ଭାରତରେ ଅନର୍ ୨୦୦ ସିରିଜ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀୟ ବଜାରରେ ନିଜର ପୋର୍ଟଫୋଲିଓକୁ ବିସ୍ତାର କରି ଅନର୍ ପକ୍ଷରୁ ଏହାର ଲୋକପ୍ରିୟ ନମ୍ବର ସିରିଜ ଶୃଙ୍ଖଳାରେ ନୂତନ ସ୍ମାର୍ଟଫୋନ, ଅନର ୨୦୦ ସିରିଜ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅନର୍ ୨୦୦ ପ୍ରୋ ୫ଜି ଓ ଅନର୍ ୨୦୦ ୫ଜି ସାମିଲ ଥିବା ଏହି ନୂତନ ସିରିଜ୍ ଅତ୍ୟାଧୁନିକ ଏଆଇ-ପରିଚାଳିତ ପାର୍ଟ୍ରେଟ କ୍ଷମତା, ନିମଜ୍ଜିତ ଡିସ୍‌ପ୍ଲେ, ମଜବୁତ ହାଡ୍‌ର୍ୱେୟାର ପ୍ରଦର୍ଶନ ଓ ଅନ୍ତର୍ନିହିତକାରୀ ଉପଭୋକ୍ତା କୈନ୍ଦ୍ରିକ ଏଆଇ ଅନୁଭୂତି ସହିତ ଉପଭୋକ୍ତାଙ୍କ ପାଇଁ ଶୀର୍ଷ ସ୍ତରର ଅଭିଜ୍ଞତା ପ୍ରଦାନ କରୁଛି । ଅନର୍ ୨୦୦ ପ୍ରୋ ୫ଜି ଦୁଇଟି ସୁନ୍ଦର କଲର ଯଥା ଓସେନ ସିଆନ ଓ ବ୍ଲାକ୍‌ରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ୫୭,୯୯୯ ଟଙ୍କା ରହିବ । ଏହାର ସେଲ୍ ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟରାତ୍ରିରୁ ଓଡ଼ିଶାର ମେନ୍‌ଲାଇନ ଷ୍ଟୋରରେ ଆରମ୍ଭ ହେବ । ଚଳିତ ଜୁଲାଇ ୨୦ ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଗ୍ରାହକମାନେ ଏହି ସ୍ମାର୍ଟଫୋନ୍‌କୁ ୮୦୦୦ ଟଙ୍କାର ତତ୍କାଳ ରିହାତି ସହିତ ହାସଲ କରିପାରିବେ । ଏହାଛଡା ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍‌ବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡଧାରକମାନେ ୩୦୦୦ ଟଙ୍କାର ରିହାତି ପାଇପାରିବେ । ଗ୍ରାହକମାନେ କିଛି ନିର୍ଦ୍ଧିଷ୍ଟ ମେନ୍‌ଲାଇନ ଷ୍ଟୋରରେ ୮୪୯୯ ଟଙ୍କା ମୂଲ୍ୟର ମାଗଣା ଅନର ଗିଫ୍ଟ ପାଇପାରିବେ କିମ୍ବା ୨୦୦୦ ଟଙ୍କାର ଏକ ତତ୍କାଳ ରିହାତି କୁପନ ପାଇପାରିବେ ।

ଅନର ୨୦୦ ୫ଜି ଦୁଇଟି ରଙ୍ଗ ବିକଳ୍ପ ଯଥା ମୁନ୍‌ଲାଇଟ ହ୍ୱାଇଟ ଓ ବ୍ଲାକ୍‌ରେ ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହେବ । ଏହାର ୧୨ଜିବି+୫୧୨ଜିବି ଭାରିଆଂଟ୍‌ର ମୂଲ୍ୟ ୩୯,୯୯୯ ଟଙ୍କା ଏବଂ ୮ଜିବି+୨୫୬ଜିବିର ୩୪୯୯୯ ଟଙ୍କା ରହିଛି । ଏହାର ସେଲ୍ ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟରାତ୍ରିରୁ ଓଡ଼ିଶାର ମେନ୍‌ଲାଇନ ଷ୍ଟୋର୍‌ଗୁଡିକରେ ଆରମ୍ଭ ହେବ । ଚଳିତ ଜୁଲାଇ ୨୦ ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ଏହି ସ୍ମାର୍ଟଫୋନ୍‌କୁ ୨୦୦୦ ଟଙ୍କାର ବ୍ୟାଙ୍କ ଅଫର୍ ଓ ୧୦୦୦ ଟଙ୍କାର ତତ୍କାଳ ରିହାତି ସହିତ ହାସଲ କରିପାରିବେ । ଏହାବ୍ୟତୀତ ଗ୍ରାହକମାନେ କିଛି ନିର୍ଦ୍ଧିଷ୍ଟ ମେନ୍‌ଲାଇନ ଷ୍ଟୋରଗୁଡିକରେ ୮୪୯୯ ଟଙ୍କା ମୂଲ୍ୟର ମାଗଣା ଅନର ଗିଫ୍ଟ ହାସଲ କରିପାରିବେ କିମ୍ବା ୨୦୦୦ ଟଙ୍କାର ତତ୍କାଳ ରିହାତି କୁପନ ପାଇପାରିବେ । ଉତ୍ସାହଜନକ ଅଫର୍ ସହିତ ଅନର ୨୦୦ ୫ଜି (୮ଜିବି+୨୫୬ଜିବି) ଭାରିଆଂଟ୍‌କୁ ୨୦ ଓ ୨୩ ଜୁଲାଇରେ ୨୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ହାସଲ କରାଯାଇପାରିବ ।

