ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖୋର୍ଦ୍ଧାର ଜଟଣୀରେ ହୋମି ଭାବା କ୍ୟାନସର ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଂଟରର ଭିତିପ୍ରସ୍ତର ସ୍ଥାପନ


 ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହି ହସ୍ପିଟାଲ୍‌କୁ ନିର୍ମାଣ କରାଯିବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍‌)ର ପଠାଣୀ ସାମନ୍ତ ଅଡିଟୋରିୟମ୍‌ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହୋମି ଭାବା କ୍ୟାନସର ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଂଟର୍‌ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଜିର ଶିଳାନ୍ୟାସ ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଜଟଣୀର ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଆଣବିକ ଶକ୍ତି ବିଭାଗର ସଚିବ ଡକ୍ଟର ଅଜିତ କୁମାର ମହାନ୍ତି, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳୀନି ପଣ୍ଡିତ, ନାଇଜର୍‌ର ନିର୍ଦ୍ଦେଶକ ଡକ୍ଟର ପ୍ରଫେସର ଏଚ୍ ଏନ୍ ଘୋଷ, ମୁମ୍ବାଇର ଟାଟା ମେମୋରିଆଲ୍ ସେଂଟର (ଟିଏମ୍‌ସି)ର ନିର୍ଦ୍ଦେଶକ ଡକ୍ଟର ଆର୍ ଏ ବଡ୍‌ୱେ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ଟାଟା ଷ୍ଟିଲ୍ ଲିମିଟେଡ୍‌ର କର୍ପୋରେଟ୍ ସେବାର ଉପସଭାପତି ଶ୍ରୀ ଚାଣକ୍ୟ ଚୌଧୁରୀ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ରାୟ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଜଟଣୀରେ ୬୫ ଏକର ଜମିରେ ହୋମି ଭାବା କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଂଟର ସ୍ଥାପନ କରାଯିବ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହାକୁ ନିର୍ମାଣ ଓ ବିକାଶ କରାଯିବ । ଏହି ହସ୍ପିଟାଲ୍ ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତିଭୂମିରେ ଉନ୍ନତି ଆଣିବା ସହ ଏହି ଅଂଚଳବାସୀଙ୍କ କ୍ୟାନସର ରୋଗର ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବ ।
ଏହି ଅବସରରେ ନିଜ ଅଭିଭାଷଣରେ ଟାଟା ଷ୍ଟିଲ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସେବା ଉପସଭାପତି ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “କ୍ୟାନସର ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇରହିଥିବା ବେଳେ ରାଜ୍ୟରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ଏହି ହସ୍ପିଟାଲ୍ ଏକ ଉଲ୍ଲେଖନୀୟ ପଦକ୍ଷେପ । ଗୋଷ୍ଠୀ ସଂପୃକ୍ତି, ଘରୋଇ ସହଯୋଗିତା ଓ ସହଭାଗିତା ଜରିଆରେ ଓଡ଼ିଶାର ମୌଳିକ ବିକାଶମୂଳକ ସମସ୍ୟାର ମୁକାବିଲା ଲାଗି ଏକ ସାମାଜିକ ପ୍ରଭାବଶାଳୀ ମଡେଲ୍ ବିକାଶ କରିବାକୁ ଆମେ ଅଭିଳାଷ ରଖିଛୁ । ଓଡ଼ିଶାରେ କ୍ୟାସନର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଜାତୀୟ କ୍ୟାସନର ଗ୍ରିଡ୍‌ରେ ଏକ ମୂଲ୍ୟବାନ ଯୋଗଦାନ ଭାବେ ଏହି ହସ୍ପିଟାଲ୍‌ର ପରିକଳ୍ପନା କରାଯାଇଛି ।’’
ହୋମି ଭାବା କ୍ୟାନସର ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ୍ଚ ସେଂଟର କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାରେ କ୍ୟାସନର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବ । ଏଥି ସହିତ ରାଜ୍ୟବାସୀଙ୍କ ପାଖରେ ସହଜରେ ଉନ୍ନତ ମାନର କ୍ୟାନସର ଚିକିତ୍ସାକୁ ପହଂଚାଇବ ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁୁ ଓଡ଼ିଶାରେ ଜନ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଉଛି । ସ୍ଥାନୀୟ ଗୋଷ୍ଠୀ ସମୁଦାୟକୁ ହସ୍ପିଟାଲ୍ ଓ ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍ ଜରିଆରେ କ୍ଲିନିକାଲ୍ ସେବା ପ୍ରଦାନ କରୁଛି । ଜନନୀ (ମାତୃତ୍ୱ) ଓ ନବଜାତ ଚିକିତ୍ସା, ଅଣ ସଂକ୍ରାମକ ରୋଗ ଓ ଭେକ୍ଟର ବାହିତ ରୋଗର ମୁକାବିଲା କରିବା ଲାଗି ପ୍ରତିଷେଧମୂଳକ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରୁଛି ।


Share It

Comments are closed.