ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌‌ ଏନ୍‌ଏସ୍‌ଏଫ୍‌୨୫୦ଆରର ଦ୍ୱିତୀୟ ରାଉଣ୍ଡ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ପ୍ରସ୍ତୁତ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟର ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିବା ପରେ ଚଳିତ ସପ୍ତାହ ଶେଷ ଆଡ଼କୁ ଅନୁଷ୍ଠିତ ହେବାକୁ ଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଦ୍ୱିତୀୟ ରାଉଣ୍ଡ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ପ୍ରସ୍ତୁତ ରହିଛି ।
ଉଦଘାଟନୀ ରାଉଣ୍ଡ ବେଶ ଆକର୍ଷଣୀୟ ରହିଥିଲା ଏବଂ ଟ୍ରାକରେ ହୋଣ୍ଡା ଇଣ୍ଡିଆ ରେସିଂ ଟିମର ଯୁବ ଚାଳକମାନେ ଉଲ୍ଲେଖନୀୟ ଦକ୍ଷତା ଓ ନିରବଚ୍ଛିନ୍ନ ନିଷ୍ଠା ପ୍ରଦାନ କରିଥିଲେ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପର ଦ୍ୱିତୀୟ ରାଉଣ୍ଡରେ ପ୍ରଦର୍ଶନକୁ ଆହୁରି ଚମତ୍କାର ସ୍ତରକୁ ନେବା ଲାଗି ସେମାନେ ପ୍ରସ୍ତୁତ ହୋଇଛନ୍ତି ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପର ଏନଏସଏଫ୨୫୦ଆରର ପ୍ରଥମ ରାଉଣ୍ଡରେ ସ୍ମରଣୀୟ ରେସ ଦେଖିବାକୁ ମିଳିଥିଲା ଯେଉଁଥିରେ ଚେନ୍ନାଇର ଶ୍ୟାମ ସୁନ୍ଦର ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ଭାବେ ଉଭା ହୋଇଥିଲେ । ନିଜ ପୂର୍ବ ରେସିଂ ଅନୁଭୂତିକୁ ଉପଯୋଗ କରି ଶ୍ୟାମ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମୋହସିନ ପି ଓ ରକ୍ଷୀତ ଡାଭେଙ୍କୁ ଅତିକ୍ରମ କରିଥିଲେ । ଏକ ଆହ୍ୱାନପୂର୍ଣ୍ଣ ସ୍ଥାନରୁ ରେସ ଆରମ୍ଭ କରି ରେସରେ ଅଗ୍ରଣୀ ରହିବା ଏବଂ ଚୂଡ଼ାନ୍ତ ରେସରେ ପ୍ରଥମ ସ୍ଥାନ ହାସଲ କରିବା ପର୍ଯ୍ୟନ୍ତ ସେ ନିଜର ସ୍ତରକୁ ବଢ଼ାଇପାରିଥିଲେ ।
ମାଲାପୂରମର ୨୨ବର୍ଷୀୟ ଚାଳକ ମୋହସିନ ପି ଓ ଚେନ୍ନାଇର ୧୬ ବର୍ଷର ଚାଳକ ରକ୍ଷୀତ ଏସ ଡାଭେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ରକ୍ଷୀତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ପରେ ନିଜର ଅଭିଜ୍ଞତାକୁ ଉପଯୋଗ କରି ଦ୍ରୁତ ଗତି ଜରିଆରେ ମୋହସିନ ଦ୍ୱିତୀୟ ସ୍ଥାନରେ ପହଂଚିଥିଲେ ଏବଂ ପୋଡିୟମ ଫିନିସ ହାସଲ କରିଥିଲେ ।
ଦ୍ୱିତୀୟ ରାଉଣ୍ଡରେ ସେମାନଙ୍କୁ ବେଙ୍ଗାଲୁରୁର ଏ ଏସ ଜେମସ (୨୨ ବର୍ଷ), ପ୍ରକାଶ କାମାତ (୨୦ ବର୍ଷ) ଓ ହାଇଦ୍ରାବାଦର ବିଦାନି ରାଜିନ୍ଦର (୧୯ ବର୍ଷ) କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେବେ ।
ତାଙ୍କ ସହିତ ୬ ନୂଆ ଚାଳକ ଯୋଗ ଦେବେ ଏବଂ ସେମାନେ ହେଉଛନ୍ତି ବେଙ୍ଗାଲୁରୁର ସାଭିଅନ ସାବୁ (୧୬ ବର୍ଷ), ଚେନ୍ନାଇର ରକ୍ଷୀତ ଏସ ଡାଭେ (୧୬ ବର୍ଷ), ଜଗତିଶ୍ରୀ କୁମାରେସନ (୧୯ ବର୍ଷ), ଥିରୁଅନନ୍ତପୂରମର ଆରୋନ ସୋନି ଫର୍ଣ୍ଣାଡିସ (୧୫ ବର୍ଷ), ତ୍ରିଚିର ୱଗ ସୁଗି (୧୯ ବର୍ଷ) ଓ ହାଇଦ୍ରାବାଦର ଭିଗ୍ନେଶ ପୋଥୁ (୧୭ ବର୍ଷ)


Share It

Comments are closed.