ଗର୍ଭାବସ୍ଥାରେ କିପରି ଶୋଇବେ, ଆସନ୍ତୁ ଜାଣିବା


ମାଁ ହେବା ଦୁନିଆର ସବୁଠାରୁ ବଡ ଅନୁଭୁତି । ଏହି ଅନୁଭୁତି ପାଇଁ ମାଁକୁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ଗର୍ଭବସ୍ଥା ସମୟରେ ଶରୀରରେ ଅନେକ ପରି୍ବର୍ତ୍ତନ ଆସିଥାଏ । ଏଥି ପାଇଁ ମହିଳା ମାନଙ୍କୁ ନିଜ ପାଇଁ ବେଶ ଧ୍ୟାନ ଦେବା ଜରୁରୀ । ପେଟର ଆକାର ବଢିବା ଯୋଗୁଁ ଚଲାବୁଲା କରିବା ତଥା ବସିବାରେ ଆସୁବିଧା ଉପୁଜୁଥାଏ । ଖାସ୍ କରି ଶୋଇବା ସମୟରେ ଗର୍ଭବତ୍ତୀଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିଥାଏ । ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଶୋଇବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ।
୧- ପେଟ ଉପରେ ଅଧିିକ ଭାର ଦିଅନ୍ତୁ ନାହିଁ – ଗର୍ଭାବସ୍ଥାରେ ମା’ ଶରୀର ଛୁଆର ଆଶ୍ରୟସ୍ଥଳୀ ହୋଇଥାଏ । ଏଥିପାଇଁ ଗର୍ଭାବସ୍ଥା ମହିଳାମାନଙ୍କୁ ଶୋଇବାର ଢଙ୍ଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଖାସ କରି ଶୋଇବା ସମୟରେ ଶରୀର ଅଧିକ ସମୟ ଯାଏଁ ଗୋଟିଏ ପୋଜିସନରେ ରହେ । ତେଣୁ ଗର୍ଭାବତୀ ମାନେ ଶୋଇବା ସମୟରେ ଧ୍ୟାନ ଦେବେ ଯେପରି ପେଟ ଉପରେ ଅଧିକ ଭାର ପଡିବ ନାହିଁ । କାରଣ ଏହା ଦ୍ୱାରା ପେଟରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ ।
୨- ଶୋଇବା ପୋଜିସନ ଉପରେ ପ୍ରତି ଧ୍ୟାନ ଦିଅନ୍ତୁ – ଗର୍ଭାବସ୍ଥାରେ ବାମ କଡକୁ ମୁହଁ କରି ଶୋଇବା ଭଲ । ବାମ ପଟକୁ ମୁହଁ କରି ଶୋଇବା ଦ୍ୱାରା ଉଭୟ ମା’ ଓ ଶିଶୁର ଶରୀରରେ ଠିକ ଭାବେ ରକ୍ତ ପ୍ରଭାବିତ ହୋଇଥାଏ । ଛୁଆକୁ ମଧ୍ୟ ଠିକ ପରିମାଣରେ ଅମ୍ଳଜାନ ମିଳିଥାଏ । ଏହା ଦ୍ୱାରା ଶିଶୁ ଉପରେ ଖରାପ ପ୍ରଭାବ ପଡିନଥାଏ ।
୩- ଶୋଇବାର ଠିକ୍ ପୂର୍ବରୁ ପାଣି ପିଅନ୍ତୁ ନାହିଁ –  ଶୋଇବାର ଠିକ୍ ପୂର୍ବରୁ ପାଣି ପିଅନ୍ତୁ ନାହିଁ । ଶୋଇବା ପୂର୍ବରୁ ପାଣି ପିଇଲେ ରାତିରେ ଉଠି ବାଥରୁମ ଯିବାର ପଡିପାରେ । ଏଥିପାଇଁ ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ ।
୪- ଅଧିକ ଷ୍ଟ୍ରେସ୍ ନିଅନ୍ତୁ ନାହିଁ –  ଗର୍ଭାବସ୍ଥାରେ ଚିନ୍ତା ଆପଣଙ୍କର ନିଜର ବଡ ଶତ୍ରୁ ହୋଇଥାଏ । କିନ୍ତୁ ଏହା ଆପଣଙ୍କର ହେବାକୁ ଥିବା ଶିଶୁ ପାଇଁ ଭଲ ନୁହେଁ । ଭଲ ନିଦ ପାଇଁ ମନ ପସନ୍ଧର ଗିତ ଶୁଣନ୍ତୁ । ଭଲ ବହି ପଢିପାରିବ ଏବଂ କମେଡି ସିନେମା ମଧ୍ୟ ଦେଖିପାରିବେ ।
୫- ଆରମ ଦାୟକ ପୋଷାକ ପଢନ୍ତୁ – ଗର୍ଭାବସ୍ଥାରେ ଢିଲା ସୂତାବସ୍ତ୍ର ପିନ୍ଧନ୍ତୁ । ଅଧିକ ଟାଇଟ ପୋଷାକ ପିନ୍ଧିଲେ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥାଏ ।
୬- ଶୋଇବା କକ୍ଷର ତାପମାତ୍ରା ଠିକ୍ ରହିବା ଆବଶ୍ୟକ– ଗର୍ଭାବତୀଙ୍କ ଶୋଇବା କକ୍ଷ ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ହୋଇନଥିବା ଆବଶ୍ୟକ । ରୁମ ସର୍ବଦା ସଠିକ ତାପମାତ୍ରା ରହିଲେ ଭଲ ନିଦ ହୋଇଥାଏ ।

Share It

Comments are closed.