ଘରେ ଝିଟିପିଟିଙ୍କ ପାଦୁର୍ଭାବକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ


ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ ଆପଣ ବ୍ୟସ୍ତ ହୋଇ ପଡନ୍ତି । ଝିଟିପିଟିକୁ ଘରୁ ବାହାର କରିବା ପାଇଁ ଆପଣ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ତେବେ ଘରୁ ଝିଟିପିଟି ବାହାର କରିବାର ସହଜ ଉପାୟ ସଂପର୍କରେ ଆସନ୍ତୁ ଜାଣିବା ।
୧. ଘରୁ ଝିଟିପିଟି ବାହାର କରିବାର ସବୁଠାରୁ ସହଜ ଉପାୟ ହେଉଛି ଅଣ୍ଡା ଖୋଳ । ଅଣ୍ଡା ଖାଇବା ପରେ ଖୋଳକୁ ନ ଫୋପାଡି ଯେଉଁ ସ୍ଥାନରେ ଝିଟିପିଟି ଅଛନ୍ତି, ସେଠାରେ ରଖି ଦିଅନ୍ତୁ । ଦିଖିବେ ଅଣ୍ଡା ଗନ୍ଧରେ ଝିଟିପିଟି ଘରୁ ବାହାରକୁ ଚାଲିଯିବେ ।
୨. ରସୁଣର କିଛି କୋଲାକୁ ନେଇ ଝରକା ଓ କବାଟରେ ସୂତାରେ ବାନ୍ଧି ଟାଙ୍ଗି ଦିଅନ୍ତୁ । ଏପରି କଲେ ଝିଟିପିଟି ଘରକୁ ଆସିବେ ନାହିଁ ।
୩. ଶୀତଦିନେ ଝିଟିପିଟି କମ୍ ଦେଖିବାକୁ ମିଳିଥାନ୍ତି । ଯେବେ ବି ଝିଟିପିଟି ଦେଖୁଛନ୍ତି ତା’ଉପରେ ଆପଣ ଥଣ୍ଡା ପାଣି ପକାଇ ଦେଲେ ସେ ଆପେ ଆପେ ଘରୁ ବାହାରିଯିବ ।
୪. ଘରୁ ଛୋଟ ଛୋଟ ପୋକକୁ ବାହାର କରିବା ପାଇଁ ଗନ୍ଧ କର୍ପୂରର ବ୍ୟବାହର କରାଯାଇଥାଏ । ତେଣୁ ଘରର କୋଣରେ ଗନ୍ଧ କର୍ପୂର ରଖନ୍ତୁ, ଦେଖିବେ ଝିଟିପିଟି ହେବ ନାହିଁ ।
୫. କଫି ପାଉଡର ଓ ପାନରେ ପଡୁଥିବା ଖଇର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ମିଶ୍ରଣ ଛୋଟଛୋଟ ଗୋଳା କରି ଝିଟିଝିଟି ହେଉଥିବା ସ୍ଥାନରେ ରଖିଦେଲେ ସେହି ଖଇର ଏବଂ କଫି ଗନ୍ଧରେ ଝିଟିପିଟି ଘରୁ ବାହାରି ଯିବେ ।


Share It

Comments are closed.