ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ପକ୍ଷରୁ ଚାଳକଙ୍କ ଦଳ ଘୋଷଣା


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ପକ୍ଷରୁ ଯୁବ ଚାଳକମାନଙ୍କ ଦଳ ଘୋଷଣା କରାଯାଇଛି ।
ଭାରତରେ ଯୁବ ପ୍ରତିଭାବାନ ଚାଳକଙ୍କୁ ସମୃଦ୍ଧ ଓ ପ୍ରସାର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ୨୦୨୪ ସିଜନ ଏହାର କାର୍ଯ୍ୟ ଜାରି ରଖିବ । ପାଂଚ ରାଉଣ୍ଡ ବିଶିଷ୍ଟ ଏହି ସିଜନ୍‌ରେ ୧୪ ଜଣ ଯୁବ ଭାରତୀୟ ଚାଳକ ଅଂଶଗ୍ରହଣ କରି ସମ୍ମାନଜନକ ହୋଣ୍ଡା ଟିମ୍‌ର ପ୍ରତିନିଧିତ୍ୱ କରିବେ । ସେମାନେ ମୋଟୋ -୩ ରେସ୍ ମେସିନ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌କୁ ବ୍ୟବହାର କରିବେ ।
ଚଳିତ ବର୍ଷ ଛଅ ଜଣ ନୂଆ ଚାଳକଙ୍କୁ ଉପସ୍ଥାପନ କରି ପରବର୍ତୀ ପିଢ଼ିର ରେସିଂ ଚମ୍ପିଆନ୍ ସୃଷ୍ଟି କରିବା ଲାଗି ରହିଥିବା ପ୍ରତିବଦ୍ଧତାକୁ ହୋଣ୍ଡା ରେସିଂ ଇଣ୍ଡିଆ ଦୋହରାଇଛି । ହୋଣ୍ଡା ଟ୍ୟାଲେଂଟ୍ ହଂଟ୍ ଜରିଆରେ ଏହି ଚାଳକମାନଙ୍କୁ ଚୟନ କରାଯାଇଥିଲା ଯେଉଁମାନେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୋଟରସାଇକଲ୍ ରେସିଂ ଦୁନିଆରେ ଉଲ୍ଲେଖନୀୟ ପ୍ରଦର୍ଶନ, ସମର୍ପଣ ଏବଂ ସମ୍ଭାବନାକୁ ପ୍ରଦର୍ଶନ କରିଥିଲେ ।
ଜାତୀୟ ଓ ଅନ୍ତର୍ଜାତୀୟ ଚମ୍ପିଆନ୍ ସୃଷ୍ଟି କରିବା ଲାଗି ଏକ ସମ୍ମାନଜନକ ପ୍ଲାଟଫର୍ମ ହେଉଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ । ସମ୍ଭାବ୍ୟ ହୋଣ୍ଡା ରେସିଂ ଚାଳକମାନଙ୍କ ଉଲ୍ଲେଖନୀୟ ପ୍ରତିଭା ଓ ସମ୍ଭାବନାକୁ ଏହି ଚମ୍ପିଆନ୍‌ସିପ୍ ସାମ୍ନାକୁ ଆଣିବ । ଗୌରବ ପାଇଁ ଚାଳକମାନେ ପ୍ରତିଦ୍ୱନ୍ଦ୍ୱିତା କରିବା ବେଳେ ଯୁବ ଚାଳକମାନେ ଚେନ୍ନାଇର ଜାତୀୟ ରେସିଂ ସକିଟ୍‌ରେ ପ୍ରଭାବ ବିସ୍ତାର କରିବାର ସୁଯୋଗ ପାଇପାରିବେ ।
ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ୨୦୨୪ ସଂସ୍କରଣରେ ଚେନ୍ନାଇର ଶ୍ୟାମ ସୁନ୍ଦର (୨୦ ବର୍ଷ), ରକ୍ଷୀତ ଏସ୍ ଡାଭେ (୧୫ ବର୍ଷ), ବାଙ୍ଗାଲୋରର ଏଏସ୍ ଜେମ୍‌ସ (୨୨ ବର୍ଷ), ମାଲାପୂରମ୍‌ର ମୋହସିନ୍ ପି (୨୨ ବର୍ଷ), ବାଙ୍ଗାଲୋରର ପ୍ରକାଶ କାମାତ (୨୦ ବର୍ଷ), କୋହ୍ଲାପୁରର ସିଦେଶ ସାୱନ୍ତ (୨୨ ବର୍ଷ), ହାଇଦ୍ରାବାଦର ବିଦାନି ରାଜେନ୍ଦ୍ର (୧୯ ବର୍ଷ), ମୁମ୍ବାଇର ରାହିଶ ଖତ୍ରି (୧୬ ବର୍ଷ), ବାଙ୍ଗାଲୋରର ସୋଭିଅନ ସାବୁ (୧୬ ବର୍ଷ), ରକ୍ଷୀତ ଏସ୍ ଡାଭେ (୧୬ ବର୍ଷ), ଚେନ୍ନାଇର ଜଗତିଶ୍ରୀ କୁମାର (୧୯ ବର୍ଷ), ଥିରୁବନନ୍ତପୂରମର ଆରୋନ ସୋନି ଫର୍ଣ୍ଣାଡିସ୍ (୧୫ ବର୍ଷ), ତ୍ରିଚିର ଷ୍ଟିଭ୍ ୱଗ୍ ସୁଗି (୧୯ ବର୍ଷ) ଓ ହାଇଦ୍ରାବାଦର ବିଘ୍ନେଶ ପୋଥୁ (୧୭ ବର୍ଷ) ଚାଳକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ।


Share It

Comments are closed.