ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ‘ଏନର୍ଜି ପାଭିଲିୟନ’ ଉଦ୍‌ଘାଟିତ

Share It

ରାଉରକେଲା, ୨୮ ଜାନୁଆରୀ ୨୦୨୬: ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ଷ୍ଟଲ୍ ‘ଏନର୍ଜି ପାଭିଲିୟନ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୨୭ ଜାନୁଆରୀ (ଗତକାଲି) ଉଦଘାଟନ କରିଛନ୍ତି । ଏହି ଷ୍ଟଲରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍) ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ପ୍ରଦର୍ଶନ କରିଅଛି ।
ଏହି ଅବସରରେ ଶ୍ରୀ ଭବାନୀ ଭୋଇ, ମାନ୍ୟବର ଉପବାଚସ୍ପତି, ଓଡ଼ିଶା ବିଧାନସଭା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ଶିଳ୍ପମନ୍ତ୍ରୀ, ଶ୍ରୀ ଦୁର୍ଗାଚରଣ ତନ୍ତି, ମାନ୍ୟବର ବିଧାୟକ, ରଘୁନାଥପାଲି, ଏବଂ ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍, ଅତିରିକ୍ତ ମୁଖ୍ୟ ସଚିବ, ଓଡ଼ିଶା ସରକାର ଉପସ୍ଥିତ ରହିଥିଲେ ।

ଏହି ‘ଏନର୍ଜି ପାଭିଲିୟନ’ ଓଡ଼ିଶାର ଶକ୍ତି କ୍ଷେତ୍ରର ସମସ୍ତ ପ୍ରମୁଖ ସଂସ୍ଥାମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣି ଠିଆ କରିଅଛି । ଏଠାରେ ଟିପିଡବ୍ଲୁଓଡିଏଲ୍ ବ୍ୟତିତ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଗ୍ରୀଡକୋ, ଓଏଚପିସି, ଓପିଜିସି, ଓପିଟିସିଏଲ୍, ଟିପିସିଓଡିଏଲ୍, ଟିପିଏସଓଡିଏଲ୍, ଟିପିଏନଓଡିଏଲ୍, ଏବଂ ଓରିଡ଼ା ପରି ସଂସ୍ଥାମାନଙ୍କର ପ୍ରଦର୍ଶନୀ ରହିଛି । ଏହି ପାଭିଲିୟନ ମାଧ୍ୟମରେ ଶକ୍ତି କ୍ଷେତ୍ରର ଉନ୍ନତି, ନୂତନ ପଦକ୍ଷେପ ଓ ସହଯୋଗମୂଳକ ପ୍ରୟାସକୁ ପ୍ରଦର୍ଶିତ କରାଯାଉଅଛି ।

ଏହି ‘ଏନର୍ଜି ପାଭିଲିୟନ’ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାରେ ନିରଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରି ଶିଳ୍ପ ବିକାଶ ଓ ନିବେଶ ସହଜ ପରିବେଶ ସୃଷ୍ଟି ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରୁଅଛି ।


Share It

Comments are closed.