ମୃତ୍ୟୁପରେ ମଧ୍ୟ କିଭଳି ଆକ୍ଟିଭ ଥିଲା ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟାନଙ୍କ ଫୋନ


ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କ୍ରମାଗତ ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି। ଅନ୍ୟପଟରେ ପ୍ରତିଦିନ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି ଏହି କଥିତ ଆତ୍ମହତ୍ୟାକୁ ଏକ ସୁରଚିତ ଷଡ଼ଯନ୍ତ୍ର ବୋଲି ଇଙ୍ଗିତ କରୁଛି ।

ପୁଣି ଅବେ ଦିଶା ସାଲିଆନଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଦିଶା ସାଲିଆନଙ୍କର ୭ ଜୁନ୍ ରେ ମୃତ୍ୟୁ ହୋଇଥିଲା କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ୧୭ ଜୁନ୍ ପର୍ଯ୍ୟନ୍ତ ସକ୍ରିୟ ଥିଲା। ଏହି ପରିସ୍ଥିତିରେ ଅନେକ ନୂଆ ପ୍ରଶ୍ନ ଉଠିଛି | ଉଦାହରଣ ସ୍ୱରୂପ, କିଏ ତାଙ୍କ ଫୋନ୍ ଚଳାଉଥିଲା ଏବଂ କିଏ ତାଙ୍କ ଫୋନରୁ ଫୋନ୍ କଲ କରିଥିଲା? ଏହା ବ୍ୟତୀତ ଫୋରେନସିକ୍ ତଦନ୍ତ ପାଇଁ ତାଙ୍କ ଫୋନ୍ କାହିଁକି ନିଆଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।


Share It

Comments are closed.