କଙ୍ଗନାଙ୍କୁ ମିଳିଲା ୱାଇ ସିକ୍ୟୁରିଟି, ଅମିତ ଶାହାଙ୍କୁ ଦେଲେ ଧନ୍ୟବାଦ


ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମିଳିଛି ୱାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍କନାଙ୍କୁ ୱାଇ ସିକ୍ୟୁରିଟି ପ୍ରଦାନ କରିଛନ୍ତି। କଙ୍ଗନା ଓ ଶିବସେନା ନେତା ସଂଜୟ ରାଣାୱତଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା। ସଂଜୟ ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ମାତ୍ର କଙ୍ଗନା ମୁମ୍ବାଇ ଆସିବେ ବୋଲି ତାଙ୍କୁ ଚାଲେଞ୍ଜ କରିଥିଲେ।

ଏବେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ୱାଇ ସିକ୍ୟୁରିଟି ଦେବା ଫଇସଲା ନେଇଛନ୍ତି। ତାଙ୍କ ସୁରକ୍ଷାରେ ୧୧ ଯବାନ ନିଯୁକ୍ତ ରହିବେ। ସେଥିରେ ଜଣେ କି ଦୁଇ ଜଣ କମାଣ୍ଡର ଓ ବାକି ସମସ୍ତେ ପୋଲିସକର୍ମୀ ରହିବେ। କୁହାଯାଉଛି ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ପହଞ୍ଚିବା ମାତ୍ରେ ତାଙ୍କୁ ୱାଇ ସିକ୍ୟୁରିଟି ମିଳିବ। ୱାଇ ସିକ୍ୟୁରିଟି ମିଳିବା ଖୁସିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି- ‘କୌଣସି ଦେଶଭକ୍ତର ସ୍ୱରକୁ କେହି ଚାପି ଦେଇପାରିବେ ନାହିଁ, ଏହା ହେଉଛି ତରେ ପ୍ରମାଣ। ମୁଁ ଅମିତ ଜୀଙ୍କ ପାଖରେ କୃତଜ୍ଞ। ସେ ଚାହିଁଥିଲେ ଏଭଳି ପରିସ୍ଥିତିରେ ମୋତେ ମୁମ୍ବାଇ କିଛି ଦିନ ନ ଆସିବାକୁ ପରାମର୍ଶ ଦେଇପାରିଥାନ୍ତେ। ମାତ୍ର ସେ ଭାରତର ଗୋଟିଏ ଝିଅର ବଚନର ମାନକୁ ରଖିଛନ୍ତି। ଆମ ସ୍ୱାଭିମାନ ଓ ଆତ୍ମ ସମ୍ମାନର ମାନ ରଖିଛନ୍ତି।’

ତେବେ ତାଙ୍କ ବାପା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ କଙ୍ଗନାଙ୍କ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଚିଠି ଲେଖିଥିଲେ। ତା‘ପରେ ତାଙ୍କୁ ଏ ସୁରକ୍ଷା ମିଳିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ବହୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ବଲିଉଡ୍ ମାଫିଆ, ନିପୋଟିଜମ ଓ ଏବେ ଡ୍ରଗ୍ସ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ବୟାନ ଯୋଗୁ କଙ୍ଗନାଙ୍କୁ ବଲିଉଡ ସେଲିବ୍ରିଟି ସମେତ କିଛି ରାଜନୈତିକ ଦଳର ଶିକାର ହେବାକୁ ପଡ଼ୁଛି।


Share It

Comments are closed.