କେମିତି ଦୂର କରିବେ ଆପଣଙ୍କ ପିଲାଙ୍କ ଚିଡଚିଡାପଣ


ଯଦି ଆପଣଙ୍କ ପିଲା କୌଣସି କାରଣ ବିନା ଚିଡଚିଡ ହେଉଛନ୍ତି କିମ୍ବା ଛୋଟ ଛୋଟ କଥାରେ ରାଗୁଛନ୍ତି ତେବେ ସେମାନଙ୍କ ବ୍ୟବହାର ପ୍ରତି ସାବଧାନ ହୁଅନ୍ତୁ । କାରଣ ସେମାନଙ୍କୁ ଆପଣ ଅଧିକ ସମୟର ଦେବାର ଆବଶ୍ୟକତା ରହିଛି ବୋଲି ଜାଣିନିଅନ୍ତୁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଉଭୟ ମାତାପିତା କର୍ମଜିବୀ ହୋଇଥିବାରୁ ସେମାନଙ୍କ ପିଲାମାନଙ୍କୁ ସେମାନେ ସମୟ ଦେଇ ପାରନ୍ତି ନାହିଁ । ତେଣୁ ପିଲାମାନେ ମାନସିକ ଅବସାଦ ହେଉ କିମ୍ବା ଏକା ଏକା ରହି ଚିଡ ଚିଡା କିମ୍ବା ରାଗି ହୋଇଯାଇଥାନ୍ତି । ତେଣୁ ଅଭିଭାବକ ବିଶେଷ କରି ମା ମାନେ ନିଜ ଶିଶୁର ଭଲ ଭବିଷ୍ୟତ ପାଇଁ ସେମାନଙ୍କ ସହିତ ଅଧିକରୁ ଅଧିକରୁ ସମୟ ଅତିବାହିତ କରିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ତାଙ୍କ ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବେ ।
୧. ରାଗନ୍ତୁ ନାହିଁ – ପିଲାମାନେ ରାଗିବା ସମୟରେ କେହି କେହି ଅଭିଭାବକ ସେମାନଙ୍କ ଉପରେ ରାଗି ସେମାନଙ୍କୁ ଚୁପ କରାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ପିଲାମାନେ ଅଧିକ ରାଗି ହେବା ସହିତ ଚିଡଚିଡା ହୁଅନ୍ତି ଏବଂ ନିଜର ମାନ ଇଚ୍ଛା କାମ କରିଥାନ୍ତି । ତେଣୁ ସେହି ସମୟରେ ନ ରାଗି ଚୁପ ରହି ସମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ସେମାନଙ୍କୁ ସେହି ସମୟରେ ଏକା ଛାଡି ଦିଅନ୍ତୁ ଏବଂ କିଛି ସମୟ ପରେ ସେମାନଙ୍କୁ ବୁଝାନ୍ତୁ ।
୨. ସଠିକ କାରଣ ପ୍ରଦାନ କରନ୍ତୁ – ଯଦି ଆପଣଙ୍କ ପିଲା କୌଣସି ଛୋଟ କଥା ନେଇ ଅଧିକ ରାଗ କିମ୍ବା ଅଭିମାନ କରେ ତେବେ ରାଗିବା ଦ୍ୱାରା ଶରୀରରେ କଣ କଣ କ୍ଷତି ହୁଏ ସେହି ସମ୍ପର୍କରେ ତାକୁ ବୁଝାନ୍ତୁ । ଏବଂ ଛୋଟ ଛୋଟ କଥାରେ ରାଗିବା ଠିକ ନୁହେଁ ବୋଲି କୁହନ୍ତୁ । ରାଗିବା ଦ୍ୱାରା ସେମାନଙ୍କ ଉପରେ ମାନସିକ ଏବଂ ଶାରିରୀକ ପ୍ରଭାବ ସମ୍ପର୍କରେ ବୁଝାନ୍ତୁ ।
