ସହଜରେ ଘରେ କିଛି ଅଳ୍ପ ଘରୋଇ ଉପାଦାନରେ କରନ୍ତୁ ଗୋଲ୍ଡ ଫେସିଆଲ

Share It

ଆପଣ ଫେସିଆଲ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ପାର୍ଲରରେ ଅପେକ୍ଷା କରିଥାନ୍ତି ଏବଂ ସମୟ ମଧ୍ୟ ଦେଇଥାନ୍ତି । ଆପଣ ଜାଣନ୍ତି କି ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉପାଦାନକୁ ବ୍ୟବହାର କରି ଆପଣ ସହଜରେ ଘରେ ଫେସିଆଲ କରିପାରିବେ । ଆପଣଙ୍କୁ ପାର୍ଲରରେ ସମୟ ଦେବା ଆବଶ୍ୟକ ନାହିଁ କିମ୍ବା ଅର୍ଥ ସାରିବା ଆବଶ୍ୟକ ନାହିଁ । କିଛି କିଛି ସମୟରେ ଫେସିଆଲ ସମସ୍ତଙ୍କ ତ୍ୱଚାରେ ସୁଟ କରନଥାଏ ଏବଂ ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ । ଘରେ ଉପଲବ୍ଧ ହେଉଥିବା ଖିର, ମବୁ ଏବଂ ହଳଦୀକୁ ନେଇ ଆପଣ ସମ୍ପୂର୍ଣ୍ଣ ଫେସିଆଲକୁ ସହଜରେ କରିପାରିବେ ଯାହାର କୌଣସି ପ୍ରତିକ୍ରିୟା ଦେଖାଯାଇନଥାଏ ।
୧. କ୍ଲିନଜିଂ – ଆପଣ ଖିରକୁ କ୍ଲିନଜରଭାବେ ବ୍ୟବହାର କରିପାରିବେ । ଖିରକୁ ଏକ କଟନ ପ୍ୟାଡରେ ନେଇ ତ୍ୱଚାକୁ ଭଲଭାବେ ପୋଛିଦିଅନ୍ତୁ । ଖିର ତ୍ୱଚାରୁ ମେକଅପ, ମଇଳ ଏବଂ ଦୂଷିତ ଉପାଦାନକୁ ସଫା କରିଥାଏ ।
୨. ସ୍କ୍ରବିଂ – ଆପଣ ମହୁ, ଚିନି ଏବଂ ଲେମ୍ବୁର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ହାଲକା ହାଲକା କରି ତ୍ୱଚାରେ ଘଷନ୍ତୁ । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ହେବ ନାହିଁ ଏବଂ ଏହା ତ୍ୱଚାର ସମସ୍ତ ଇମପ୍ୟୁରିଟି ଦୂର କରିଥାଏ ।
୩. ଷ୍ଟିମିଂ – ସ୍କ୍ରବିଂ ପରେ ଆପଣ ଷ୍ଟିମିଂ କରନ୍ତୁ ଯାହା ତ୍ୱଚାକୁ ଭିତରୁ ସଫା କରିଥାଏ । ଗୋଟିଏ ପାତ୍ରରେ କିଛି ଗରମ ପାଣି ନିଅନ୍ତୁ ଏବଂ କପଡା ଘୋଡାଇ ଷ୍ଟିମ ନିଅନ୍ତୁ ।
୪. ଫେସମାସ୍କ – ଷ୍ଟିମ ନେବା ପରେ ଆପଣ ନିଜ ତ୍ୱଚାରେ ହଳଦୀ ଏବଂ ମହୁର ଏକ ମିଶ୍ରଣ ପ୍ରସ୍ତୁତ କରି ତ୍ୱଚାରେ ଲଗାଇ ୧୫ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ଏହା ପରେ ଦେଖନ୍ତୁ ଆପଣଙ୍କ ତ୍ୱଚା କିପରି ନରନ, ଉଜ୍ୱଳ ଏବଂ ଚମକଦାର ହୋଇଯାଉଛି ।


Share It

Comments are closed.