ତ୍ୱଚାରେ ପିଗମେନଟେସନ ହେଉଛିକି, କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହି ସମସ୍ୟାରୁ ବିରତ ରୁହନ୍ତୁ. . .


ଖରାଦିନେ ଖରାର ପ୍ରଭାବ ହେଉ କିମ୍ବା ଶୀତ ବା ବର୍ଷା ଦିନର ଟାଣ ଖରାର ପ୍ରଭାବ ଦ୍ୱାରା ତ୍ୱଚାରେ କଳା ଦାଗ ତଥା ପିଗମେନଟେସନ ଦେଖାଯାଇଥାଏ । ଏହି ପେଗମେନଟନକୁ ଦୂର ନ କରିଲେ ଏହା ଧିରେ ଧିରେ ସମ୍ପୂର୍ଣ୍ଣ ମୁହଁରେ ମାଡିଯାଇଥାଏ ଏବଂ ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଦେଖାଯାଇଥାଏ । ଆପଣଙ୍କ ଘରେ ଉପଲବ୍ଧ ହେଉଥିବା କିିଛି ଉତ୍ପାଦକୁ ବ୍ୟବହାର କରି ଆପଣ ତ୍ୱଚାର ପିଗମେନଟେସନ ଦୂର କରିପାରିବେ । ଏବଂ ପିଗମେନଟେସନ ପାଇଁ ମଧ୍ୟ ଆପଣ କିଛି ବିଶେଷ ତଥ୍ୟ ପ୍ରତି ଧ୍ୟାନ ଦେବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କଣ ବ୍ୟବହାର କରିବେ ଏବଂ କେଉଁ ଦିଗ ପ୍ରତି ଧ୍ୟାନ ଦେବେ . . .. .

୧.   ଟମାଟର – ତ୍ୱଚାରୁ ପିଗମେନଟେସନ ଦୂର କରିବା ପାଇଁ ଆପଣ ଟମାଟରର ବ୍ୟବହାର କରିପାରିବେ । ଟମାଟରକୁ ଫାଳ କରି ଏହାକୁ ସିଧାସଳଖ ଭାବେ ମୁହଁରେ ଘଷନ୍ତୁ ଏବଂ ୫ମିନିଟ ପାଇଁ ଛାଡିଦିଅନ୍ତୁ । ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ ।

୨.   ଆଲୋଭେରା – ଆପଣ ଆଲୋଭେରାକୁ ମଧ୍ୟ ମୁହଁରେ ଘଷି ପାରିବେ । ଆଲୋଭେରାକୁ ମଧ୍ୟ ମୁହଁରେ ଲଗାଇ କିଛି ସମୟ ପାଇଁ ରଖିଦିଅନ୍ତୁ । ଏହା ପରେ ଭଲ ଭାବେ ଧୋଇଦିଅନ୍ତୁ ।

୩.   ଆଳୁ – ଆପଣଙ୍କ ଆଖି ତଳେ ଓଠର ଚତୁପାଶ୍ୱର୍ରେ ଆପଣ ବେଶି କଳା ଦାଗ ଥିବାର ଅନୁଭୂତି କରିଥିବେ । ଏହି ସ୍ଥାନରେ ଆପଣ ଆଳୁ ମଧ୍ୟ ଲଗାଇପାରିବେ ।

୪.   ହଳଦି -ମୁହଁର ବିଭିନ୍ନ ସ୍ଥାନରେ ବ୍ରଣ ହେଉଥିଲେ ଆପଣ ସେହି ସ୍ଥାନକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ । ସେଥିରେ ଆପଣ ଚନ୍ଦନ ଏବଂ ହଳଦିର ମିଶ୍ରଣ ଲଗାଇପାରିବେ ।

୫.   ସନସ୍କ୍ରିନ – ଆପଣଙ୍କ ତ୍ୱଚାରେ ପିଗମେନଟେସନର ସମସ୍ୟା ଦେଖାଯାଉଥିଲେ ଆପଣ ତ୍ୱଚାରେ ସନସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ । ବାହାରକୁ ବାହାରିବାର ଅତିକମରେ ୩୦ମିନିଟ ପୂର୍ବରୁ ସନସ୍କ୍ରିନ ଲଗାଇ ଦିଅନ୍ତୁ ।

୬.   ମେକଅପ – ଆଫଣ ମେକଅପର ବ୍ୟବହାର କରୁଥିଲେ ଏହାର ବ୍ରାଣ୍ଡ ଏବଂ ଏଥିରେ ବ୍ୟବହୃତ ଉତ୍ପାଦ ସମ୍ପର୍କରେ ଜାଣି ବ୍ୟବହାର କରନ୍ତୁ ।

୭.   ଜଳ – ଆପଣ ପିଗମେନଟେସନରୁ ଦୂରେଇ ରହିବାକୁ ଚାହୁଁଥିଲେ ଜଳର ସେବନ ଖୁବ ମାତ୍ରାରେ କରନ୍ତୁ । ଶରୀର ହାଇଡ୍ରେଟେଡ ରହିବା ଦ୍ୱାରା ତ୍ୱଚାରେ କୌଣସି ଖରାପ ପ୍ରଭାବ ପଡିନଥାଏ ।

୮.   ଖାଦ୍ୟ ପେୟ – ତ୍ୱଚାରେ ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ତଥା ପିଗମେନଟେସନକୁ ଦୂର କରିବା ପାଇଁ ଆପଣ ନିଜର ଖାଦ୍ୟ ପେୟରେ ବିଶେଷ ଧ୍ୟାନ ଦିଅନ୍ତୁ । ଯେପରିକି ଆପଣ ସବୁଜ ପନିପରିବାର ସେବନ ସହିତ ଭିଟାମିନ ସି ଯୁକ୍ତ ଖାଦ୍ୟର ଗ୍ରହଣ ବହୁଳ ପରିମାଣର କରନ୍ତୁ ।

୯.   ବ୍ୟାୟାମ – ଆପଣ ତ୍ୱଚାରେ ସକାରତ୍ମକ ପ୍ରଭାବ ପକାଇଥାଏ ଯୋଗ ଆସନ କିମ୍ବା ବ୍ୟାୟାମ । ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ଯୋଗ  କରନ୍ତୁ ଏହା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ରହିଥାଏ ।


Share It

Comments are closed.