ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ


ଆପଣ ପ୍ରତିଦିନ ଅଫିସ ଯିବା, ସେଠାରେ ସାରାଦିନ ବସିରହିବା, ଭୋକ ଲାଗିଲେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଏହା ବ୍ୟତୀତ ସମୟର ଧ୍ୟାନ ନ ଦେବା ଆଦି କାରଣରୁ ଗ୍ୟାସ ସମସ୍ୟା ଦେଖାଦେଇଥାଏ ଏବଂ ଆଜିକାଲି ଏହି ସମସ୍ୟା ସାଧାରଣ ହୋଇଗଲାଣି । କିନ୍ତୁ ଯଦି ଆପଣ ନିଜ ଦୈନନ୍ଦିନ ଅଭ୍ୟାସରେ କଛି ସୁଧାର କରିନେବେ ତେବେଯାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
• ଗ୍ୟାସହେବାର ମୁଖ୍ୟ କାରଣ ହେଉଛି ବହୁତ ସମୟ ବସି ରହିବା । ତେଣୁ ଅଫିସରେ ଏକ ଘଣ୍ଟାରୁ ଅଧିକ ସମୟ ବସି କାମ କରନ୍ତୁ ନାହିଁ । ମଝିରେ ମଝିରେ ଉଠି ଅଳ୍ପ ସମୟ ବୁଲିବା ଦ୍ୱାରା ପେଟକୁ ଆରାମ ମିଳିବା ସହ ମେରୁଦଣ୍ଡ ଏବଂ ଆଖିକୁ ମଧ୍ୟ ଆରାମ ମିଳିଥାଏ ।
• ଲଞ୍ଚ ଖାଇବା ପରେ ତୁରନ୍ତ ଚଉକିରେ ବସନ୍ତୁ ନାହିଁ । ଟିକେ ସମୟ ଏପଟ ସେପଟ ହୁଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ଫୁର୍ତ୍ତି ରହିବା ସହ ନିଦ ମଧ୍ୟ ଲାଗିନଥାଏ । ଏହା ସହିତ ଗ୍ୟାସ ସମସ୍ୟା ମଧ୍ୟ ଦୂରେଇରହିଥାଏ ।
• ଖାଦ୍ୟଖାଇବା ପରେ ଲେମ୍ବୁପାଣି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ସିଷ୍ଟମ ଠିକ ରହିଥାଏ । ଏଣୁ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅଳ୍ପ ଅମୃତଭଣ୍ଡାକୁ କାଟି ଟିଫିନରେ ନିଅନ୍ତୁ ଯାହା ଖାଦ୍ୟ ହଜମରେ ସହାୟକ ହେବା ସହ ଆପଣଙ୍କୁ ଗ୍ୟାସ ସମସ୍ୟାଠାରୁ ମଧ୍ୟ ଦୂରେଇଥାଏ ।
• ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା ଦ୍ୱାରା ପେଟ ଫୁଲିଯିବା ଦେଖାଯାଇଥାଏ ଯାହାର କାରଣ ଗ୍ୟାସ ହୋଇଥାଏ । ଗ୍ରୀନ ଟୀ ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।
• ଗୁଜୁରାତି ପାଉଡର କୁ ପାଣିରେ ଫୁଟାନ୍ତୁ ଏବଂ ଅଳ୍ପ ଉଷୁମ ଥିବା ଅବସ୍ଥାରେ ଭୋଜନ ପୂର୍ବରୁ ପିଅନ୍ତୁ । ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
• ପ୍ରତିଦିନ ସକାଳୁ ତିନିକୋଲା ରସୁଣ ଏବଂ କିଛି ଖଣ୍ଡ ଅଦାକୁ ଖାଲିପେଟରେ ଖାଆନ୍ତୁ । ନଚେତ ଅଦାଖଣ୍ଡକୁ ଲେମ୍ବୁ ରସରେ ବୁଡ଼ାଇଖାଆନ୍ତୁ । ଏହା ବ୍ୟତୀତ ପ୍ରତିଦିନ ପୋଦିନା ପାଣିକୁ ଦିନରେ ତିନି ଚାରି ଥର ପିଅନ୍ତୁ । ଏହିସବୁ ଉପାୟ ପେଟ ସମସ୍ୟାକୁ ଦୂର ରଖିଥାଏ ।


Share It

Comments are closed.