ଅଂଶୁଘାତରୁ କିପରି ରକ୍ଷା ପାଇବେ


ଦିନକୁ ଦିନକୁ ଗ୍ରାଷ୍ମର ପ୍ରାଦୁରଭାବ ପ୍ରଚୁର ମାତ୍ରାରେ ବଢିବାରେ ଲାଗିଛି, ଯାହା ଫଳରେ ଅଂଶୁଘାତ ହେବାର ଅନେକାଂଶରେ ସମ୍ଭାବନା ରହିଥାଏ, ତେବେ ଏହି ରୌଦ୍ରତାପରୁ ରକ୍ଷାପାଇବା ପାଇଁ ଆସନ୍ତୁ କିଛି ଘରୋଇ ଉପଚାର ସମ୍ବନ୍ଧରେ ଜାଣିବା

ଗ୍ରୀଷ୍ମକାଳରେ ରୌଦ୍ରତାପ ଓ ଲୁ ଯୋଗୁଁ ବହୁ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି । ଏଥିରୁ ରକ୍ଷା ପାଇବା ଲାଗି କେତୋଟି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ପଖାଳ, ଦହି, କାକୁଡି, ଇତ୍ୟାଦି ଯଥେଷ୍ଟ ପରିମାଣରେ ଖାଆନ୍ତୁ । ଯେଥେଷ୍ଟ ପାଣି ପିଅନ୍ତୁ । ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧନ୍ତୁ । ବାହାରକୁ ଯିବା ବେଳେ ସାଙ୍ଗରେ ପାଣି ବୋତଲ ଓଦା ଗାମୁଛା ମୁଣ୍ଡରେ ପକାଇବା ସହ କଳାଚଷମା ଆଦି ବ୍ୟବହାର କରନ୍ତୁ । ଖରାକୁ ଗଲାବେଳେ ଆଖୁ ରସ, ଦହି ସର୍ବତ ପିଅନ୍ତୁ । ଦେସ ଅସୁସ୍ଥ ଲାଗିଲେ ମୁଣ୍ଡରେ ଥଣ୍ଡା ପାଣି ମୁଣ୍ଡରେ ଢାଲନ୍ତୁ । ହଠାତ ବରଫ ବ୍ୟବହାର କରନ୍ତୁ ନାହିଁ । ଥଣ୍ଡା ପବନ ଓ ଫ୍ୟାନ ତଳେ ବିଶ୍ରାମ ନିଅନ୍ତୁ । ନିହାତି ଜରୁରୀ କାମ ନଥିଲେ ବାସାରକୁ ଯାଆନ୍ତୁ ନାହିଁ । ଖରାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଟୋପି, ଛତା ବ୍ୟବହାର କରନ୍ତୁ ଏବଂ ସନଓ କ୍ରିମ ଲଗାନ୍ତୁ । ଅଂଶୁଘାତ ହୋଇଥିବା ଅନୁଭବ କଲେ ରୋଗୀଙ୍କ ଦେହରେ ତୁରନ୍ତ ଥଣ୍ଡାପାଣି ଢାଳି ଦିଅନ୍ତୁ ଓ ପିଆନ୍ତୁ ଯଥା ଶୀଘ୍ର ଡାକ୍ତରଙ୍କ ପାଖକପ ପରାର୍ମଶ ପାଇଁ ନିଅନ୍ତ


Share It

Comments are closed.