ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଜାଣନ୍ତୁ କେତେ ଖର୍ଚ୍ଚ କରିବେ ମୋଦୀ ସରକାର


କୋଭିଡ-୧୯ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତକୁ ୧୦,୩୧୨ କୋଟି (୧.୪ ବିଲିୟନ ଡ଼ଲାର) ରୁ ୧୩,୨୫୯ କୋଟି (୧.୮ ବିଲିୟନ ଡ଼ଲାର) ଖର୍ଚ୍ଚ କରିବାକୁ ପଡିପାରେ। GAVI ଭ୍ୟାକ୍ସିନ୍ସ ଆଲାଇନ୍ସର ଏକ ରିପୋର୍ଟରେ ଏହି ଆକଳନ ପ୍ରକାଶ ପାଇଛି | ଖୁବ୍ କମ ଦିନ ମଧ୍ୟରେ ଦେଶରେ କରୋନା ଭ୍ୟାକସିନ୍ ଟୀକାକରଣ ଆରମ୍ଭ ହେବ । ଏ ନେଇ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ଭାରତରେ ପ୍ରଥମପର୍ଯ୍ୟାୟରେ ଟୀକାକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଏକ ଆକଳନ କରାଯାଇଛି ।

ସୂଚନା ଅନୂଯାୟୀ କୋଭିଡ୍-୧୯ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ୩୧୨ କୋଟିରୁ ୧୩ ହଜାର ୨୫୯ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଇବାକୁ ଯୋଜାନା ପ୍ରସ୍ତୁତ କରୁଛନ୍ତି । ଭାରତରେ ଆଷ୍ଟ୍ରାଜେନିକା, ସ୍ଫୁତନିକ୍, ଜାଇଡସ୍ କେଡିଲା ଏବଂ ଭାରତ ବାୟୋଟେକର ଟୀକା ଦିଆଯାଇପାରେ ।

ନ୍ୟୁଜ୍ ଏଜେନ୍ସି ରାୟଟର୍ସ୍ ମୁତାବକ ଭାରତକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ କୋଟି ଡୋଜ୍ ଆବଶ୍ୟକ ପଡିପାରେ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ବୟସ୍କମାନଙ୍କୁ ଅଗ୍ରାଧିକାର ଦିଆଯିବ । ୨୦୨୦-୨୧ରେ ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ୭୩ ହଜାର ୫ ଶହ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଟୀକାରକରଣ ପାଇଁ କେତେ ଖର୍ଚ୍ଚ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।


Share It

Comments are closed.