ଆଜ୍ମାର ସହଜ ଏବଂ ଉପଯୋଗୀ ଘରୋଇ ଉପଚାର


ଆଜମା ଏକ ଫୁସ୍ଫୁସ୍ ଜନିତ ରୋଗ । ଆଲାର୍ଜି, ବାୟୁ ପ୍ରଦୂଷଣ, ଋତୁର ସ୍ଥିତି ଯୋଗୁଁ ଆଜ୍ମା ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ ଓ ଫୁସ୍ଫୁସ୍କୁ ବାୟୁ ଚଳାଚଳ ଠିକ୍ ଭାବେ ହୋଇ ନ ଥାଏ । କାଶ ହେବା, ନିଶ୍ୱସ ଏବଂ ଛାତିରେ କଷ୍ଟ ଅନୁଭବ ହେବା ଏହାର ଲକ୍ଷଣ । ଆପଣମାନେ ଏହାର ଉପଚାର ପାଇଁ ଔଷଧ ଗ୍ରହଣ କରିଥାଆନ୍ତି । କିନ୍ତୁ ଘରୋଇ ଉପାୟରେ ମଧ୍ୟ ଆପଣ ଏହାର ଉପଚାର କରିପାରିବେ ।

• ନିୟମିତ କଫି ପିଇବା ଦ୍ୱାରା ଆଜ୍ମା ନିୟନ୍ତ୍ରଣରେ ରହିଥାଏ । ଗରମ ଓ କଡ଼ା କଫି ଶ୍ୱାସନଳୀକୁ ପରିଷ୍କାର କରିବା ସହ ଶ୍ୱାସକ୍ରିୟାରେ ଦେଖାଯାଉଥିବା ସମସ୍ୟାକୁ ଦୂର କରିଥାଏ । ଯଦି କଫି ପିଇବାକୁ ପସନ୍ଦ କରୁନାହାନ୍ତି ତେବେ ଗରମ ବ୍ଲାକ୍ ଟି ମଧ୍ୟ ନେଇପାରିବେ । ଦୈନିକ ଉପଚାର ପାଇଁ ଏହାକୁ ବ୍ୟବହାର କରନ୍ତୁ ନାହିଁ ।
• ସମ ପରିମାଣରେ ଅଦା ରସ, ବେଦନା ରସ ଏବଂ ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଦିନକୁ ଦୁଇରୁ ତିନି ଥର ଏକ ବଡ଼ ଚାମଚରେ ସେବନ କରନ୍ତୁ ।
• ଏକ ଅଦା ଖଣ୍ଡକୁ କାଟି ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ । ପାଣି ଥଣ୍ଡା ହେବା ପରେ ଏହାକୁ ପିଅନ୍ତୁ ।
• ଏକ ଚାମଚ ମେଥି, ଏକ ଚାମଚ ଅଦାରସ ଓ ଏକ ଚାମଚ ମହୁ ମିଶାଇ ଗରମ କରନ୍ତୁ । ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପାନ କରନ୍ତୁ ।
• ଆଜ୍ମା ଆକ୍ରମଣ କରିବା ସମୟରେ ସୋରିଷ ତେଲକୁ ଗରମ କରି ଛାତି ଏବଂ ପିଠିରେ ଭଲ ଭାବରେ ମାଲିସ୍ କରନ୍ତୁ ।
• ଏକ ଚତୁର୍ଥାଂଶ କପ୍ କ୍ଷୀରରେ ଦୁଇ କୋଲା ରସୁଣକୁ ପକାଇ ଫୁଟାନ୍ତୁ । ଏହାକୁ ଥଣ୍ଡା କରି କିଛି ସମୟ ପରେ ପିଅନ୍ତୁ ।
• ଦୈନିକ ପିଆଜ ଖାଇବା ଦ୍ୱାରା ଆଜ୍ମା ରୋଗରୁ ଉପସମ ମିଳିଥାଏ । ଏଥିରେ ଥିବା କମଫ୍ଲାମାଟୋରୀ ଗୁଣ ଫୁସ୍ଫୁସକୁ ସୁରକ୍ଷା ଦେବା ସହ ଶ୍ୱାସପ୍ରଶ୍ୱାସର ସମସ୍ୟାକୁ ଦୂର କରିଥାଏ ।
• ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି । ଏକ ଗ୍ଲାସ୍ ପାଣିରେ ଲେମ୍ବୁରସ ମିଶାଇ ପିଅନ୍ତୁ ।

Share It

Comments are closed.