ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ରାଉଣ୍ଡ-୨ର ପ୍ରଥମ ରେସ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଚାଳକ ମୋହସିନ୍ ପରମବାନଙ୍କ ଆଧିପତ୍ୟ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସଏଫ୍‌୨୫୦ଆର୍‌ର ଦ୍ୱିତୀୟ ରାଉଣ୍ଡର ପ୍ରଥମ ରେସ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ।
ନିଜର ସ୍ପିଡ୍‌, ଧ୍ୟାନ ଓ ଅତୁଟ ପ୍ରତିବଦ୍ଧତା ଜରିଆରେ ଦର୍ଶକଙ୍କ ଭରପୁର ମନୋରଂଜନ କରିଥିବା ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଚମ୍ପିଆନ୍‌ସିପ୍‌ର ଦ୍ୱିତୀୟ ରାଊଣ୍ଡରେ ବିଶ୍ୱାସ ପ୍ରଦର୍ଶନ କରି ଗୌରବ ହାସଲ କରିଛନ୍ତି । ରାଉଣ୍ଡ-୨ର ରେସ୍‌-୧ରେ ମାଲାପୁରମର ୨୨ ବର୍ଷୀୟ ଚାଳକ ମୋହସିନ୍ ପିଙ୍କୁ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏ୍‌ଫ୨୫୦ଆର୍ ବର୍ଗରେ ଚମତ୍କାର ପ୍ରଦର୍ଶନ କରିବା ଦେଖିବାକୁ ମିଳିଥିଲା ଓ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ।
ଛଅ ଲ୍ୟାପ୍ ବିଶିଷ୍ଟ ଏହି ରେସ୍‌ରେ ମୋହସିନ୍ ଆଧିପତ୍ୟ ଜାରି ରଖି ନିଜର ଚମତ୍କାର ରେସିଂ ରଣନୀତି ଜରିଆରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ରେସ୍ ପରିଚାଳନାର ଦକ୍ଷତାକୁ ଏହି ଯୁବ ଚାଳକ ପ୍ରଦର୍ଶନ କରିଥିଲେ । ଗ୍ରିଡ୍‌-୧ରୁ ରେସ୍ ଆରମ୍ଭ କରି ସେ ଦ୍ରୁତ ଗତିରେ ଆଗକୁ ବଢ଼ି ଚତୁର୍ଥ ଲ୍ୟାପ୍ ସୁଦ୍ଧା ଅନ୍ୟ ଚାଳକମାନଙ୍କୁ ଅତିକ୍ରମ କରିଥିଲେ ଏବଂ ତଥାପି ସେ ମାପିଚୁପି ରେସ୍‌କୁ ବଜାୟ ରଖିଥିଲେ । ରେସ୍ ଆଗକୁ ବଢ଼ିବା ସହ ମୋହସିନ ନିଜର ରେସ୍‌କୁ ବଜାୟ ରଖି ୧୧:୨୪.୩୦୧ ସମୟ ନେଇ ରେସ୍ ଶେଷ କରିଛନ୍ତି । ତାଙ୍କ ବିଜୟ ତାଙ୍କ ଦକ୍ଷତା, ସମର୍ପଣ ଓ ଏହି କ୍ରୀଡ଼ା ପ୍ରତି ତାଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ।
ବେଙ୍ଗାଲୁରୁର ୨୦ ବର୍ଷୀୟ ଚାଳକ ପ୍ରକାଶ କାମାତ ନିଜର ଲୟ ବଜାୟ ରଖି ଶକ୍ତିଶାଳୀ ରେସିଂ ପଦ୍ଧତି ଜରିଆରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ତାଙ୍କର ରଣନୀତି ଭାବନା, ସ୍ଥିରତା ଓ ଅଭିଜ୍ଞତାକୁ ପ୍ରଦର୍ଶିତ କରିଛି । ସାରା ରେସ୍‌ରେ ସେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଥିଲେ । ମୋଟ ୧୧:୨୬.୦୯୫ ସମୟରେ ରେସ୍ ଶେଷ କରି ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।
ବେଙ୍ଗାଲୁରୁର ୨୨ ବର୍ଷୀୟ ଚାଳକ ଏଏସ୍ ଜେମ୍‌ସ ମଧ୍ୟ ନିଜର ସ୍ଥିରତା ଓ ଦକ୍ଷତା ପ୍ରଦର୍ଶନ କରିବା ସହ ୧୧:୨୬.୭୦୮ ସମୟ ନେଇ ରେସ୍ ଶେଷ କରିବା ସହ ତୃତୀୟ ସ୍ଥାନ ହାସଲ କରିଥିଲେ ।
ଦୁର୍ଭାଗ୍ୟବସତଃ ହାଇଦ୍ରାବାଦର ୧୯ ବର୍ଷୀୟ ଚାଳକ ବିଦାନି ରାଜିନ୍ଦର ଲ୍ୟାପ୍ ୧ରେ ଦୁର୍ଘଟଣାଗ୍ରସ୍ତ ହେବାରୁ ରେସ୍ ଶେଷ କରିପାରିନଥିଲେ ।


Share It

Comments are closed.