ଫ୍ୟାସେନବୁଲ ଦେଖାଯିବା ପାଇଁ କ’ଣ କରିବେ, ଆସନ୍ତୁ ଜାଣିବା


କେବଳ ଦାମୀ ପୋଷାକ କିମ୍ବା ଦାମୀ ସାଜସଜ୍ଜା ସାମଗ୍ରୀ ବ୍ୟବହାର କଲେ ହିଁ ବ୍ୟକ୍ତି ଫ୍ୟାସନେବୁଲ ଦେଖାଯାନ୍ତି ବୋଲି ଭାବୁଛନ୍ତି କି ? ତେବେ ଆପଣ ସମ୍ପୁର୍ଣ୍ଣ ଭୁଲ ଭାବୁଛନ୍ତି । ଖୁବ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ପାଇପାରିବେ ଫ୍ୟାସନେବୁଲ ଲୁକ । ମାତ୍ରା ଆପଣଙ୍କ ଲୁକ କେତେ ମାତ୍ରାରେ ଅନ୍ୟକୁ ଆକର୍ଷିତ କରିପାରେ, ତାହା ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଛି କେତେକ ଟିପ୍ସ, ଯାହାକୁ ଅନୁକରଣ କଲେ ଆପଣେ ଦେଖାଯିବେ ସ୍ୱତନ୍ତ୍ର ଏବଂ ଭିନ୍ନ
୧- ବେଳେ ବେଳେ ଗାଢ ଲିପଷ୍ଟିକ, କଜ୍ୱଳ ଏବଂ ମୋଟା ପ୍ରସାଏନ ସାମଗ୍ରୀ ଛାଉଣି ତଳେ ରହି ବି ସୌନ୍ଦର୍ଯ୍ୟ ଉପଭୋଗ କରି ହୁଏ ନାହିଁ । ଆପଣଙ୍କ ଓଠ ଆଖିର ଆକୃତି ଓ ଗଢାଣ ଉପରେ ନଜର ରଖି କେଉଁ ରଂଙ୍ଗର ଲିପଷ୍ଟିକ ଏବଂ କଜ୍ୱଳ ଲଗାଇବେ ତାହା ଆପଣଙ୍କ ଉପରେ ନିର୍ଭର କରେ । ସଜ ହେବା ସମୟରେ ଆଇନା ସାମ୍ନାରେ ବସି ନିଜକୁ ସମୀକ୍ଷା କରନ୍ତୁ , କେତେ ସହଜରେ ଆପଣଙ୍କୁ ସୌନ୍ଦର୍ଯ୍ୟ ମନଲୋଭା ହୋଇପାରୁଛି ।
୨- ପୁରୁଷ ମାନେ ମଧ୍ୟ ନିଜ ପୋଷାକରେ ରଙ୍ଗ ଏବଂ ଡିଜାଇନ ପ୍ରତିଧ୍ୟାନ ଦିଅନ୍ତୁ । କେତେକ ପୁରୁଷଙ୍କୁ ଚିତ୍ରବିଚିତ୍ର ପୋଷାକ ଭଳି ମାନୁଥିବା ବେଳେ ଆଉ କେତେକଙ୍କୁ ଫର୍ମାଲ ସାର୍ଟ ବହୁତ ଭଲ ମାନୁଥାଏ । ମନେ ରଖନ୍ତୁ ପ୍ରତ୍ୟେକ ପୋଷାକ ଫ୍ୟାୟନେବଲ ଲୁକ ଦେଇପାରେ । ସେ ପୋଷାକ କିନ୍ତୁ ଆପଣଙ୍କୁ ମାନିବା ଉଚିତ ।
୩- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୋତା । ନାରୀ ହୁଅନ୍ତୁ ଅବା ପୁରୁଷ ହୁଅନ୍ତୁ , ଜୋତା ଖରାପ ଥିଲେ ପୁରା ଲୁକ ଖରାପ ହୋଇଯାଏ । ଆବଶ୍ୟ ବେଶି ଲୋକ ଜୋତାରୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ମାତ୍ର ଏହା ଦ୍ୱାର ହିଁ ଜଣେ ସମ୍ପୂର୍ଣ୍ଣ ଫ୍ୟାସନେବୁ ଦେଖାଯାଇପାରିବ ।
୪- ଅନ୍ୟକୁ ଦେଖି ପୋଷାକ ପରିଧାନ କରନ୍ତୁ ନାହିଁ । ସମସ୍ତଙ୍କର ଶରୀର ଆକୃତି, ଚେହେରାର ଗଣ ଏବଂ ରଂଗ ଭିତ୍ତ ହୋଇଥିବା ହେତୁ ସମସ୍ତଙ୍କୁ ସବୁ ଧରଣ ପୋଷାକ ଭଲ ମାନେ ନାହିଁ । ନିଜକୁ ସୁହାଇଲା ପରି ପୋଷାକ ପିନ୍ଧନ୍ତୁ ଏବଂ ମନେ ରଖନ୍ତୁ ଆପଣଙ୍କୁ ସେହି ପୋଷାକ କିପରି ମାନୁଛି ସେ ନିର୍ଣ୍ଣୟ ଆପଣଙ୍କର ନୁହେଁ ଆଉ କାହାର ଦେବା ଉଚିତ ।
୫- ଅନେକ ଭାବନା ବହୁତ ଗୁଡାଏ ଗହଣା, ରଙ୍ଗ- ବେରଙ୍ଗୀ ପୋଷାକ ପିନ୍ଧିବା ଦ୍ୱାରା ନିଜକୁ ଫ୍ୟାସନେବଲ ଭାବେ ଉପସ୍ଥାପିତ କରି ହେବ । ଅବଶ୍ୟ ଏହା କେତେକ କ୍ଷେତ୍ରରେ ଠିକ ମନେ ହେଉଥିଲେ ବି ଅଧିକାଂଶ କ୍ଷେତ୍ରରେ କମ୍ ଗହଣା ଏବଂ ସାଧାରଣ ପୋଷାକ ପିନ୍ଧିଥିବା ବ୍ୟକ୍ତି ଅଧିିକ ଆକର୍ଷଣୀ ଦିଶିଥାନ୍ତି ।


Share It

Comments are closed.