ବ୍ରଣ ସମସ୍ୟାରୁ କିପରି ପାଇବେ ମୁକ୍ତି, ଜାଣନ୍ତୁ କିଛି ଘରୋଇ ଉପାୟ


ବ୍ରଣ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଥାଏ । ତ୍ୱଚାରେ ବ୍ରଣ ହେବା ପରେ ଧିରେ ଧିରେ ବଡ ହୋଇଥାଏ, ଯାହା ଫଳରେ ଏହି ଦାଗ ବା ଚିହ୍ନ ଯିବା ପାଇଁ ପ୍ରାୟ ବହୁତ ଦିନ ଲାଗିଥାଏ । ବ୍ରଣ ଆପଣଙ୍କ ତ୍ୱଚାକୁ ଅସୁନ୍ଦର କରିବା ସହିତ ଏହାର ଦାର ମୁଖର ସୌନ୍ଦର୍ଯ୍ୟ କ୍ଷୟ କରିଥାଏ । ଏହାର ଶୀଘ୍ରରୁ ଶୀଘ୍ର ଦମନ ପାଇଁ ଆପଣ କିଛି ଘରୋଇ ଉପାୟ ଆପଣାଇ ପାରିବେ । ଆସନ୍ତୁ ଜାଣିବା କିଛି ଘରୋଇ ଉପକରଣ ଏବଂ ଏହାର ବ୍ୟବହାର ସମ୍ପର୍କରେ ।

୧. ବରଫ –

ବ୍ରଣରେ ଆରମ୍ଭ ହେବା ମାତ୍ରେ ଏହା ଦରଜ ହେବା ସହିତ ଲାଲ ପଡିଥାଏ ତେଣୁ ବ୍ରଣର ପ୍ରାରମ୍ଭ ମାତ୍ରେ ହିଁ ଆପଣ ଏଥିରେ ବରଫ ଲଗାନ୍ତୁ । ଏହାଦ୍ୱାରା ଏହାର ଲାଲ ହେବା କମ ହେବା ସହିତ ବ୍ରଣର ଆକାରକୁ କମ କରିଥାଏ । ଏହା ବ୍ରଣର ଦରଜ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ । ଆପଣ ୨ରୁ ୪ଖଣ୍ଡ ବରଫ ଖଣ୍ଡକୁ ଏକ କଟନ କପଡାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ଧିରେ ଧିରେ ଘଷନ୍ତୁ ଏବଂ ୨ରୁ ୩ମିନିଟ ରଖି ଛାଡିଦିଅନ୍ତୁ ।

୨. ଟୁଥପେଷ୍ଟ –

ଆପଣ ବ୍ରଣ ହୋଇଥିବା ସ୍ଥାନରେ ଟୁଥପେଷ୍ଟ ମଧ୍ୟ ଲଗାଇପାରିବେ । କିନ୍ତୁ ଅନ୍ୟ ରଙ୍ଗର ଟୁଥପେଷ୍ଟ ଅପେକ୍ଷା କେବଳ ଧଳା ରଙ୍ଗର ଟୁଥପେଷ୍ଟ ବ୍ୟବହାର କରନ୍ତୁ । ଏହା ଦ୍ୱାରା ବ୍ରଣର ଆକାର ବୃଦ୍ଧି ପାଇଥାଏ ଏବଂ ଏହା ଜଲଦି ଫାଟିଯାଇଥାଏ । ଆପଣ ବ୍ରଣର ମୁହଁରେ କିଠି ଟୁଥପେଷ୍ଟ ଲଗାଇ ରାତିସାରା ରଖିଦିଅନ୍ତୁ ଏବଂ ତା ପର ଦିନ ନିଜର ନିୟମିତ ରୁଟିନ ଆରମ୍ଭ କରନ୍ତୁ । ଏହାପରେ ଆପଣଙ୍କ ବ୍ରଣର ମୁହଁ ବାହାରି ଯିବା ସହିତ ଏହାର ଦାଗ ରହିବାର ସମସ୍ୟା ମଧ୍ୟ ରହିବ ନାହିଁ ।

୩. ଲେମ୍ବୁ ରସ –

ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ ମୁହଁରେ ତେଲ ଅଂଶ କମ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମଧ୍ୟ ଆଣ୍ଟିସେପ୍ଟିକ ଗୁଣ ରହିଛି ଯାହା ବ୍ରଣର ଲାଲ ଅଂଶ ଏବଂ ଦରଜ କମାଇବାରେ ସାହାଯ୍ୟ କରିଥାଏ । ତେଣୁ ଆପଣ ଏକ କଟନ ପ୍ୟାଡ କିମ୍ବା ତୁଳା ସାହାଯ୍ୟରେ କିଛି ଲେମ୍ବୁ ରସକୁ ବ୍ରଣରେ ଲଗାନ୍ତୁ ଏବଂ ରାତିଭରି ରଖିଦିଅନ୍ତୁ ଏହା ଦ୍ୱାରା ବ୍ରଣର ଦାଗ ଏବଂ ଦରଜ ସମସ୍ୟାରୁ ମୁକ୍ତି ମିଳିପାରିବ ।

୪. ମହୁ –

ଏହାର ପ୍ରାକୃତିକ ଆଣ୍ଟିସେପ୍ଟିକ ବ୍ରଣରେ ଥିବା ଅତିରିକ୍ତ ପାଣିକୁ ଶୋଷି ନେଇଥାଏ । ଆପଣ ମହୁରୁ କିଛି ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ରାତିଭରି ଶୋଇ ପଡନ୍ତୁ । ସକାଳୁ ଆପଣଙ୍କ ବ୍ରଣରେ ପରିବର୍ତ୍ତନ ଆସିବା ସହିତ ବ୍ରଣର ପ୍ରଭାବ ମଧ୍ୟ କମ ହେବାର ପରିଲକ୍ଷିତ ହେବ । ଆପଣ ମହୁ ସହିତ ଲେମ୍ବୁ ରସ କିମ୍ବା ଚନ୍ଦନ ମଧ୍ୟ ମିଶାଇ ଲଗାଇପାରିବେ ।

୫. ଚନ୍ଦନ –

ଚନ୍ଦନ ବ୍ରଣ ପାଇଁ ଏକ ପ୍ରକାରର ରାମବାଣ ପରି କାମ କରିବ । ଆପଣଙ୍କ ମୁହଁରେ ଅତ୍ୟଧିକ ତେଲକୁ ଚନ୍ଦନ ଶୋଷି ନେବା ସହିତ ବ୍ରଣର ଦାଗ ଏବଂ ମୁହଁକୁ ଫଟାଇବାରେ ସାହାଯ୍ୟ କରିବ । ଏହା ଦ୍ୱାରା ଆପଣ ବ୍ରଣ ଯୋଗୁଁ ହେଉଥିବା ଦରଜ ଏବଂ ଛିଦ୍ର ସମସ୍ୟାରୁ ମୁକ୍ତି ପାଇବେ । ଆପଣ ଚନ୍ଦନ ସହିତ କିଛି ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ ଏବଂ ୧୦ରୁ ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ଏହା ପରେ ଆପଣ ମୁହଁରେ ଭିନ୍ନ ପ୍ରକାରର ପ୍ରଭାବ ଦେଖିବା ସହିତ ବ୍ରଣ ସମସ୍ୟାରୁ ମୁକ୍ତି ପାଇବେ ।


Share It

Comments are closed.