ହୋମଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍


ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମ୍ ଷ୍ଟୋର୍‌, ହୋମ୍ ଟାଉନ୍ ପକ୍ଷରୁ ପୁଣିଥରେ ସ୍ୱତନ୍ତ୍ର ‘ମାନୋ ୟା ନା ମାନୋ’ ସେଲ୍ ଭୁବନେଶ୍ୱର ଷ୍ଟୋରରେ (ସତ୍ୟନଗର,କେନ୍ଦ୍ରୀୟ ବିଦ୍ୟାଳୟ ବିପରୀତରେ) ଆରମ୍ଭ କରାଯାଇଛି । ଭୁବନେଶ୍ୱର ହୋମ୍ ଟାଉନ୍ ଷ୍ଟୋର୍ ହେଉଛି କମ୍ପାନୀର ଭାରତରେ ଅନ୍ୟତମ ସର୍ବବୃହତ୍ ଷ୍ଟୋର୍‌; ଏହି ଷ୍ଟୋର ୩୫,୦୦୦ ବର୍ଗଫୁଟ୍ ଅଂଚଳରେ ବ୍ୟାପି ରହିଥିବାବେଳେ ଏଠାରେ ଟ୍ରେଣ୍ଡି ଡିଜାଇନର ଫର୍ଣ୍ଣିଚର, ହୋମଓୟାର, ଇଲେକଟ୍ରୋନିକ୍ସ, ମଡ୍ୟୁଲାର କିଚେନ୍‌, ମଡ୍ୟୁଲାର ୱାରଡ୍ରବସ୍ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀର ବ୍ୟାପକ ସଂଗ୍ରହ ଗୋଟିଏ ଛାତ ତଳେ ମହଜୁଦ୍ ରହିଛି । ଏହି ଷ୍ଟୋର ଏକ ସ୍ୱତନ୍ତ୍ର ଏଣ୍ଡ-ଟୁ-ଏଣ୍ଡ ଇଂଟେରିୟର ଡିଜାଇନ୍ ଓ ପ୍ରୋଜେକ୍ଟ ଏକଜିକ୍ୟୁସନ ସର୍ଭିସ୍ ଡିଜାଇନ୍ ଓ ବିଲ୍ଡ ସୁବିଧା ପ୍ରଦାନ କରୁଛି ଯାହାକୁ ଗ୍ରାହକମାନେ ନିଜର ଘର ଡିଜାଇନ୍ କରିବା ପାଇଁ ବ୍ୟବହାର କରିପାରିବେ ।
ଫର୍ଣ୍ଣିଚର କଲେକ୍ସନରେ ଅସୀମିତ ରିହାତି ସହିତ ହୋମଟାଉନ୍‌ର ଏହି ଷ୍ଟୋର୍ ପାରମ୍ପରିକଠାରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନ୍ ସୌନ୍ଦର୍ଯ୍ୟତାକୁ ସୁହାଉଥିବା ଲିଭିଙ୍ଗ୍ ରୁମ୍‌, ଡାଇନିଙ୍ଗ୍ ରୁମ୍‌, ବେଡରୁମ୍ ଫର୍ଣ୍ଣିଚରର ଏକ ବ୍ୟାପକ ଓ ବିବିଧ ରେଞ୍ଜ ଉପଲବ୍ଧ କରୁଛି । ଏହି ଷ୍ଟୋର ଆପଣଙ୍କର ଦୈନନ୍ଦିନର ଆବଶ୍ୟକତା ପାଇଁ ଫର୍ଣ୍ଣିଚର ଏସେନ୍ସିଆଲର ଏକ ବ୍ୟାପକ ଶ୍ରେଣୀର ସଂଗ୍ରହ ମଧ୍ୟ ଉପଲବ୍ଧ କରୁଛି ।
ହୋମ୍‌ଟାଉନ୍‌ର ଏହି ଅତୁଳନୀୟ ହୋମଓୟାର କଲେକ୍ସନ ଡେକୋର୍‌, ଫର୍ଣ୍ଣିସିଙ୍ଗ୍‌, ଟେବୁଲ ଓୟାର, ଗ୍ଲାସ୍ ଓୟାର, କୁକ୍ ଓୟାର ଓ କିଚେନ୍ ଏସେନ୍ସିଆଲ ଆଦିର ନୂତନ ଆନ୍ତର୍ଜାତୀୟ ଟ୍ରେଣ୍ଡ ମଧ୍ୟ ପ୍ରଦାନ କରୁଛି । ଡେକୋର ଓ ହୋମ୍ ଫ୍ୟାସନର ୫୦୦୦ରୁ ଅଧିକ ଡିଜାଇନ୍ ସହ ଏହି ଷ୍ଟୋରରେ ଘରର ପ୍ରତ୍ୟେକଟି କୋଣ ପାଇଁ କିଛି ସ୍ୱତନ୍ତ୍ର ରହିଛି ।
