ନୂଆ ବର୍ଷରେ ଘର ସଜାଇବାର ଟିପ୍ସ


ନୂଆ ବର୍ଷ ଏକ ନୂଆ ଆରମ୍ଭ ଆଣିଥାଏ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ କେବେ ଘରକୁ ଏକ ନୂଆ ଆରମ୍ଭ ବା ନୂଆ ଲୁକ୍ ଦେବା କଥା ଚିନ୍ତା କରିଛନ୍ତି କି? ଯଦି ହଁ ତେବେ ଆପଣ ନିଜ ଘର ପାଇଁ ଏଭଳି କିଛି ସାମଗ୍ରୀ ଅନ୍ଲାଇନ୍ ଅର୍ଡର କରିପାରିବେ କିନ୍ତୁ ମାର୍କେଟରୁ କିଣିପାରିବେ ଯାହା ଘରକୁ ଏକ ନୂଆ ଲୁକ୍ ଦେବ । ଘରର ମେକ୍ଓଭର ପାଇଁ ନିମ୍ନଲିଖିତ କିଛି ସାମଗ୍ରୀ ଖୁବ୍ କାମରେ ଆସିଥାଏ ।
କଲରଫୁଲ୍ କୁସନ୍: ଆଜିକାଲି ଫର୍ କିମ୍ବା ସିକ୍ୱେନ୍ କୁସନର ଟ୍ରେଣ୍ଡ ଚାଲିଛି । ସୋଫାରେ ରଖାଯାଉଥିବା ଫର୍ କୁସନ୍ ଦେଖିବାକୁ ଖୁବ୍ ଗ୍ଲାମରସ ଓ ଆକର୍ଷଣୀୟ ଲାଗିଥାଏ । ଫର୍ ବିଶିଷ୍ଟ କୁସନ ସହ ଘରର ଚଟାଣରେ ଫ୍ଲୋର ମ୍ୟାଟ୍ରେସ୍ କିମ୍ବା ମ୍ୟାଟ୍ ପକାଇ ତାହା ଉପରେ ଏହି କୁସନଗୁଡିକୁ ରଖି ସଜାଇପାରିବେ ।
ଫୈରୀ ଲାଇଟ୍ସ: ଫୈରୀ ଲାଇଟ୍ ଲଗାଇ ଆପଣ ନିଜ ବେଡ୍ରୁମ୍, ହଲ୍ କିମ୍ବା ଡାଇନିଙ୍ଗ୍ ଏରିଆକୁ ସଜାଇପାରିବେ ଫୈରୀ ଲାଇଟ୍କୁ ଫଟୋ ସେସନ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଯଦି ଆପଣ ସେଲ୍ଫି ନେବାକୁ ଭଲ ପାଉଥାନ୍ତି ତେବେ ସେଠାରେ ଫଟୋ କ୍ଲିକ୍ କରାଇପାରିବେ ।
ହ୍ୟାଙ୍ଗିଙ୍ଗ୍ ଲାଇଟ୍: ହ୍ୟାଙ୍ଗିଙ୍ଗ୍ ଲାଇଟ୍ ଜରିଆରେ ମଧ୍ୟ ଘରକୁ ନୂଆ ଓ କୁଲ୍ ଲୁକ୍ ଦେଇହେବ ଆପଣ ଏହାକୁ ଘରର କାନ୍ଥ କିମ୍ବା ଦ୍ୱାର ମଝିରେ ଟାଙ୍ଗି ପାରିବେ । ସନ୍ଧ୍ୟା ସମୟରେ ହ୍ୟାଙ୍ଗିଙ୍ଗ୍ ଲାଇଟ୍ର ଲୁକ୍ ଭଲ ଆସିଥାଏ । ଅନ୍ଲାଇନ୍ ୱେବ୍ସାଇଟ୍ଗୁଡିକରେ ଅନେକ ଷ୍ଟାଇଲିସ୍ ହ୍ୟାଙ୍ଗିଙ୍ଗ୍ ଲାଇଟ୍ ସୁଲଭ ଦରରେ ଉପଲବ୍ଧ ହେଉଛି ।
ପ୍ଲାଂଟ୍: ଘର ସଜାଇବା ପାଇଁ ଆର୍ଟିଫିସିଆଲ ଫ୍ଲାୱାର ପଟ୍ ସ୍ଥାନରେ ଜୀବନ୍ତ ପ୍ଲାଂଟ୍ ଲଗାଇପାରିବେ । ରୁମ୍ର କେକକାଣରେ ଅନେକ ପ୍ରକାରର ଇନ୍ଡୋର ପ୍ଲାଂଟ୍ ରଖିପାରିବେ । ଏହାଛଡା ଛାତ ଏବଂ ବାଲକୋନିରେ ମଧ୍ୟ ଆପଣ ପ୍ଲାଂଟ୍ ଲଗାଇ ତାହାକୁ ସଜାଇପାରିବେ ।
ପେଂଟିଙ୍ଗ୍: ଘର ସଜାଇବା ଲାଗି ଆପଣ ଅନେକ ପ୍ରକାରର ସୁନ୍ଦର ଆର୍ଟ ପେଂଟିଙ୍ଗ ଲଗାଇପାରିବେ । ଭିନ୍ନ ଭିନ୍ନ ରୁମ୍ ପାଇଁ ସ୍ୱତନ୍ତ୍ର ପେଂଟିଙ୍ଗ୍ ଉପଲବ୍ଧ ହେଉଛି ।


Share It

Comments are closed.