ଆପଣ ବ୍ୟବହାର କରୁଥିବା ସାନିଟାଇଜର ଅସଲି କିମ୍ବା ନକଲି ତାହା ଜାଣିବେ କିପରି


ନିକଟରେ କିଛି ସ୍ଥାନରେ ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା କମ୍ପାନୀର ଖୁଲାସା ହୋଇଛି। ଏହି କମ୍ପାନୀ ବ୍ରାଣ୍ଡେଡ କମ୍ପାନୀ ଭଳି ନକଲି ସାନିଟାଇଜର ପ୍ରସ୍ତୁତ କରୁଥିଲା। ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଅସଲି କିମ୍ବା ନକଳି ସାନିଟାଇଜରର ଚିହ୍ନଟ କିପରି କରିବା। ସରକାର ନିର୍ଦେଶ ଦେଇଛନ୍ତି ଯେ କରୋନାରୁ ବର୍ତ୍ତିବା ପାଇଁ ୭୦ରୁ ୮୦ ପ୍ରତିଶତ ଆଲକୋହଲ ଯୁକ୍ତ ସାନିଟାଇଜର ଉପଯୋଗ କରିବା ଉଚିତ୍। କିନ୍ତୁ ଆସନ୍ତୁ ଜାଣିବା ସାନିଟାଇଜର କିପରି ଚିହ୍ନିବା

ଆପଣଙ୍କ ଘରେ ନିଶ୍ଚିତ ଅଟା ଥିବ। ସର୍ବ ପ୍ରଥମେ ଆପଣ ଅଟା ଦ୍ୱାରା ଟେଷ୍ଟ କରି ପାରିବେ। ଏକ ପାତ୍ରରେ ଏକ ଚାମଚ ଅଟା ମିଶାଇ ତାହା ଉପରେ ନିଜ ସାନିଟାଇଜରକୁ ପକାନ୍ତୁ। ଏହା ପରେ ଏହାକୁ ଚକଟିବାକୁ ଉଦ୍ୟମ କରନ୍ତୁ। ଯଦି ଅଟା ଚକଟି ହୋଇଗଲା ତେବେ ବୁଝି ଯାଆନ୍ତୁ ଯେ ସାନିଟାଇଜର ଅସଲି ନୁହେଁ। କାରଣ ଅସଲି ସାନିଟାଇଜର ହେଲେ ଅଟା ଚକଟି ହେବ ନାହିଁ। ସାନିଟାଇଜର ମିଶାଇଲେ ଅଟା ବିଛାଇ ହୋଇଯିବ। ନକଲି ହେଲେ ଏହା ଚକଟି ହୋଇଯିବ।

ଆଜିକାଲି ସମସ୍ତଙ୍କ ଘରେ ଟୟେଲେଟ୍ କିମ୍ବା ଟିସୁ ପେପର ରହିଛି। ଏହା ହାତ,ବାସନ କିମ୍ବା ସଫାସୁତୁରାରେ ବ୍ୟବହୃତ ହୋଇଥାଏ। ଆପଣ ଗୋଟିଏ ଟିସୁ ପେପର ନେଇ ତାହା ମଝିରେ ପେନରେ ଏକ ଛୋଟ ଗୋଲା ବନାନ୍ତୁ। ଏହା ପରେ ତାହା ଉପରେ ଏକ ବୁନ୍ଦା ସାନିଟାଇଜର ପକାଇ ଦିଅନ୍ତୁ। ଯଦି ସ୍ୟାହିରେ ହୋଇଥିବା ଗୋଲା ଚାରିଆଡ଼େ ବିଛାଇ ହୋଇଯାଇଥାଏ ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ସାନିଟାଇଜର ନକଲି। ଯଦି ଗୋଲା ସେହିପରି ଥାଏ ଏବଂ ସାନିଟାଇଜର କିଛି ମିନିଟରେ ଶୁଖି ଯାଇଥାଏ ତେବେ ଏହାର ଅର୍ଥ ଏହା ଅସଲି। ଆହୁରି ଏକ ସହଜ ଉପାୟ ରହିଛି। ଏକ ପାତ୍ରରେ ଅଳ୍ପ ସାନିଟାଇଜର ବାହାର କରି ପକାନ୍ତୁ। ଏହା ପରେ ହେୟାର ଡ୍ରାୟର ଦ୍ୱାରା ଏହାକୁ ପବନ କରନ୍ତୁ। ଯଦି ସାନିଟାଇଜର ୫-୭ ସେକେଣ୍ଡରେ ଶୁଖିଯାଏ ତେବେ ଏହା ଅସଲି। ନକଲି ସାନିଟାଇଜର ଏତେ ଶୀଘ୍ର ଶୁଖିବ ନାହିଁ,ତାହା ଆହୁରି ସମୟ ଲାଗିବ।


Share It

Comments are closed.