ସେହିପରି ହୋମଟାଉନର ଅତୁଳନୀୟ ମଡ୍ୟୁଲାର ସେବା କିଚେନ୍ ଓ ୱାରଡ୍ରବସ୍ ପାଇଁ କଷ୍ଟମାଇଜଡ ମଡ୍ୟୁଲାର ସମାଧାନ ପ୍ରଦାନ କରୁଛି; ଯେଉଁଠାରେ ଗ୍ରାହକମାନେ ଇନ୍‌-ହାଉସ୍ ଡିଜାଇନର୍ ମାନଙ୍କ ଦ୍ୱାରା ନିର୍ମିତ ୧୦୦୦ରୁ ଅଧିକ ଷ୍ଟାଇଲ ଓ ଡିଜାଇନ୍ ମଧ୍ୟ ଚୟନ କରିପାରିବେ । ହୋମ୍‌ଟାଉନ୍‌ର ଇନ୍‌-ହାଉସ୍ ମଡ୍ୟୁଲାର କିଚେନ୍ ବ୍ରାଣ୍ଡ ଡ଼୍ୟୁରା କୁସନ୍‌ରେ ସର୍ବନିମ୍ନ ୫ ବର୍ଷର ୱାରେଂଟି ଓ ମାଗଣା ସର୍ଭିସ୍ କ୍ୟାମ୍ପ ସୁବିଧା ରହିଛି । ହୋମ୍‌ଟାଉନ୍ ସଫଳତାର ସହ ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପୀ ପ୍ରାୟ ୬୦,୦୦୦ରୁ ଅଧିକ କିଚେନ୍ ଡିଜାଇନ୍ କରିଛି । ଏହି ବ୍ରାଣ୍ଡ ଡିଜାଇନ୍ ଓ ବିଲ୍ଡରେ ଏକ ସ୍ୱତନ୍ତ୍ର ସେବା ମଧ୍ୟ ପ୍ରଦାନ କରୁଛି ଯାହା ଏଣ୍ଡ-ଟୁ-ଏଣ୍ଡ କଷ୍ଟମାଇଜଡ ଇଂଟେରିୟର ଡିଜାଇନ୍ ଓ ଘର ପାଇଁ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରୁଛି । ଗ୍ରାହକମାନେ ହୋମ୍‌ଟାଉନ୍‌ର ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନନା ଟିମ୍ ସହ ଇନ୍‌-ହାଉସ୍ ଇଂଟେରିୟର ଡିଜାଇନର୍‌ଙ୍କଠାରୁ ବ୍ୟକ୍ତିଗତ ଡିଜାଇନ୍ ସମାଧାନର ଲାଭ ଉଠାଇପାରିବେ । ଫ୍ୟୁଚର ଗ୍ରୁପ୍‌ର ଅଂଶ ଭାବେ ହୋମ୍ ଟାଉନ୍‌ର ଭାରତର ୨୩ଟି ସହରରେ ୫୧ଟି ଷ୍ଟୋର୍ ରହିଛି ଏବଂ ଦେଶବ୍ୟାପୀ ଏହାର ୭୦ ଲକ୍ଷରୁ ଅଧିକ ହ୍ୟାପି କଷ୍ଟମର ଏହି ଅଫର୍‌ର ଲାଭ ଉଠାଇପାରିବେ । ଏହି ବ୍ରାଣ୍ଡ ସର୍ବୋତ୍ତମ ଗ୍ରାହକ ଅଭିଜ୍ଞତା ଏବଂ ମାଗଣା ଡେଲିଭରି, ସେମ୍ ଡେ ଇନଷ୍ଟଲେସନ୍‌, ମାଗଣା ସର୍ଭିସ୍ କ୍ୟାମ୍ପ, ଅନ୍ ଟାଇମ୍ ଡେଲିଭରି ଓ ଫର୍ଣ୍ଣିଚର୍‌ର ଲାଇଫଟାଇମ୍ ମେଂଟେନାନ୍ସ ଭଳି ବିକ୍ରି ପରବର୍ତୀ ସେବା ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛି ।


Share It

Comments are closed.