ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି ‘ହାଉସଫୁଲ ୪’ର ସୁଟିଙ୍ଗ


ବଲିଉଡରେ ହାଉସଫୁଲର ୩ଟି ଫିଲ୍ମର ସଫଳତା ପରେ ବର୍ତ୍ତମାନ ହାଉସଫୁଲ-୪ର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । କମେଡି ଏବଂ ପାରିବାରିକ ଡ୍ରାମାରେ ଭରପୁର ହାଉସଫୁଲର ଫ୍ରାନଚାଇଜ ଗୁଡିକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହାର ଚତୁର୍ଥ ସିକ୍ୱେଲ ହାଉସଫୁଲ ୪ ଆଗାମୀ ବର୍ଷ ତଥା ୨୦୧୯ ଦିପାବଳୀରେ ରିଲିଜ ହେବ । ହାଉସଫୁଲ ଏବଂ ହାଉସଫୁଲ୨ ଉଭୟ ସାଜିଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ହାଉସଫୁଲ-୩ ସାଜିଦ ଏବଂ ଲେଖକ ଫାରହାଦଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ହାଉସଫୁଲ-୪ ମଧ୍ୟ ସାଜିଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବ ।
ହାଉସଫୁଲ -୪ରେ ବଲିଉଡର ପ୍ରଖ୍ୟାତ ଅଭିନେତା ଖିଲାଡି ଅକ୍ଷୟ କୁମାରଙ୍କ ସହିତ କିର୍ତ୍ତୀ ସ୍ୟାନନ ମୁଖ୍ୟ ଭୂମିକାରେ ନଜରରେ ଆସିବେ । ଏବଂ ଏହାର ସୁଟିଙ୍ଗ ଲଣ୍ଡନରେ ଆରମ୍ଭ ହୋଇସାରିଛି । ଅକ୍ଷୟ କୁମାର ବର୍ତ୍ତମାନ ନିଜର ଫିଲ୍ମ ଗୋଲ୍ଡର ରିଲିଜରେ ବ୍ୟସ୍ତ ଥିବା ବେଳେ ଏହାପରେ ସେ ହାଉସଫୁଲ -୪ର ସୁଟିଙ୍ଗ ପାଇଁ ମାତ୍ର ୨୫ଦିନ ପାଇଁ ଲଣ୍ଡନ ଯାତ୍ରା କରିବେ । ସୂତ୍ର ଅନୁଯାୟୀ, ଫିଲ୍ମର ପ୍ରଥମ ପର୍ଯ୍ୟାୟ ଲଣ୍ଡନରେ ସୁଟିଙ୍ଗ ହେବା ପରେ ସମ୍ପୂର୍ଣ୍ଣ ଫିଲ୍ମ ମୁମ୍ବାଇରେ ସୁଟିଙ୍ଗ ହେବ । ଏହି ଫିଲ୍ମ ପ୍ରସ୍ତୁତକର୍ତ୍ତାମାନେ ଫିଲ୍ମଟ ସୁଟିଙ୍ଗ ନଭେମ୍ବର ସୁଦ୍ଧା ସାରିବା ଯୋଜନାରେ ଅଛନ୍ତି ।

ଅକ୍ଷୟ କୁମାରଙ୍କ ବ୍ୟତୀତ ଏହି ଫିଲ୍ମରେ ପୂଜା ହେଗଡେ, ନାନା ପାଟେକର, ଚଙ୍କି ପାଣ୍ଡେ, ବିବ ଦେୱଲ ପ୍ରମୁଖ ଫିଲ୍ମରେ ବିଭିନ୍ନ ଭୂମିକାରେ ନଜରରେ ଆସିବେ । ଫିଲ୍ମଟିରେ ପୂର୍ବରୁ ସଞ୍ଜୟ ଦତ୍ତ ନଜରରେ ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ସାଜିଦ ନାଦିଆୱାଲା ନାନାଙ୍କ କାଷ୍ଟିଙ୍ଗକୁ ସ୍ପଷ୍ଟ କରିଛନ୍ତି । ଫିଲ୍ମର ସୁଟିଙ୍ଗ ପାଇଁ ନାନା ଖୁବ ଶୀଘ୍ର ଲଣ୍ଡନରେ ଯୋଗ ଦେବେ ବୋଲି ମଧ୍ୟ ସେ କହିଛନ୍ତି । ହାଉସଫୁଲ-୪ ଫିଲ୍ମଟି ମଧ୍ୟ ଅନ୍ୟ ହାଉସଫୁଲ ସିକ୍ୱେଲ ଠାରୁ ଭିନ୍ନ ତଥା ୨ଡି, ୩ଡି ଏବଂ ଆଇମାକ୍ସ୩ଡିରେ ପ୍ରସାରଣ ହେବ ।


Share It

Comments are closed.