବ୍ୟବହାର କରିବା ପୂର୍ବରୁ ଏବଂ ପରେ ଭଲ ଭାବେ ଧୋଇଦିଅନ୍ତୁ ।
୫. ଆଖିର ସଠିକ ଯତ୍ନ ନିଅନ୍ତୁ – ବର୍ଷା ଦିନେ ଆଖିକୁ ଦିନକୁ ୫ରୁ ୬ ଥର ଭଲ ଭାବେ ଧୁଅନ୍ତୁ । ସଫା କପଡାରେ ପୋଛିବା ସହିତ ଆଖି କୁଣ୍ଡାଇ ହେଲେ ସଫା ଟାୱେଲରେ ଆଖିକୁ ଧିରେ ଧିରେ ଦବାଇ ସଫା କରନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡ୍ରପ ବ୍ୟବହାର କରନ୍ତୁ । ସଫାକପଡା ନଥିଲେ ନରମ ୟୁଜ ଆଣ୍ଡ ଥ୍ରୋ ନାପକିନ ବ୍ୟବହାର କରନ୍ତୁ ।


Share It

Comments are closed.