ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩ ସିବି୩୦୦ଏଫ୍‌ର ବୁକିଂ ଆରମ୍ଭ


ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ସିବି ୩୦୦ଏଫ୍‌କୁ ଉନ୍ମୋଚନ କରାଯାଇଛି । ହୋଣ୍ଡାର ଆନ୍ତର୍ଜାତିକ ବଡ଼ ବାଇକ୍ ଡିଏନ୍‌ଏ ଅନୁସାରେ ପ୍ରସ୍ତୁତ ଏହି ବାଇକ୍ ହେଉଛି ସ୍ପୋର୍ଟି ପ୍ରଦର୍ଶନ ଓ ଅତୁଳନୀୟ ବ୍ୟକ୍ତିତ୍ୱର ସମାହାର । ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍ ଡିଲରସିପ୍‌ରେ ପହଂଚି ସିବି ୩୦୦ଏଫ୍‌ର ବୁକିଂ କରିପାରିବେ । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ ଏକ୍ସ ସୋ’ରୁମ୍‌) ୧,୭୦,୦୦୦ ଟଙ୍କା ରହିଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସୁମୁ ଓଟାନି କହିଛନ୍ତି ଯେ, “ଶୁଭାରମ୍ଭ ହେବା ପରଠାରୁ ହୋର୍ଡା ସିବି୩୦୦ଏଫ୍ ଗ୍ରାହକମାନଙ୍କୁ ଆକର୍ଷିତ କରୁଛି । ଏହାର ଅସଲି ଷ୍ଟ୍ରିଟ୍ ଫାଇଟର ଭାବ ଏବଂ ପ୍ରଦର୍ଶନ, ବିବିଧତା ଓ ଆଧୁନିକତାର ଚମତ୍କାର ସନ୍ତୁଳନକୁ ନେଇ ସିବି ୩୦୦ଏଫ୍ ଅତୁଳନୀୟ ଷ୍ଟାଇଲ, ଆରାମ ଓ ଶକ୍ତି ପ୍ରଦାନ କରି ପରବର୍ତୀ ପିଢ଼ି ଚାଳକଙ୍କ ଅଭିଳାଷ ପୂରଣ କରୁଛି । ନୂଆ ୨୦୨୩ ମଡେଲ୍‌ରେ ରହିଛି ଓବିଡି୨ ନିୟମ ପାଳନ କରୁଥିବା ଇଞ୍ଜିନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ଯାହା ସଡ଼କରେ ପ୍ରଦର୍ଶନ ଓ କ୍ଷୀପ୍ରତା ଜରିଆରେ ଗାଡ଼ି ଚାଳନା ଅନୁଭୂତିକୁ ବଢ଼ାଇବ ।”
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ ସେଲ୍‌ସ ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ସିବି ୩୦୦ଏଫ୍‌କୁ ଉନ୍ମୋଚନ କରି ଆମେ ବେଶ ଉତ୍ସାହିତ ଯାହା ହେଉଛି ଆମ ସମସ୍ତ ଗ୍ରାହକଙ୍କୁ ଉଲ୍ଲେଖନୀୟ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତାର ପ୍ରତୀକ । ଏକ ଅସଲି ଷ୍ଟ୍ରିଟ୍ ଫାଇଟର୍ ଭାବେ ସିବି୩୦୦ଏଫ୍ ଏହାର କ୍ଷୀପ୍ର୍ରତା ଓ ଶକ୍ତିଶାଳୀ ପ୍ରଦର୍ଶନ ଜରିଆରେ ସହରାଚଂଳ ଗାଡ଼ି ଚାଳନା ଅନୁଭୂତିକୁ ବଢ଼ାଇବ । ଏହାର ବୁକିଂ ଆରମ୍ଭ ହୋଇଥିବା ଘୋଷଣା କରି ଆମେ ରୋମାଂଚିତ ମନେ କରୁଛୁ । ନୂଆ ସିବି୩୦୦ଏଫ୍ କିଣନ୍ତୁ ଏବଂ ନିଜ ଗାଡ଼ି ଚାଳନା ରୋମାଂଚଙ୍କୁ ପରିମାର୍ଜିତ କରନ୍ତୁ ।’’
ହୋଣ୍ଡା ସିବି୩୦୦ଏଫ୍‌ରେ ରହିଛି ୨୯୩ ସିସିର ଅଏଲ୍‌-କୁଲ୍‌ଡ, ୪ ଷ୍ଟ୍ରୋକ୍‌, ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଂଜିନ ଯାହା ୧୮ କିଲୋୱାଟ୍ ଶକ୍ତି ଓ ୨୫.୬ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରିବ । ଏଥିରେ ରହିଛି ୬-ସ୍ପିଡ୍ ଗିୟରବକ୍ସ, ଆସିଷ୍ଟ ସ୍ଲିପର କ୍ଲଚ୍‌, ଡୁଆଲ ଚ୍ୟାନେଲ୍ ଏବିଏସ୍‌, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍‌, ଗୋଲ୍‌ଡେନ୍ ୟୁଏସ୍‌ଡି ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ ଇନଷ୍ଟ୍ରୁମେଂଟ୍ ପ୍ୟାନେଲ୍ ଓ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟିଂ ବ୍ୟବସ୍ଥା ରହିଛି । ଡିଲକ୍ସ ପ୍ରୋ ଭାରିଆଂଟ୍‌ରେ ଓ ସ୍ପୋର୍ଟସ୍ ରେଡ୍‌, ମ୍ୟାଟ୍ ମାର୍ଭେଲ୍ ବ୍ଲୁ ମେଟାଲିକ୍ ଓ ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍ ରଙ୍ଗରେ ୧,୭୦,୦୦୦ ଟଙ୍କାରେ ଏହା ଉପଲବ୍ଧ ହୋଇଛି ।


Share It

Comments are closed.