ମାନବ୍ୟର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ


ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି ଭୁବନେଶ୍ୱର, ଅରୁଗୁଳ କ୍ୟାମ୍ପସରୁ ଭିଡିଓ କନଫରେନ୍ସିଂ ଜରିଆରେ ଖୋର୍ଦ୍ଧାର ଜଟଣୀ ଟୋଲ୍ ଗେଟ୍ ପୂର୍ବରୁ ଥିବା ଖଜୁରିଆ ଗ୍ରାମରେ ଭାରତୀୟ ତୈଳ ନିଗମର ସାଉଥ ଇଷ୍ଟର୍ଣ୍ଣ ରିଜିଅନ୍ ପାଇପଲାଇନସର ପ୍ରକଳ୍ପ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ (ପିଏଚପିଏଲ୍)ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପ୍ରସ୍ତାବିତ ପାଇପଲାଇନ୍ର କ୍ଷମତା ହେଉଛି ୪.୫ ଏମ୍ଏମ୍ଟିପିଏ ଯାହା ଓଡ଼ିଶାର ବ୍ରହ୍ମପୁର, ଆନ୍ଧ୍ରର ଭାଇଜାଗ୍ ପାଖ ଅଚ୍ୟୁତପୂରମ ଓ ତେଲେଙ୍ଗାନାର ହାଇଦ୍ରାବାଦ ପାଖ ମଲକାପୂରଣରେ ହେବାକୁ ଥିବା ଏବଂ ଆନ୍ଧ୍ର ପ୍ରଦେଶର ଭାଇଜାଗ୍, ରାଜମୁଣ୍ଡାରି ଓ ବିଜୟୱାଡାରେ ପୂର୍ବରୁ ଥିବା ଡିପୋକୁ ସଂଯୋଗ ପ୍ରଦାନ କରିବ । ଏହି ପାଇପଲାଇନର ୩୨୯ କିମି ଲମ୍ବ ଓଡ଼ିଶାରେ, ୭୨୩ କିମି ଆନ୍ଧ୍ର ପ୍ରଦେଶ, ଓ ୧୬୦ କିମି ତେଲେଙ୍ଗାନାରେ ରହିବ । ପ୍ରକଳ୍ପରେ ମୋଟ ୩୮୦୮ କୋଟି ଟଙ୍କା ଖର୍ଚ ହେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାଗରମାଳା ପ୍ରକଳ୍ପ ଅଧୀନରେ ଏହି ପାରାଦୀପ-ହାଇଦ୍ରାବାଦ ପାଇପ୍ଲାଇନ୍କୁ ନ୍ୟାସନାଲ୍ ପ୍ରସ୍ପେକ୍ଟିଭ୍ ପ୍ଲାନ୍ରେ ସାମିଲ କରାଯାଇଛି । ଏହି ପାଇପ୍ଲାଇନ୍ ୨୦୨୦ ଅଗଷ୍ଟ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।
ଏହି ଭିତିପ୍ରସତର ସ୍ଥାପନ ଅବସରରେ ଖଜୁରିଆ ଗ୍ରାମରେ ଆୟୋଜିତ ସଭାରେ ଭିଡ଼କୁ ସମ୍ବୋଧିତ କରି ଶ୍ରୀଯୁକ୍ତ ପି ସି ଚୌବେ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ସାଉଥ ଇଷ୍ଟର୍ଣ୍ଣ ରିଜିଅନ୍ ପାଇପଲାଇନ୍ସ (ଏସଇଆରପିଏଲ୍), ଇଣ୍ଡିଆନ୍ ଅଏଲ, କହିଛନ୍ତି ଯେ, “ପିଏଚପିଏଲ୍ ହେଉଛି ଏକ ଜାତୀୟ ଗୁରୁତ୍ୱ ରଖୁଥିବା ପକଳ୍ପ ଯାହା ତିନିଟି ଭିନ୍ନ ରାଜ୍ୟର ବର୍ଦ୍ଧିତ ଶକ୍ତି ଚାହିଦାକୁ ପୂରଣ କରିବ ଓ ପାଇପ୍ଲାଇନ୍ ଆଖପାଖା ଅଂଚଳର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଗ୍ରାମବାସୀଙ୍କ ଉନ୍ନତି ପାଇଁ ଆଉ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏକ ତିନିଦିନିଆ ଲମ୍ବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଏସଇଆରପିଏଲ୍ ପକ୍ଷରୁ ଆପୋଲୋ ହସ୍ପିଟାଲ୍, ଭୁବନେଶ୍ୱର ସହଯୋଗରେ ଆୟୋଜନ କରାଯାଇଥିଲା, ଯାହା ଦ୍ୱାରା ୪୦୦+ ଲୋକ ଉପକୃତ ହୋଇଛନ୍ତି ।
ସିଏସ୍ଆର ୨୦୧୮-୧୯ ଅଧୀନରେ ଏସଇଆରପିଏଲ୍ ପକ୍ଷରୁ ଖୋର୍ଦ୍ଧାରେ ଦିବ୍ୟାଙ୍ଗଜନଙ୍କୁ ନେଇ ଆବଶ୍ୟକତା ଭିତିକ ସର୍ଭେ କରାଯାଇଥିଲା ଓ ଆଜିର କାର୍ଯ୍ୟକ୍ରମ ଅବସରରେ ଏସ୍ଇଆରପିଏଲ୍ର ଇଡି ଶ୍ରୀଯୁକ୍ତ ଚୌବେଙ୍କ ଦ୍ୱାରା ଏଡସ୍ ଓ ସହାୟତା ଉପକରଣ ବଂଟନ କରାଯାଇଥିଲା । ପ୍ରସ୍ତାବିତ ପାଇପଲାଇନ୍କୁ ସଦ୍ୟତମ ଜାତୀୟ ଓ ଆନ୍ତର୍ଜାତିକ ମାନ ଅନୁସାରେ ପ୍ରସ୍ତୁତ କରାଯାଇଛି ଓ ସୁରକ୍ଷାକୁ ଦୃଷ୍ଟିରୁ ସମଗ୍ର ନିର୍ମାଣ ଠାରୁୁ ଆରମ୍ଭ କରି ପରିଚାଳନା ପର୍ଯ୍ୟନ୍ତ ସବୁ କିଛିକୁ ଦୃଷ୍ଟିରେ ରଖି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରାଯାଇଛି ।


Share It

Comments are closed.