ରାତିରେ ଭାତ ଖାଇବା ଶରୀର ପାଇଁ କେତେ ହିତକର ? ଜାଣନ୍ତୁ


ଆମ ଦେଶରେ ଭାତ ହେଉଛି ଲୋକଙ୍କ ମୁଖ୍ୟ ଖାଦ୍ୟ । ଭାତ ପ୍ରସ୍ତୁତ କରିବା କଷ୍ଟସାଧ୍ୟ ମଧ୍ୟ ନୁହେଁ । ଏହା ସହଜରେ ପ୍ରସ୍ତୁତ କରାଯାଇପାରିବ । ଅଧିକାଂଶ ଲୋକଙ୍କୁ ଭାତ ମଧ୍ୟ ପସନ୍ଦ ଆସିଥାଏ । ଲୋକମାନେ ବିଭିନ୍ନ ଉପାୟରେ ଭାତ ଖାଆନ୍ତି । କେହି କେହି ଫ୍ରାଏଡ୍ ରାଇସ୍, ଆଉ କେହି ଭାତ ଏବଂ ରଜମା, ଆଉ କିଛି ଲୋକ ଭାତ ଏବଂ ଛୋଲେ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । ଭାତରେ କାର୍ବୋହାଇଡ୍ରେଟ୍ ମିଳିଥାଏ । ଏହାସହ ଏଥିରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ମଧ୍ୟ ଥାଏ । ଏହା ସତ୍ତ୍ବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ସେମାନେ ରାତିରେ ଭାତ ଖାଇବା ଉଚିତ କି ନୁହେଁ ?

ଭାତରେ କାର୍ବୋହାଇଡ୍ରେଟ୍‌ର ମାତ୍ରା ଅଧିକ ଥାଏ । ଏହା ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । କାର୍ବୋହାଇଡ୍ରେଟରୁ ମିଳୁଥିବା ଶକ୍ତିରୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟ ସହଜରେ କରିପାରୁ । ଏମିତିରେ ଦେଖିବାକୁ ଗଲେ କାର୍ବୋହାଇଡ୍ରେଟ୍ ମଧ୍ୟ ଶରୀର ପାଇଁ ସେମାନଙ୍କର କାର୍ଯ୍ୟ କରିଥାଏ, ଯେଉଁଥିପାଇଁ ଆମେ ଆମ କାର୍ଯ୍ୟ ସହଜରେ କରିପାରୁ ।

ଭାତ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସିଝା ଭାତ ସହଜରେ ହଜମ ହୋଇଥାଏ । ଏହା ସହ ପେଟ ଯନ୍ତ୍ରଣା ଏବଂ ପାଚନରେ ସମସ୍ୟାରୁ ମଧ୍ୟ ଆମକୁ ଫାଇଦା ମିଳେ । ସେଥିପାଇଁ ଅନେକ ଥର ଡାକ୍ତର ମଧ୍ୟ ଆପଣଙ୍କୁ ପେଟ ରୋଗରେ ଭାତ ଏବଂ ଦହି ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଭାତ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ବହୁତ ଭଲ । ଏହାଦ୍ବାରା ଶରୀରର ସମସ୍ତ ଅଙ୍ଗ ପର୍ଯ୍ୟନ୍ତ ପୋଷକ ତତ୍ତ୍ବ ପହଞ୍ଚିଥାଏ ଏବଂ ଏହା ସୁଚାରୁରୂପେ ନି କାମ କରିଥାଏ । ଭାତ ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦୁର୍ବଳ ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ କରିଥାଏ । ଏହାସହ ହଜମ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଏଥିରୁ ଅନେକ ଫାଇଦା ମିଳିଥାଏ ।

ପ୍ରତ୍ୟେକ ଜିନିଷର ଉପକାରିତା ଥିବା ବେଳେ କ୍ଷତି ମଧ୍ୟ ହୋଇଥାଏ । ଯଦି ଆପଣ ଆପଣଙ୍କର ଓଜନ କମ୍ କରିବା ପାଇଁ ପ୍ରୟାସ କରୁଛନ୍ତି ତେବେ ଭାତ ଖାଆନ୍ତୁ ନାହିଁ । ଏହା ସତ୍ତ୍ବେ ଯଦି ଆପଣ ଭାତ ଖାଉଛନ୍ତି ତେବେ ରାତିରେ କେବଳ ବ୍ରାଉନ୍ ରାଇସ୍ ଭାତ ଖାଆନ୍ତୁ ଯାହା ଦ୍ବାରା ଆପଣଙ୍କୁ କାର୍ବସ୍ ବଦଳରେ ଫାଇବର ମିଳିପାରିବ । ଏହାସହ ଆପଣଙ୍କୁ ଖାଦ୍ୟରେ ଅଧିକ ମାତ୍ରାର ପ୍ରୋଟିନ୍ ମିଳିପାରିବ ।


Share It

Comments are closed.