ମହାପ୍ରଭୁଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ସବୁ ଜିନିଷ


ଜୁଲାଇ ୨୫ରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମାସରେ ତାଙ୍କୁ ନିଷ୍ଠା, ଭକ୍ତି ଭାବ ସହକାରେ ପୂଜାର୍ଚ୍ଚନା କରାଯାଏ। ମନ୍ଦିର ଏବଂ ଘରେ ରୁଦ୍ରାଭିଷେକ କରାଯାଏ। ବହୁ ଲୋକ ପ୍ରତିଦିନ ମନ୍ଦିର ଯାଇ ଶିବଲିଙ୍ଗରେ ଜଳ, ପଞ୍ଚାମୃତ ଓ ବେଲପତ୍ର ଚଢାନ୍ତି। ତେବେ ଶ୍ରବଣ ମାସ ପୂର୍ବରୁ ଜାଣନ୍ତୁ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବାର ଉପାୟ।

ମହାଦେବଙ୍କ ପ୍ରିୟ ଜିନିଷ-

କ୍ଷୀର- ଭଗବାନ ଶିବଙ୍କ ନିକଟରେ କ୍ଷୀର ଚଢାଯାଏ। କାରଣ ସମୁଦ୍ର ମନ୍ଥନ ବେଳେ ନିର୍ଗତ ହୋଇଥିବା ବିଷ ଭଗବାନ ଶିବ ପାନ କରିଥିଲେ ଓ ତାଙ୍କର ଶରୀରରେ ଜ୍ଵାଳା ବଢିଯାଇଥିଲା। ଫଳରେ ଦେବାଦେବୀମାନେ ତାଙ୍କର ଜ୍ଵାଳା ଉପଶମ ପାଇଁ କ୍ଷୀର ପାନ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ଭଗବାନ ଶିବଙ୍କ ନିକଟରେ କ୍ଷୀର ଅଭିଷେକ କରାଯାଏ।

ବେଲପତ୍ର- ଭଗବାନ ଶିବଙ୍କ ଅଭିଷେକ ସମୟରେ ବେଲପତ୍ର ଚଢାଯାଏ। ଏହା ସହ ଶିବଙ୍କ ନିକଟରେ ଦୁର୍ଦୁରା, ଚନ୍ଦନ, କେଶର, ଦହି, ଚିନି, ଭାଙ୍ଗ, ଘିଅ, ମହୁ, ଗଙ୍ଗାଜଳ, ଆଖୁ ରସ ଚଢାଯାଏ। ଏହି ସବୁ ଜିନିଷ ଶିବଙ୍କର ଖୁବ୍ ପସନ୍ଦ ହୋଇଥାଏ।

କନିଅର ଫୁଲ- ଶିବଙ୍କୁ କନିଅର ଫୁଲ ଖୁବ୍ ପସନ୍ଦ। ମାସ ସାରା ଏହି ଫୁଲ ଶିବଙ୍କ ନିକଟରେ ଚଢାଯାଏ। ଏହା ସହ ଗୟସ ଫୁଲ ମଧ୍ୟ ଶିବଙ୍କ ନିକଟରେ ଚଢାଯାଏ।

ଶିବଙ୍କୁ ପ୍ରିୟ ଏହି ସବୁ ଜିନିଷ- ଶିବଙ୍କ ଲିଙ୍ଗରେ ଅଭିଷେକ ସମୟରେ ବେଲ ପତ୍ର, କେତକୀ ଫୁଲ ଓ କିଆ ଫୁଲ ଚଢାଯାଏ। ତେବେ ଧ୍ୟାନ ଦିଅନ୍ତୁ ଶିବଙ୍କ ପୂଜା ସମୟରେ ଶଙ୍ଖ ବଜାଯାଏ ନାହିଁ। ଶିବଙ୍କୁ କେବଳ ଚନ୍ଦନ ଲଗାଯାଏ। ସିନ୍ଦୂର ଲଗାଯାଏ ନାହିଁ। ଶିବଙ୍କ ନିକଟରେ ନଡ଼ିଆ ପାଣି ମଧ୍ୟ ଅଭିଷେକ କରାଯାଏ ନାହିଁ।


Share It

Comments are closed.