ସ୍ୱାମୀ ମିଛ କହୁଛନ୍ତି କି ନାହିଁ, ଜାଣିବେ କିପରି ?


ଅଧିକାଂଶ ସ୍ତ୍ରୀଙ୍କ ମନରେ ସନ୍ଦେହ ରହିଥାଏ ଯେ, ସେମାନଙ୍କ ପତି ସେମାନଙ୍କୁ ମିଛ କହୁଛନ୍ତି ବୋଲି । ସତ ଜାଣିବାକୁ ସେମାନେ ଯଥା ସାଧ୍ୟ ବିଭିନ୍ନ ପ୍ରୟାସ କରିଥାନ୍ତି । ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥିଲେ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଦେଉଛୁ ଯାହା ଦ୍ୱାରା ଆପଣଙ୍କ ପତି ମିଛ କହୁଛନ୍ତି କି ନାହିଁ ଜାଣିପାରିବେ ।
ପ୍ରଶ୍ନ କଲେ ସେ ରାଗିଯାଉଛନ୍ତି କି ?
ଯଦି ଆପଣଙ୍କ ପାର୍ଟନର ଫୋନରେ କାହା ସହ ଗପୁଛନ୍ତି କିମ୍ବା ଚାଟିଂ କରୁଛନ୍ତି ଓ ଆପଣ ଏହି ବିଷୟରେ ପଚାରିଲେ ରାଗି ଯାଉଛନ୍ତି ତେବେ ଜାଣିବେ ସ୍ୱାମୀ, ଆପଣଙ୍କ ସହିତ ସେ ବିଷୟରେ କିଛି ସେୟାର କରିବାକୁ ଚାହୁଁ ନାହାନ୍ତି । ଆପଣ ବାରମ୍ବାର ବାରମ୍ବାର ପଚାରିଲେ ମଧ୍ୟ ସେ ସିଧା ଜବାବ ଦେଉ ନାହାନ୍ତି, ତେବେ ଜାଣିବେ ସେ ଆପଣଙ୍କୁ କିଛି ଲୁଚାଇବାକୁ ଚାହୁଁଛନ୍ତି ୍ୟ
ପୂର୍ବରୁ ବି ବହୁବାର ମିଚ କହିଛନ୍ତି :
ବହୁ ଲୋକଙ୍କର ମିଛ କହିବା ଗୋଟିଏ ଅଭ୍ୟାସ ହୋଇଥାଏ । ପତିଙ୍କର ଏଭଳି ଅଭ୍ୟାସକୁ ଅଣଦେଖା କରନ୍ତୁ ନାହିଁ । ଯଦି ଆପଣଙ୍କ ପାର୍ଟନର ପୂର୍ବରୁ ବହୁଥର ଆପଣଙ୍କୁ ମିଛ କହିଛନ୍ତି ଓ ଆପଣ ତାଙ୍କ ମିଛ ଧରିବା ପରେ ମଧ୍ୟ ସେ ବୁଲେଇ ବଙ୍କେଇ ମିଛ କହୁଛନ୍ତି ତେବେ ତାଙ୍କ କଥାକୁ ବିଶ୍ୱାସ ନେବା ପୂର୍ବରୁ ଭଳ ଭାବେ ଚିନ୍ତା କରନ୍ତୁ ।
ନଜର ମିଳାଉ ନଥିଲେ :
ମନୋବୈଜ୍ଞାନିକଙ୍କ ମତ ମିଛ କହୁଥିବା ଲୋକ ନଜର ମିଳାଇ ନଥାନ୍ତି । ଯଦି ସେ ଆପଣଙ୍କ ପ୍ରତି ଏପରି କରୁଛନ୍ତି ତେବେ ସ୍ୱାମୀ ଆପଣଙ୍କୁ କିଛି ଲୁଚାଉଛନ୍ତି କିମ୍ବା ମିଛ କହୁଛନ୍ତି ।
ବାରମ୍ବାର ନିଜ ସଚ୍ଚୋଟତା ବିଷୟ ବଖାଣିବା :
ଚିଟିଂ କେସରେ ପ୍ରାୟ ଦେଖାଯାଏ ଯେ, ପତି ପତ୍ନୀ ଉପରେ ଅଧିକ ସନ୍ଦେହ କରୁଥିବାରୁ ମିଛ ଅଭିଯୋଗ ଆଣି ତାକୁ ଗାଳି ଦେଇଥାଏ । ଏହି ସମୟରେ ସେ ଭରସା, ବିଶ୍ୱାସ ଇତ୍ୟାଦି ଶବ୍ଦ ବାରମ୍ବାର ବ୍ୟବହାର କରିଥାଏ । ଏପରି କଥାରେ ପତ୍ନୀ ନିଜକୁ ଦୋଷୀ ଭାବି ପତୀକୁ ବିଶ୍ୱାସକୁ ନେଇଥାଏ ।


Share It

Comments are closed.