ଅନର୍ ୨୦୦ ସିରିଜରେ ଏକ ଟ୍ରିପଲ କ୍ୟାମେରା ସିଷ୍ଟମ ସହିତ ରହିଛି ଯେଉଁଥିରେ ଏକ ୫୦ଏମ୍‌ପି ପୋର୍ଟ୍ରେଟ ମେନ୍ କ୍ୟାମେରା , ୫୦ ଏମ୍‌ପି ପୋର୍ଟ୍ରେଟ ଟେଲିଫଟୋ କ୍ୟାମେରା, ୧୨ଏମ୍‌ପି ଅଲ୍‌ଟ୍ରା-ୱାଇଡ ଲେନ୍ସ ଓ ଏକ ୫୦ଏମ୍‌ପି ପୋର୍ଟ୍ରେଟ ସେଲ୍‌ଫି କ୍ୟାମେରା ସାମିଲ ଅଛି । ଏହି ସିରିଜ୍ ଏହାର ଏଆଇ-ଉନ୍ନତ ଅନର ଏଆଇ ପୋର୍ଟ୍ରେଟ ଇଞ୍ଜିନ ସହ ପୋର୍ଟ୍ରେଟ୍ ଫଟୋଗ୍ରାଫିକୁ ଉନ୍ନତ କରୁଛି, ଯାହାକୁ ଷ୍ଟୁଡିଓ ହାର୍‌କୋର୍ଟ ସହ ସହଭାଗିତାରେ ବିକଶିତ କରାଯାଇଥିଲା । ଉଭୟ ଡିଭାଇସ୍‌ରେ ଏଆଇ-ପରିଚାଳିତ ଆଇ-କମ୍ଫର୍ଟ ଓ ଆମୋଲେଡ କ୍ୱାଡ କର୍ଭଡ ଡିସ୍‌ପ୍ଲେ ରହିଛି । ଏହା ଅନର୍‌ର ମ୍ୟାଜିକ୍‌ଏଲ୍‌ଏମ୍ ଏଆଇ ସହିତ ମ୍ୟାଜିକଓଏସ୍ ୮.୦ (ଆଣ୍ଡ୍ରଏଡ୍ ୧୪) ଉପରେ ପରିଚାଳିତ, ଏହି ସିରିଜ ଅନର ୨୦୦ ପ୍ରୋରେ ସ୍ନାପ୍‌ଡ୍ରାଗନ ୮ଏସ୍ ଜେନ୍‌୩ ଓ ଅନର ୨୦୦ରେ ସ୍ନାପ୍‌ଡ୍ରାଗନ ୭ ଜେନ୍ ୩ ସହିତ ବାଧାମୁକ୍ତ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରୁଛି । ଅନର ୨୦୦ ସିରିଜ୍‌ରେ ଏକ ସେକେଣ୍ଡ-ଜେନେରେଶନ ୫୨୦୦ ଏମ୍‌ଏଏଚ୍ ସିଲିକନ-କାର୍ବନ ବ୍ୟାଟେରୀ ସାମିଲ ରହିଛି । ଅନର ୨୦୦ ସିରିଜ୍‌ରେ ଲାଇଟ୍‌ନିଙ୍ଗ ଫାଷ୍ଟ ୧୦୦ୱାଟ ୱାୟାରଡ୍ ଅନର ସୁପରଚାର୍ଜ ରହିଛି ଯାହା କେବଳ ୪୧ ମିନିଟ୍‌ରେ ଅନର ୨୦୦ ପ୍ରୋକୁ ସମ୍ପୂର୍ଣ୍ଣ ଚାର୍ଜ କରିଥାଏ । ପ୍ରୋ ଭାରିଆଂଟ୍ ୬୬ୱାଟ ୱାୟାରଲେସ୍ ଅନର୍ ସୁପରଚାର୍ଜ ପ୍ରଦାନ କରୁଛି । ଏହି ଲଂଚ୍ ସମ୍ପର୍କରେ ଏଚ୍‌ଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସିପି ଖଣ୍ଡେଲୱାଲ କହିଛନ୍ତି, “ ଅନର୍ ୨୦୦ ସିରିଜ୍‌ର ଶୁଭାରମ୍ଭ ଭାରତରେ ସ୍ମାର୍ଟଫୋନ୍ ଅଭିଜ୍ଞତାକୁ ପୁନଃପରିଭାଷିତ କରିବା ପାଇଁ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି । ଏହାର ଅତ୍ୟାଧୁନିକ ଏଆଇ-ପରିଚାଳିତ ପୋର୍ଟ୍ରେଟ ଫଟୋଗ୍ରାଫି, ଉତ୍କୃଷ୍ଟ ଡିସ୍‌ପ୍ଲେ ଟେକ୍ନୋଲୋଜି ଓ ପ୍ରଦର୍ଶନ କ୍ଷମତା ସହିତ ଅନର୍ ୨୦୦ ସିରିଜ୍ ଶିଳ୍ପରେ ନୂଆ ବେଂଚ୍‌ମାର୍କ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ରହିଛି ।”

 


Share It

Comments are closed.