ଫୋନ ସ୍ଲୋ କିମ୍ବା ହ୍ୟାଙ୍ଗ ହେଉଛି କି, ଜାଣନ୍ତୁ କିପରି ଠିକ୍ କରିବେ


ସମୟର ପରିବର୍ତ୍ତନ ଅନୁଯାୟୀ ବର୍ତ୍ତମାନର ଯୁବ ପୀଢି ଆଧୁନିକ ଜ୍ଞାନକୌଶଳକୁ ଧିରେ ଧିରେ ଆପଣାଇବାରେ ଲାଗିଲେଣି । ସ୍ମାର୍ଟଫୋନର ନିଶା ବର୍ତ୍ତମାନ ସମସ୍ତଙ୍କୁ ଘାରିଛି । ଆଜିର ଯୁବ ପୀଢି ସ୍ମାର୍ଟଫୋନ ବିନା ଗୋଟେ ଦିନ ବି ବଞ୍ଚିବା ଅସମ୍ଭବ ହୋଇଗଲାଣି । ତେବେ ଯେକୌଣସି ସ୍ମାର୍ଟଫୋନ ହଉ ନା କାହିଁକି କିଛି ଦିନ ବ୍ୟବହାର କଲା ପରେ ଏହା ସ୍ଲୋ ହେବା ସହ ହ୍ୟାଙ୍ଗ ହେବା ସୁନିଶ୍ଚିତ । ସ୍ମାର୍ଟଫୋନ ହ୍ୟାଙ୍ଗ କିମ୍ବା ସ୍ଲୋ ହେଲେ ଆପଣ ଯେପରି ବ୍ୟସ୍ତ ବିବ୍ରତ ହୋଇ ଏହାକୁ ସଜାଡିବା ପାଇଁ ରିପ୍ୟାରିଙ୍ଗ ସେଣ୍ଟର କିିମ୍ବା ସର୍ଭିସଂ ସେଣ୍ଟର ମାନଙ୍କରେ ଦେଇଥାନ୍ତି ତାହାର କୌଣସି ଆବଶ୍ୟକତା ନଥାଏ କାରଣ ଆପଣେ ନିଜେ ଏହାର ସମାଧାନ କରିପାରିବେ । ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବା ଘରେ ବସି କିପରି ନିଜେ ଏହାର ସମାଧାନ କରିପାରିବେ ।

୧- କ୍ୟାଚଡ ଡାଟା କ୍ଲିୟର କରିବେ
ଯଦି ଆପଣଙ୍କ ସ୍ମାର୍ଟଫୋନ ସ୍ଲୋ କିମ୍ବା ହ୍ୟାଙ୍ଗ ହେଉଛି, ତେବେ ଆପଣ ଫୋନର ସେଟିଙ୍ଗ ଯିବେ ତା’ପରେ ଷ୍ଟୋରେଜକୁ ଯାଇ କ୍ୟାଚଡ ଡାଟା କ୍ଲିୟର ଉପରେ କ୍ଲିକ କରିବା ପରେ ଆପଣଙ୍କ ସମସ୍ତ ଅନାବଶ୍ୟକ ତଥ୍ୟ ଫୋନରୁ ଡିଲିଟ ହୋଇଯାଇଥାଏ ।
୨- ଇଣ୍ଟାରନାଲ ମେମୋରିରୁ ଆପ୍ସକୁ ବାହାର କରିଦିଅନ୍ତୁ

