ଭାରତୀୟ ବଜାରରେ ପ୍ରବେଶ କଲା ଅନର ୯ଏନ


ହୁୱାଇର ଉପ- ବ୍ରାଣ୍ଡ ଅନର ପକ୍ଷରୁ ବ୍ୟୟସାପେକ୍ଷ ମୂଲ୍ୟରେ ଏହାର ଷ୍ଟାଇଲିସ ନଚଯୁକ୍ତ ଆକର୍ଷଣୀୟ ସ୍ମାର୍ଟଫୋନ ୯ଏନର ର ଶୁଭାରମ୍ଭ କରାଯାଇଛି । ଏଥିରେ ଅନର ପକ୍ଷରୁ ନିଜର ଭାରତୀୟ ବ୍ୟବହାରକାରୀ ଏବଂ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ନଚ ଡିସପ୍ଲେ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ପ୍ରଦାନ କରାଯାଇଛି । ଅନର ୯ଏନ ତିନି ପ୍ରକାରର ଭାରିଆଣ୍ଟ ଯେପରିକି ୧୧,୯୯୯ ଟଙ୍କାରେ ୩ଜିବି ରାମ୍ ଏବଂ ୩୨ ଜିବି ରମ୍, ୧୩,୯୯୯ ଟଙ୍କାରେ ୪ଜିବି ରାମ ଏବଂ ୬୪ ଜିବି ରମ୍ ଏବଂ ୧୭,୯୯୯ ଟଙ୍କାରେ ୪ଜିବି ରାମ ଏବଂ ୧୨୮ ଜିବି ରମ୍ରେ ଉପଲବ୍ଧ । ଅନର୯ଏନ, ୧୨ଟି ସ୍ତରର ଗ୍ଲାସ କୋଟିଙ୍ଗ ଦ୍ୱାରା ପ୍ରସ୍ତୁତ ଯାହା ଏହି ସ୍ମାର୍ଟଫୋନକୁ ସ୍ମୁଥ, ମିରର ପରି ଫିନିସିଙ୍ଗ ସହିତ ପ୍ରିମିୟମ ଗ୍ଲସି ଲୁକ ପ୍ରଦାନ କରିଥାଏ । ଅନର ୯ଏନ ୪ଟି ସୁନ୍ଦର ଏବଂ ସ୍ୱତନ୍ତ୍ର ରଙ୍ଗ ଭାରିଆଣ୍ଟ ଯେପରିକି ଲାଭେଣ୍ଡର ପର୍ପଲ, ସାଫାୟାର ବ୍ଲୁ, ମିଡନାଇଟ ବ୍ଲାକ ଏବଂ ରବିନ ଏଗ ବ୍ଲୁ ସହିତ ଉପଲବ୍ଧ । ଉକ୍ତ ଫୋନଟି ସ୍ୱତନ୍ତ୍ରଭାବେ ଇ-କର୍ମସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ୩୧ଜୁଲାଇ ଅପରାହ୍ନ ୧୨ରୁ ଉପଲବ୍ଧ ହେବ । ଏହା ମଧ୍ୟ ଅନରର ଅଫିସିଆଲ ଷ୍ଟୋର hihonor.com/in ରେ ଉପଲବ୍ଧ ।

ଏହାର ଶୁଭାରମ୍ଭ ଅବସରରେ ହାୱାଇ ଇଣ୍ଡିଆ-ଗ୍ରାହକ ବ୍ୟବସାୟ ଗ୍ରୁପ, ସେଲ୍ସର ଉପସଭାପତି, ପି. ସଞ୍ଜିବ କହିଛନ୍ତି ଯେ, “ଅନରରେ ଆମ୍ଭେମାନେ ସର୍ବଦା ବ୍ୟୟସାପେକ୍ଷ ମୂଲ୍ୟରେ ଶ୍ରେଷ୍ଠ ଶ୍ରେଣୀର ଜ୍ଞାନକୌଶଳ ଏବଂ ସ୍ୱତନ୍ତ୍ର ଡିଜାଇନ ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଆଜି ଅନ୍ୟତମ ଶ୍ରେଷ୍ଠ –ଉତ୍ପାଦ ଅନର ୯ଏନର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ, ଯାହାକି ଭାରତୀୟ ସ୍ମାର୍ଟଫୋନ ବଜାରରେ ନିଶ୍ଚିନ୍ତଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।”
ଏହି ପରିପ୍ରେକ୍ଷୀରେ ଫ୍ଲିପକାର୍ଟ ମୋବାଇଲର, ବରିଷ୍ଠ ନିର୍ଦ୍ଦେଶ. ଆୟାପ୍ପାନ ରାଜଗୋପାଳ କହିଛନ୍ତିଯେ, “ଫ୍ଲିପକାର୍ଟ ସର୍ବଦା ଗ୍ରାହକ କେନ୍ଦ୍ରିୟ ଏବଂ ଆମ୍ଭେମାନେ ଗ୍ରାହକ ମାନଙ୍କୁ ପ୍ରେତ୍ୟକ ମୂଲ୍ୟାଙ୍କନରେ ଶ୍ରେଷ୍ଠ ଚୟନ ପ୍ରଦାନ କରିବାରେ ବିଶ୍ୱାସ ରଖୁଛୁ । ନଚ ଡିଜାଇନ ସହିତ ନୂତନ ଅନର୯ଏନର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ ।”


Share It

Comments are closed.