ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ହାଉସଫୁଲ-୪’ର ଟ୍ରେଲର ରିଲିଜ


ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉସ ଫୁଲ-୪’ର ଟ୍ରେଲର ଗତ କାଲି ଅର୍ଥାତ ଶୁକ୍ରବାର ଦିନ ରିଜିଜ ହୋଇଯାଇଛି । ଏହି ଫିଲ୍ମରେ ଅକ୍ଷୟଙ୍କ ସମେତ ବଲିଉଡର ଅନେକ ଲୋକାପ୍ରିୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଲିବ । ଏହି ପିଲ୍ମରେ ରିତେସ ଦେଶମୁଖ, ବବି ଦେୱଲ, କୃତି ସେସମ, କୃତି ଖରବନ୍ଦା ଓ ପୂଜା ହେଗଡେ ଭଳି ଲୋକପ୍ରିୟ କଳାକାର ପ୍ରମୁଖ ଭୂମିକାରେ ନଜର ଆସିବେ ।

କେବଳ ଏତିକି ନୁହେଁ ନବାଜୁଦ୍ଦିନ ସିଦ୍ଦିକୀଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ବିଶେଷ ଭମିକାରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲରରେ ସମସ୍ତଙ୍କ ଝଲକ ଦେଖିବାକୁ ମିଳିଥିବାବେଳେ ଏହାକୁ ପ୍ରଶଂସକଙ୍କୁ ଠାରୁ ଆରମ୍ଭ କରି ଅନେକ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ ହେବ ବୋଲି ପ୍ରଡକ୍ସନ ହାଉସ ପକ୍ଷରୁ ଆଶାବ୍ୟକ୍ତ କରାଯାଇଥିବାବେଳେ ଏହା ୨୫ ଅକ୍ଟୋବରରେ ପରଦାକୁ ଆସିବ ।


Share It

Comments are closed.