ସବୁବେଳେ ଧ୍ୟାନ ଦେଉଥିବା ଯେପରି ଇଣ୍ଟାରନାଲ ମେମୋରିରେ ଅଧିକ ଆପ ନରହୁଥିବ । ଅଧିକ ଆପ ରହିବା ଦ୍ୱାରା ଫୋନର ପ୍ରୋସେସିଙ୍ଗ ସ୍ଲୋ ହୋଇଯାଇଥାଏ । ଏମିତି ବି କେତେକ ଆଣ୍ଡ୍ରଏଡ ଆପ୍ଲିକେସନ ଅଛି, ଯାହାକି ଏସଡି ମେମୋରି କାର୍ଡ ଏବଂ ୟୁଏସବି ଷ୍ଟୋରେଜକୁ ଟ୍ରାନ୍ସଫର ହୋଇପାରିନଥାଏ । ଏହାକୁ କୌଣସି ଆପ୍ସ ସହ ଏକା ସାଙ୍ଗରେ ଟ୍ରାନ୍ସଫର କରିପାରିବେ

୩- ଅଧିକ ବ୍ୟବହାର କରୁନଥିବା ଆପ୍ସକୁ ଅନଇଂଷ୍ଟଲ କରିଦିଅନ୍ତୁ
କାମରେ ଆସୁନଥିବା କିମ୍ବା ଅଧିକ ବ୍ୟବହାର କରୁନଥିବା ଆପ୍ସକୁ ନିଜ ଫୋନରୁ ଅନଇଂଷ୍ଟଲ କରିଦିଅନ୍ତୁ । କାରଣ ଏହାକୁ ଅନଇଂଷ୍ଟଲ କରିଦେଲେ ଫୋନର ଷ୍ଟୋରେଜ ବଢି ଯାଇଥାଏ ।

୪- ଫୋନ ଗ୍ୟାଲେରିକୁ ଠିକରେ ମ୍ୟାନେଜ କରନ୍ତୁ
ଆପଣ ସବୁବେଳେ ନଜର କରୁଥିବେ, ଏସଡି କାର୍ଡ ବଦଳରେ ଫୋନ ଗ୍ୟାଲେରିରେ ଯଦି ଅଧିକ ଫଟୋ କିମ୍ବା ଭିଡିଓ ରହିବା ଦ୍ୱାରା ଆପଣଙ୍କ ଫୋନ ସ୍ଲୋ ହୋଇଯାଇଥାଏ । ଯଦି ଆପଣଙ୍କ ଏସଡି କାର୍ଡ ବି ଫୁଲ ଅଛି ତେବେ ଏହି ଫଟୋ ଏବଂ ଭିଡିଓ ସବୁକୁ ଦ କ୍ଲାଉଡ ଏବଂ ଗୁଗୁଲ ଫଟୋରେ ସେଭ କରି ରଖିପାରିବେ ।

୫- ଫ୍ୟାକ୍ଟ୍ରି ରେସେଟ
ଯଦି ସବୁ ଉପାୟ କଲା ପରେ ବି ଆପଣଙ୍କ ଫୋନରେ ସ୍ଲୋ ଏବଂ ହ୍ୟାଙ୍ଗ ହେବାର ସମସ୍ୟା ଦେଖାଦେଉଛି । ତାହା ହେଲେ ଫ୍ୟାକ୍ଟ୍ରି ରିସେଟ କରିଦିଅନ୍ତୁ । ଆପଣ ହୁଏତ ଜାଣିନଥିବେ ଯେ, ଆଣଙ୍କ ଫୋନରେ ଫ୍ୟାକ୍ଟ୍ରି ରିସେଟ ବିକଳ୍ପ ରହିଛି ବୋଲି । ଏହା ସ୍ମାର୍ଟଫୋରେ ମେମୋରି ବଢାଇବା ସହ ଶେଷ ରାସ୍ତା । ଆଜ୍ଞା ହିଁ ସ୍ମାର୍ଟଫୋନରେ ଫ୍ୟାକ୍ଟ୍ରି ରିସେଟ କରିବା ପୂର୍ବରୁ ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବ୍ୟାକ ଅପ ନେଇଯିବେ କାରଣ ଏହା କରିବା ଦ୍ୱାରା ଫୋନରେ ଥିବା ସମସ୍ତ ତଥ୍ୟା ଡିଲିଟ ହୋଇଯାଇଥାଏ ।


Share It

Comments are closed.