ଏଚଏମଡି ପକ୍ଷରୁ ଉତ୍ସବ ଋତୁରେ ୮,୯୯୯ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଏଚଏମଡି ଭାଇବ ୫ଜି ଉନ୍ମୋଚିତ; ଏଚଏମଡି ୧୦୧ ଓ ୧୦୨ ୪ଜି ଫିଚର ଫୋନ ସାମିଲ

Share It

ଭୁବନେଶ୍ୱର: ମାନବୀୟ କୈନ୍ଦ୍ରୀକ ମୋବାଇଲ ଡିଭାଇସ ନିର୍ମାତା ଏଚଏମଡି ପକ୍ଷରୁ ପୂଜା ଋତୁରେ ତିନିଟି ଆକର୍ଷଣୀୟ ଉତ୍ପାଦ ଏଚଏମଡି ଭାଇବ ୫ଜି, ଏଚଏମଡି ୧୦୧ ୪ଜି ଓ ଏଚଏମଡି ୧୦୨ ୪ଜି ଉନ୍ମୋଚନ କରାଯାଇଛି। ସୁଲଭ ମୂଲ୍ୟର ପରବର୍ତ୍ତୀ ପିଢ଼ିର ୫ଜି ପ୍ରଦର୍ଶନ ଏବଂ ଛୋଟ ଓ ଭରସାଯୋଗ୍ୟ ଫିଚର ଫୋନ ସମେତ ଏହି ନୂତନ ଫୋନଗୁଡ଼ିକ ଗ୍ରାହକମାନଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବ।
ଏଚଏମଡି ଭାଇବ ୫ଜି ଜରିଆରେ କମ୍ପାନି ସୁଲଭ ୫ଜି ସ୍ମାର୍ଟଫୋନ ବର୍ଗରେ ପ୍ରବେଶ କରି ଗ୍ରାହକମାନଙ୍କ ପାଇଁ ଶକ୍ତିଶାଳୀ ପ୍ରୋସେସିଂ, ଉନ୍ନତ ଭିଜୁଆଲ ଓ ଦକ୍ଷ କ୍ୟାମେରା ଆଣିଛି। ଏଥିରେ ୬.୬୭ ଇଂଚ ଏଚଡି+ ଏଚଆଇଡି ଏଲସିଡି, ୯୦ ହର୍ଜ ରିଫ୍ରେସ ରେଟ, ପଛରେ ୫୦+୨ ଏମପି ଏବଂ ସାମ୍ନାରେ ୮ ଏମପି କ୍ୟାମେରା, ୫୦୦୦ ଏମଏଏଚ ବ୍ୟାଟେରି, ୧୮ ୱାଟ ଫାଷ୍ଟ ଚାର୍ଜର, ଆଣ୍ଡ୍ରଏଡ ୧୫ ଅପରେଟିଂ ସିଷ୍ଟମ, ୟୁନିସକ ଟି୭୬୦, ୬ ଏନଏମ, ୨.୨ ଗିଗାହର୍ଜ ଅକ୍ଟା-କୋର ପ୍ରୋସେସର, ୪ଜି ରାମ, ୪ ଜିବି ଭର୍ଚୁଆଲ ରାମ ଓ ୧୨୮ ଜିବି ରମ ରହିଛି। ଏହା ଉପରେ ଏକ ବର୍ଷର ବଦଳ ୱାରେଟିଂ ପ୍ରଦାନ କରାଯାଉଛି।
ଏଚଏମଡି ୧୦୧ ୪ଜି ଏବଂ ଏଚଏମଡି ୧୦୨ ୪ଜିରେ ୨” କ୍ୟୁକ୍ୟୁଭିଜିଏ ଡିସପ୍ଲେ, ୟୁଏସବି ଟାଇପ-ସି, ବ୍ଲୁଟୁଥ ଓ ଡୁଆଲ ସିମ ସଂଯୋଗ, ୧୦୦୦ ଏମଏଏଚ ବ୍ୟାଟେରି, ୩୨ ଜିବି ବାହ୍ୟ ମେମୋରି ସହାୟତା, ୧ ବର୍ଷର ରିପ୍ଲେସମେଣ୍ଟ ୱାରେଂଟି, ଏଫଏମ ରେଡିଓ, ଏମପି ୩ ପ୍ଲେୟାର, କ୍ଳାଉଡ ଆପ, ଆଂଚଳିକ ଭାଷା ସହାୟତା, ବଡ଼ ବଟନ, ଟର୍ଚ ଆଦି ସୁବିଧା ରହିଛି। ଏଚଏମଡି ୧୦୧ ୪ଜି ଗାଢ଼ ନୀଳ, ଲାଲ ଓ ନୀଳ ଏବଂ ଏଚଏମଡି ୧୦୨ ୪ଜି ଗାଢ଼ ନୀଳ, ଲାଲ ଓ ବାଇଗଣି ରଙ୍ଗରେ ଉପଲବ୍ଧ ହୋଇଛି। ଏଚଏମଡି ୧୦୨ ୪ଜିରେ କ୍ୟୁଭିଜିଏ କ୍ୟାମେରା ସହ ଫ୍ଲାସ୍ ରହିଛି।
ଏହାର ଉନ୍ମୋନଚ ଅବସରରେ ଏଚଏମଡିର ଭାରତ ଓ ଏପିଏସିର ଭିପି ଓ ସିଇଓ ରବି କନୱର କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏଚଏମଡି ଭାଇବ ୫ଜି, ଏଚଏମଡି ୧୦୧ ୪ଜି ଓ ଏଚଏମଡି ୧୦୨ ୪ଜିକୁ ପ୍ରସ୍ତୁତ କରାଯାଇଛି। ଏଚଏମଡି ଭାଇବ ୫ଜି ସ୍ମାର୍ଟଫୋନ ସହିତ ଆମେ ପରବର୍ତ୍ତୀ ପିଢ଼ିର ସଂଯୋଗକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ଚାହୁଛୁ ଏବଂ ଏଚଏମଡି ୧୦୧ ୪ଜି ଓ ଏଚଏମଡି ୧୦୨ ୪ଜି ଜରିଆରେ ସରଳତା ଓ ଭରସାଯୋଗ୍ୟତା ପ୍ରଦାନ କରିବା ଜାରି ରଖିବୁ ଯାହା ଗ୍ରାହକଙ୍କୁ ସେମାନଙ୍କ ନିତିଦିନିଆ ଜୀବନରେ ମୂଲ୍ୟ ପ୍ରଦାନ କରିବ।”
ଏଚଏମଡି ଭାଇବ ୫ଜିର ସ୍ୱତନ୍ତ୍ର ଊତ୍ସବ ସମୟ ଦାମ ୮,୯୯୯ ଟଙ୍କା ରହିଛି। ଏଚଏମଡି ୧୦୧ ୪ଜି ଓ ଏଚଏମଡି ୧୦୨ ୪ଜିର ଦାମ ଯଥାକ୍ରମେ ୧,୮୯୯ ଓ ୨,୧୯୯ ଟଙ୍କା ରହିଛି। ଏହି ଡିଭାଇସଗୁଡ଼ିକ ୨୦୨୫ ସେପ୍େଟମ୍ବର୧୧ରୁ ପ୍ରମୁଖ ରିଟେଲ ଷ୍ଟୋର, ଇ-କମର୍ସ ପ୍ଳାଟଫର୍ମ ଓ ଏଚଏମଡି ଡଟ କମରେ ଉପଲବ୍ଧ ହୋଇଛି।


Share It

Comments are closed.