ପାଦର କଳାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ


ଆମେ ସମସ୍ତେ ନିଜର ମୁହଁ ଓ ତ୍ୱଚାର ଖୁବ୍‌ ଯତ୍ନ ନେଇଥାଉ । କିନ୍ତୁ ପାଦକୁ ସେତେଟା ଗୁରୁତ୍ୱ ଦେଇ ନଥାଉ । ଫଳରେ ପାଦର ତ୍ୱଚା ପ୍ରାୟତଃ କଳା ପଡିଯାଇଥାଏ । କିଛି ମହିଳାଙ୍କ ପାଦ ଏତେ କଳା ପଡିଯାଇଥାଏ ଯେ ତାହାକୁ ପୂର୍ବବସ୍ଥାକୁ ଫେରାଇ ଆଣିବା ଆଦୌ ସହଜ ହୁଏନା । ଅବଶ୍ୟ ପାଦକୁ ସୁନ୍ଦର ରଖିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଉତ୍ପାଦ ମଳିଯାଉଛି । ଯାହା ଖୁବ୍‌ ମହଙ୍ଗା କିନ୍ତୁ ପାଦ ଉପରେ ସେତେଟା ପ୍ରଭାବଶାଳୀ ହୋଇପାରୁ ନାହିଁ । ତେଣୁ ଆପଣ ଚାହିଁଲେ ପାଦର କଳାପଣ ଦୂର କରିବା ପାଇଁ ଘରୋଇ ଉପାୟ ପ୍ରୟୋଗ କରିପାରିବେ ।

ସାମଗ୍ରୀ
ଏକ କପ୍‌ ପାଣି, ଏକ ବଡ଼ ଚାମଚ ବେକିଂ ସୋଢା, ଏକ ଛୋଟ ଚାମଚ ଆଲୋବେରା ଜେଲ୍‌ ଓ ଏକ ଛୋଟ ଚାମଚ ଲୁଣ ।
ବିଧି
„ ଆଲୋବେରା ଜେଲ୍‌ରେ ବେକିଂ ସୋଢା ଓ ଲୁଣକୁ ଭଲ ଭାବେ ମିଶାନ୍ତୁ ।
„ ଏହି ମିଶ୍ରଣକୁ ପାଦରେ ଭଲ ଭାବେ ଲଗାଇ ଦିଅନ୍ତୁ ।
„ ୨/୩ ମିନିଟ୍‌ ଶୁଖିବା ପରେ ଏହାକୁ ଭଲରେ ସ୍କ୍ରବ୍‌ କରି ହାଲ୍‌କା ଉଷୁମ ପାଣିରେ ଧୋଇ ନିଅନ୍ତୁ ।
„ ଏବେ ପାଦକୁ ଭଲ ଭାବେ ପୋଛି ନଡ଼ିଆ ତେଲ ଲଗାଇ ହାଲ୍‌କା ମସାଜ୍‌ ଦିଅନ୍ତୁ ।
„ ନିୟମିତ ଏପରି କରିବା ଦ୍ୱାରା ପାଦର କଳାପଣ ଧୀରେ ଧୀରେ ଦୁର ହୋଇଥାଏ । ଧ୍ୟାନ ଦିଅନ୍ତୁ ବେକିଂ ସୋଢାକୁ ପାଦରେ ଅଧିକ ସମୟ ଯାଏ ରହିବାକୁ ଦିଅନ୍ତୁ ନାହିଁ । ନଚେତ୍‌ ପାଦରେ ରାସେସ୍‌ ହୋଇପାରେ । ଯଦି ପାଦରେ କୌଣସି ଘା’ ବା ଖଣ୍ଡିଆଖବରା ହୋଇଥାଏ, ତେବେ ବେକିଂ ସୋଢା ମିଶ୍ରଣ ଲଗାନ୍ତୁ ନାହିଁ ।
ଫାଇଦା
ବାରମ୍ବାର ଏହାର ବ୍ୟବହାର ଦ୍ୱାରା ପାଦରେ ଥିବା ଡେଡ୍‌ ସ୍କିନ୍‌ ବାହାରି ଯାଇଥାଏ । ଫଳରେ ଦାଗ ଦୂର ହୋଇଥାଏ। ପାଦର ତ୍ୱଚା ନରମ ହେବା ସହ ଚମ୍‌କ ଆସିଥାଏ ।


Share It

Comments are closed.