ଚୋରି କିମ୍ବା ହଜିଯାଇଥିବା ନମ୍ବରକୁ IMEI ନମ୍ବର ଦ୍ୱାରା କିପରି କରିବେ ବ୍ଲକ, ଜାଣନ୍ତୁ


ଏବେ ହଜିଯାଇଥିବା ସ୍ମାର୍ଟଫୋନ ପୁଣି ଖୋଜି ପାଇବା କିଛି ବଡ କଥା ନୁହେଁ । ହଜିଯାଇଥିବା ବା ଚୋରି ହୋଇଯାଇଥିବା ସ୍ମାର୍ଟଫୋନକୁ ଅତି ସହଜରେ IMEI ନମ୍ବର ସାହାଯ୍ୟରେ ଖୋଜି ହେବ । ଏଥିପାଇଁ ଆପଣଙ୍କୁ ପୋଲିସ କମ୍ପ୍ଲେଣ୍ଟ କରାଇବାକୁ ହେବ । ଏହା ବ୍ୟତୀତ ଆଉ ଏକ ଉପାୟ ମଧ୍ୟ ଅଛି ଯାହା ଦ୍ୱାରା IMEI ନମ୍ବର ସାହାଯ୍ୟରେ ହଜିଯାଇଥିବା ଫୋନକୁ ବ୍ଲକ୍ କରିହେବ ।

ଏଥିପାଇଁ ଆପଣଙ୍କୁ Central Equipment Identity Register (CEIR) ର ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ ଆପଣ ଏଠାରେ କ୍ଲିକ୍ କରିପାରିବେ । ଆପଣ https://ceir.gov.in/Home/index.jsp ରେ ଲଗଇନ୍ ମଧ୍ୟ କରିପାରିବେ । CEIR ୱେବସାଇଟକୁ ଭାରତ ସରକାର ଓ ଦିଲ୍ଲୀ ପୋଲିସ, ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ ଓ ସେଣ୍ଟର ଫର୍ ଡେଭଲପମେଣ୍ଟ ଟେଲିମେଟିକ୍ସ ମିଶି ପ୍ରସ୍ତୁତ କରିଛନ୍ତି । CEIR ପୋର୍ଟାଲରେ ଆପଣଙ୍କୁ ବାସ୍ ନିଜ ହଜିଯାଇଥିବା ଫୋନର ଆଇଏମଇଆଇ ନମ୍ବର ଦେବାକୁ ହେବ । ଏଥିରେ ଆପଣଙ୍କୁ କୌଣସି ପ୍ରକାର ଆଇଡି ଲଗଇନ୍ କରିବା ଆବଶ୍ୟକ ପଡିବନି । ଏପରିକି ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ କନେକ୍ସନ ନାହିଁ ତଥାପି ମଧ୍ୟ ଆପଣ ତାକୁ ବ୍ଲକ୍ କରିପାରିବେ ।

ଆପଣ ନିଜ ହଜିଯାଇଥିବା ଫୋନର ଆଇଏମଇଆଇ ନମ୍ବର ଆପଣଙ୍କ ଫୋନ୍ ବିଲ୍ ବା ଡବା ଉପରେ ଦେଖିପାରିବେ । ଫୋନ୍ ଡବା ଉପରେ ଫୋନ୍ ମଡେଲ୍, ସିରିୟଲ ନମ୍ବର ଓ ଡିଟେଲ୍ସ ମଧ୍ୟ ରହିଥାଏ । ବାର୍ କୋଡ ଉପରେ ୧୫ ଅଙ୍କ ବିଶିଷ୍ଟ ଆଇଏମଇଆଇ ନମ୍ବର ମଧ୍ୟ ମିଳିଯିବ । ଏହା ପରେ CEIR ପୋର୍ଟାଲରେ ଆପଣଙ୍କୁ ଲଗଇନ୍ କରିବାକୁ ହେବ । ଏଠାରେ ଯଦି ଆପଣଙ୍କ ଫୋନ୍ ହଜିଯାଇଛି ତେବେ ତା ଉପରେ ବ୍ଲକ୍ କରିବାକୁ ପଡିବ । ଏଥିପାଇଁ CEIR ସର୍ଭିସେଜକୁ ଯାଇ ହଜିଯାଇଥିବା ଫୋନକୁ ବ୍ଲକ୍ କରିବାର ଅପ୍ସନ ସିଲେକ୍ଟ କରନ୍ତୁ । ଏହା ପରେ CEIR ପୋର୍ଟାଲରେ ଆପଣଙ୍କ ଫୋନକୁ ନେଇ କିଛି ବେସିକ୍ସ ଡିଟେଲ୍ସ ମଗାଯିବ ।

ଏଥିରେ ଆପଣଙ୍କୁ ଫୋନ ହଜିବା ସମ୍ପର୍କରେ ଜଣାଇବାକୁ ହେବ । ଆପଣଙ୍କୁ ସିମ୍ କାର୍ଡ, ବିଲ୍, ପୋଲିସ କମ୍ପ୍ଲେଣ୍ଟ ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ହେବ । ଫୋନର ଡିଟେଲ୍ସ ଭରିବା ପରେ ଆପଣଙ୍କୁ ଫୋନର ଓନର ସମ୍ପର୍କରେ ମଧ୍ୟ ଡିଟେଲ୍ସ ଭରିବାକୁ ହେବ । ଏହାପରେ ଆପଣଙ୍କ ଆବେଦନ ଗ୍ରହଣ କରାଯିବ । ଫୋନ୍ ମିଳିବା ପରେ ଆପଣ ଏହି ସାଇଟରେ ଅନବ୍ଲକ୍ ପାଇଁ ମଧ୍ୟ ରିକ୍ୱେଷ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ CEIR ସର୍ଭିସେଜରେ ଅନବ୍ଲକର ଅପ୍ସନକୁ ଯିବାକୁ ହେବ । ଆପଣ ଯଦି ଚାହିଁବେ ସବମିଟ୍ ହୋଇଥିବା ରିକ୍ୱେଷ୍ଟର ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ । ଏହି ସର୍ଭିସ୍ ଏବେ କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରର ସବସ୍କ୍ରାଇବର୍ସଙ୍କ ପାଇଁ ଉପଲବ୍ଧ ।


Share It

Comments are closed.