୩. ରାଗିବାର ମୂଳ କାରଣ ଜାଣନ୍ତୁ – ପିଲାମାନେ ରାଗିବା ସମୟରେ କୌଣସି କଥା ଶୁଣିବାକୁ ଚାହାଁନ୍ତି ନାହିଁ । ତେଣୁ ସେମାନେ ରାଗିବା ସମୟରେ କିଛି କହିବାକୁ ମଧ୍ୟ ପ୍ରସ୍ତୁତ ନଥାନ୍ତି । ତେଣୁ ସେମାନଙ୍କ ରାଗ ଶାନ୍ତ ହେବା ପରେ ସେମାନେ କଣ ପାଇଁ ରାଗିଛନ୍ତି କିମ୍ବା ସେମାନଙ୍କୁ କେଉଁ ଅସୁବିଧା ହେଉଛି ତାହା ସମ୍ପର୍କରେ ପଚାରି ବୁଝନ୍ତୁ । ଆପଣଙ୍କ ପିଲା କଣ ଚାହୁଁଛି ତାହା ଜାଣିବା ଖୁବ ଗୁରୁତ୍ୱପୂର୍ଣ୍ଣ । ତେଣୁ ସର୍ବଦା ସେମାନଙ୍କ ଆବଶ୍ୟକତା ସମ୍ପର୍କର ପଚାରି ବୁଝନ୍ତୁ । ରୋଗିବାର ମୂଳ କାରଣ ଜାଣିବା ପରେ ମଧ୍ୟ ଆପଣ ସେହି ଅସୁବିଧାର ଶୀଘ୍ର ସମାଧାନ ପାଇ ପାରିବେ ।
୪. ସେମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇଯାଉନ୍ତୁ – ପିଲାମାନେ ସବୁ କଥାରେ ଏବଂ ବ୍ୟବହାରରେ ସେମାନଙ୍କ ପିତାମାନଙ୍କୁ ଅନୁସରଣ କରିଥାଆନ୍ତି । ତେଣୁ ଆପଣଙ୍କ ଛୋଟ ଛୋଟ ପ୍ରତିକ୍ରିୟା ମଧ୍ୟ ସେମାନଙ୍କ ବ୍ୟବାହର ଉପରେ ପ୍ରଭାବ ପକାଇଥାଏ । ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉ କିମ୍ବା ସମସ୍ୟା ହେଉ ପିଲାଙ୍କ ସାମନାରେ ଉଠାନ୍ତୁ ନାହିଁ । ପିଲାଙ୍କ ସମ୍ମୁଖରେ ଭଲ ବ୍ୟବହାର କରି ସେମାନଙ୍କ ସହିତ ଭଲ ସମୟ ଅତିବାହିତ କରି ସେମାନଙ୍କ ପାଇଁ ରୋଲ ମଡେଲ ହୋଇଯାଆନ୍ତୁ ।
୫. ଘରର ବଡ ଲୋକଙ୍କ ସାହାଯ୍ୟ ନିଅନ୍ତୁ – ସବୁ କିଛି କରିବା ପରେ ଯଦି ପିଲା ଅଧିକ ରାଗି କିମ୍ବା ଚିଡିଚିଡା ବ୍ୟବହାର ଛାଡୁନାହାଁନ୍ତି ତେବେ ଆପଣ ଘରର ବଡ ତଥା ପିଲାମାନଙ୍କ ଜେଜେ ମା, ଜେଜେ ବାପାଙ୍କ ସାହାଯ୍ୟ ନିଅନ୍ତୁ । ପିଲାମାନେ ସେମାନଙ୍କ ଜେଜେ ବାପା, ମାଙ୍କ ସହିତ ଅଧିକ ନିକଟତର ଥାନ୍ତି । ତେଣୁ ପିଲାମାନଙ୍କୁ ନ ରାଗିବା ପାଇଁ ପରାମର୍ଶ ଦେଇ ଜେଜେ ବାପା, ମାଙ୍କୁ ବୁଝାଇବାକୁ କୁହନ୍ତୁ ଏବଂ ସେମାନଙ୍କ ରାଗ ନିୟନ୍ତ୍ରଣ କରିବାକୁ ତାଙ୍କୁ ବୁଝାନ୍ତୁ । ଯଦି ଆବଶ୍ୟକ ପଡେ ତେବେ କାଉନସେଲରଙ୍କ ସହାୟତା ମଧ୍ୟ ନିଅନ୍ତୁ ।[/vc_column_text][/vc_column][/vc_row]


Share It

Comments are closed.