କରୋନା ଆକ୍ରାନ୍ତରେ ପ୍ରାଣ ହରାଇଲେ ହଲିଉଡ ଅଭିନେତା ମାର୍କ ବ୍ଲୁମ


ହଲିଉଡ ଅଭିନେତା ମାର୍କ ବ୍ଲୁମ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ହଲିଉଡରେ ଏହା କରୋନା ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ହଲିଉଡର ଆଉ ଦୁଇ ଜଣ ଅଭିନେତା ମଧ୍ୟ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ୧୯୫୦ରେ ଜନ୍ମିତ ମାର୍କ ବ୍ଲୁମ ୮୦ରୁ ଅଧିକ ଫିଲ୍ମରେ ଅଭିନୟ ମଧ୍ୟ କରି ସାରିଛନ୍ତି । ଶତାଧିକ ହଲିଉଡ ବ୍ୟକ୍ତିତ୍ୱ ଏବେ କ୍ୱାରାଣ୍ଟିନରେ ଥିବାବେଳେ ଫିଲ୍ମ ଶିଳ୍ପ ବର୍ତ୍ତମାନ ଗୁରୁତର ଭାବେ ପ୍ରଭାବିତ ହୋଇଛି
ପ୍ରକାଶ ଥାଉକି, ଚାଇନା ପରେ ଇଟାଲୀ ବର୍ତ୍ତମାନ କରୋନା ଭାଇରସର ମୁଖ୍ୟ କେନ୍ଦ୍ରସ୍ଥଳୀ ପାଲଟିଥିବାବେଳେ ସେଠାରେ ସମୟ ବିତିବା ସହ ଦିନକୁ ଦିନ ମୃତ୍ୟୁର ହାର ମଧ୍ୟ ବାଢିବାରେ ଲାଗିଛି । ଏହି ମହାମାରୀରେ ଯଦି ସବୁଠାରୁ ଅଧିକ କ୍ଷୟକ୍ଷତି କେଉଁ ଦେଶରେ ହୋଇଥାଏ, ତେବେ ତାହା ଇଟାଲୀ ଅଟେ । ୟରୋପର ଏହି ଦେଶରେ ବର୍ତ୍ତମାନ ସୁଧା୮ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି ।
ଇଟାଲୀ ପରେ ଆମେରିକାର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୬ ଲକ୍ଷ ପାଖାପାଖି ସଂକ୍ରମିତ ହୋଇସାରିଲେଣି । ଯଦି ଭାରତ କଥା କହିବା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ନୂଆ ମାମଲା ସାମନାକୁ ଆସିଛି ।


Share It

Comments are closed.