ଓଠର କଳାପଣ କରନ୍ତୁ ଦୂର ଆପଣାନ୍ତୁ କିଛି ଘରୋଇ ଉତ୍ପାଦ
ସ୍କିନ କେୟାର କରିବା ସମୟରେ ସମସ୍ତେ ଓଠକୁ ଧ୍ୟାନ ଦିଅନ୍ତି ନାହିଁ । ମୁହଁର ଯତ୍ନ ନେବା ସମୟରେ ମଧ୍ୟ ଓଠକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଓଠର କଳାପଣ ଏବଂ ଟ୍ୟାନିଂ ବେଶି ଦିନ ରହିଲେ ଏହା ଛାଡିବାର ସମସ୍ୟା ଦେଖାଯାଇଥାଏ । ତେଣୁ ଆପଣ ଆପଣଙ୍କ ଘରେ ଉପଲବ୍ଧ ହେଉଥିବା ଉତ୍ପାଦ ବ୍ୟବହାର କରି ଓଠର କଳାପଣ ଏବଂ ଦାଗ ଦୂର କରିପାରିବେ । ଆସନ୍ତୁ ଜାଣିବା କିପରି ନେବେ ଓଠର ଯତ୍ନ –
୧. ଓଠର କଳାପଣକୁ ଦୂର କରିବା ପାଇଁ ଆପଣ ଓଠକୁ ବ୍ରଶ କରିବା ସମୟରେ ବ୍ରଶ ସାହାଯ୍ୟରେ ଘଷନ୍ତୁ । ଏହା ଦ୍ୱାରା ଓଠ ଉପରେ ରହିଥିବା ଡାର୍କ ସ୍କିନ ବାହାରି ଯାଇଥାଏ ଏବଂ ଓଠରେ ରକ୍ତ ପ୍ରବାହ ସକ୍ରିୟ ହୋଇଥାଏ ଏବଂ ଓଠର ପ୍ରାକୃତିକ ଲାଲ ରଙ୍ଗ ଫେରିଆସିଥାଏ ।
୨. ଚିନି, ମହୁ, ନଡିଆ ତେଲକୁ ମିଶ୍ରଣ କରି ଏକ ସ୍କ୍ରବର ପ୍ରସ୍ତୁତ କରି ଲଗାଇପାରିବେ । ଓଠର କଳାପଣ ଦୂର କରିବା ପାଇଁ ଏହାକୁ ଭଲଭାବେ ଓଠରେ ଘଷନ୍ତୁ ଏବଂ ପରେ ୩୦ମିନିଟ ରଖି ଉଷୁମ ଜଳରେ ଧୋଇଦିଅନ୍ତୁ ।
୩. ଓଠକୁ ମଶ୍ଚରାଇଜ କରିବା ଭୁଲନ୍ତୁ ନାହିଁ । ଓଠରେ ଆପଣ ଅରଗାନିକ ନଡିଆ ତେଲ, ଘିଅ ଇତ୍ୟାଦି ଲଗାଇପାରିବେ ।
୪. ଆପଣଙ୍କ ଓଠର ରଙ୍ଗକୁ ନିୟନ୍ତ୍ରଣ ରଖିବା ପାଇଁ ଆପଣ ବିଟ ରୁଟର ରସ ଲଗାଇପାରିବେ ।
୫. ଓଠରୁ ଟ୍ୟାନିଂ ଏବଂ କଳାପଣ ଦୂର କରିବା ପାଇଁ ରାତିରେ ଆପଣ ଲିପଷ୍ଟିକକୁ ଭଲ ଭାବେ ଛଡାଇ ମଶ୍ଚରାଇଜ କରନ୍ତୁ ।
୬. ଆପଣ ବିଭିନ୍ନ ପ୍ରାକୃତିକ ଉତ୍ପାଦ ତଥା ଡାଳିମ୍ବ ରସ, ଖିର ଏବଂ ହଳଦିର ଲେପ, ଗୋଲାପ ପାଖୁଡାର ରସ ଇତ୍ୟାଦି ଆପଣ ଲଗାଇପାରିବେ ।
୭. ଆପଣ ଆଲୋକହଲ ଏବଂ ଧୂମ୍ରପାନ କରୁଥିଲେ ଏହାକୁ ନିଶ୍ଚିନ୍ତଭାବେ ବାରଣ କରନ୍ତୁ ।
୮. ଆପଣ ମଧ୍ୟ ନିଜର ଶରୀରକୁ ହାଇଡ୍ରେଟ ରଖିବା ଦ୍ୱାରା ମଧ୍ୟ ଓଠ ସୁସ୍ଥ ରହିଥାଏ ଏବଂ କଳାଦାଗ ଏବଂ ଟ୍ୟାନିଂ ଦୂର ହୋଇଥାଏ । ବିଭିନ୍ନ ସତେଜ ଜଳ ଯୁକ୍ତ ଫଳ ତଥା ତରଭୁଜ, ଟମାଟର ଏବଂ କାକୁଡି ଯଥେଷ୍ଟ ପରିମାଣର ଖାଦ୍ୟ ଖାଆନ୍ତୁ ।
Comments are closed.