ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ


ଚଳିତ ୨୦୨୨/୨୩ ଓ ଆଗାମୀ ୨୦୨୪/୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରର ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ ହୋଇଛି । ପ୍ରଥମ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡର ସାଉଥମ୍ପଟନ ଠାରେ ଖେଳାଯାଇଥିଲା । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟାଇଟଲ ଅର୍ଜନ କରିଥିଲା ।

ଚଳିତ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଐତିହାସିକ ଓଭାଲ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ । ଜୁନ୍‌ ମାସରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ପୂର୍ବରୁ ୨୦୦୪ ଓ ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ଓଭାଲ୍‌ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ତାଲିକାରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରି ଫାଇନାଲ୍‌ ଦୌଡରେ ରହିଛନ୍ତି । ସେହିପରି ପରବର୍ତ୍ତୀ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ ।


Share It

Comments are closed.