ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୪ ଜୁନରେ ୫,୧୮,୭୯୯ ଗାଡ଼ି ବିକ୍ରି


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ୨୦୨୪ ଜୁନ ମାସରେ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରାଯାଇଥିବା ଘୋଷଣା କରାଯାଇଛି ।
ଜୁନ ମାସରେ କମ୍ପାନି ୫,୧୮,୭୯୯ ଗାଡ଼ି ଡେସପ୍ୟାଚ୍ କରିବା ସହ ବାର୍ଷିକ ଭିତିରେ ୬୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଦେଶ ଭିତରେ କଂପାନି ୪,୮୨,୫୯୭ ଗାଡ଼ି ବିକ୍ରି କରିଥିବା ବେଳେ ୩୬,୨୦୨ଟି ଗାଡ଼ି ରପ୍ତାନି କରିଛି । ଦେଶ ଭିତର ବିକ୍ରିରେ କମ୍ପାନି ବାର୍ଷିକ ୫୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନିରେ ୭୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।
ଏହି ମାସରେ ଏଚଏମଏସଆଇ ପକ୍ଷରୁ ମେଘାଳୟର ସିଲଙ୍ଗରେ ପ୍ରଥମ ସେଲ୍‌ସ ଓ ସର୍ଭିସ୍ ଆଉଟଲେଟ ଖୋଲାଯାଇଥିଲା । ମେଘାଳୟରେ ଏହା କଂପାନିର ପ୍ରଥମ ଡିଲରସିପ ହୋଇଥିବା ବେଳେ ପୂର୍ବାଚଂଳରେ ୨୫ତମ ଏବଂ ପୂର୍ବ ଭାରତରେ ୧୭୪ତମ ଡିଲରସିପ ।
କମ୍ପାନି ପକ୍ଷରୁ ଏହି ମାସରେ ପଶ୍ଚିମବଙ୍ଗର ହାୱଡ଼ା, କେରଳର ମାଲାପୁରମ, ହିମାଚଳପ୍ରଦେଶର ଧର୍ମଶାଳା, ଆନ୍ଧ୍ରପ୍ରଦେଶର ଗଂଟୁର, ମଧ୍ୟପ୍ରଦେଶର ସିହୋର, କର୍ଣ୍ଣାଟକର ବେଙ୍ଗାଲୁରୁ, ଗୁଜରାଟର ଜାମନଗର, ମହାରାଷ୍ଟ୍ରର ନାସିକ ଓ ଜଳଗାଓଁରେ ସଡ଼କ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କଂପାନି ପକ୍ଷରୁ ତାମିଲନାଡ଼ୁର ତିରୁଚିରାପଲ୍ଲୀ ଟ୍ରାଫିକ ତାଲିମ ପାର୍କର ପଂଚ ବାର୍ଷିକୀକୁ ମଧ୍ୟ ପାଳନ କରାଯାଇଛି ।
ସିଏସଆର୍ କାର୍ଯ୍ୟକ୍ରମରେ ଏଚଏମଏସଆଇ ପକ୍ଷରୁ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ଏଥିରେ କଂପାନି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ୧ ଲକ୍ଷ ବୃକ୍ଷରୋପଣ କରି ଉଦାହରଣ ସୃଷ୍‌ଯି କରାଯାଇଛି । ଏଥି ସହିତ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ହରିୟାଣାର ଗୁରୁଗ୍ରାମ ସ୍ଥିତ ହୋଣ୍ଡା ସାମାଜିକ ବିକାଶ କେନ୍ଦ୍ରରେ ଯୋଗ ଦିବସ ପାଳନ କରାଯାଥିଲା । ସେଥିରେ ୨୦ରୁ ଅଧିକ ଆଖପାଖ ଗ୍ରାମର ୩୦୦ରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ ।
ସେହିପରି, ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚମ୍ପିଆନସିପରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମର ଚାଳକ କେଭିନ କ୍ୱିଂଟାଲ ଓ ମୋହସିନ ପରମବାନ ଜାପାନର ମୋବିଲିଟି ରିସୋର୍ଟ ମୋଟେଗିରେ ଏପି୨୫୦ ଶ୍ରେଣୀ ରେସରେ ସ୍ଥିରତା ପ୍ରଦର୍ଶନ କରିଥିଲେ । ଚହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପରେ ଚେନ୍ନାଇର ଶ୍ୟାମ ସୁନ୍ଦର ବିଜୟୀ ହୋଇଥିବା ବେଳେ ମୋହସିନ ପି ଦ୍ୱିତୀୟ ଓ ରକ୍ଷୀତ ଏସ ଡାଭେ ତୃତୀୟ ହୋଇଥିଲେ ।


Share It

Comments are closed.